ହଁ ଭଲ ପାଏ ତୁମକୁ ମୁଁ ଭଲ ପାଏ, ଅନ୍ଧକରମୟ ରାତ୍ରିରେ ତୁମ ପ୍ରତ୍ୟୁତ୍ତର କୁ ମୋ ଲୁହଝରା ଆଖି ଚାହିଁ ରହିଥାଏ । ମନେ ପଡେ ସେଇ ମିଛ ପ୍ରତିଶ୍ରୁତି, ତୁମେ ଦେଇଥିବା ଆଶା ଓ ପ୍ରୀତି । ସତରେ କଣ ସେସବୁ ଥିଲା ଛଳନା, କାହିଁକି କରିଲ ମୋ ସହ ପ୍ରତାରଣା । ଜୀବନ ଠାରୁ ଅଧିକ ତୁମକୁ ମୁଁ ଭଲ ପାଇଲି, ଏତେ ତିକ୍ତତା ଥୁଲା ତମ ମନ ରେ ମୁଁ ଜାଣିନଥିଲି । ଜୀବନ ସାରା ରହିବ ବୋଲି ଭରସା ଦେଇ, ଛାଡ଼ିଗଲ ମୋତେ ଅଧାବାଟେ କାହିଁ? ନୟନ ଲୋତକେ ସିକ୍ତ ଏ ତକିଆ, ପଚାରୁଛି ମୋତେ କାନ୍ଦୁଛୁ ତୁ କିଆଁ ! ସେ କଣ କେବେ ଝାଙ୍କିଛି ଆମ ଦୁହିଁଙ୍କୁ ଅତୀତ ଝରକା ରୁ, ତୁମେ ଦେଇଥିବା ଯାତନା ଜାଣିଥିଲେ ଲୁହ ଝରନ୍ତ ନିର୍ଜୀବ ଆଖିରୁ ! ଜଡ ଆଜି ବୁଝୁଛି ମୋ ବେଦନା, କିନ୍ତୁ ତୁମେ ତ ଥିଲ ମଣିଷ, କେମିତି ବୁଝିପାରିଲ ନାହିଁ ଏହା ମୁଁ ଜାଣେନା ! ଏ ଯାମିନି ଆଜି କରେ ମୋତେ ପରିହାସ, ତୁ ପରା ସେଇ ଯେ ମୋତେ ସାକ୍ଷୀ ରଖି କରୁଥୁଲା ପ୍ରଣୟ ଆଳାପ ! କହେ ଭଲ ପାଇ କରିଲୁ ତୁ ଦୋଷ, ସେ ଆସିବନି ଆଉ, ମିଳିଗଲା ତାକୁ ଜଣେ ମେଣ୍ଟାଇବାକୁ ତା ଶୋଷ I ମନ କୁ ଶାନ୍ତ୍ବନା ଦେଇ, ତା କଥା କୁ ଅଣଦେଖା କରି, ତାକୁ କହେ ଚୁପ୍ ରହ ! ମୋ ପ୍ରିୟତମ ନୁହଁ ସେହିପରି । ଆଜି ବି ଏ ଚକ୍ଷୁ ଅଛି ତୁମ ପଥ ଚାହିଁ, ଫେରିଆସ, ତୁମ ବିନା ମୁଁ ରହି ପାରିବି ନାହିଁ ! ଯେ ଦିନେ କହୁଥୁଲା ତୁମ ବିନା ମୁଁ ବଞ୍ଚିପାରିବି ନାହିଁ, ଆଜି ସେ କହୁଛି "ଧେତ୍ ! ଥରେ ତ କହିଲି ତୁମେ ଆଉ ମୋତେ ଦରକାର ନାହିଁ ।" ଲେଖିକା: ବନଜ୍ୟୋତ୍ସ୍ନା ମହାନ୍ତି