• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
28
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Nov 28 2026

      କଟକ ଗୋଷ୍ଠୀ ସଂଘର୍ଷ; ୧୫ରୁ ଅଧିକ ଅଟକ

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଗୋଟିଏ ଦିନରେ ପାଖାପାଖି ୧.୫ କୋଟି ଚାରା ରୋପଣ କରି ଓଡିଶା ସାଉଁଟିଲା ସାରା ବିଶ୍ୱରୁ ପ୍ରଶଂସା

Details
Odia Ray Admin
ଓଡିଶା
17 September 2025

ଭୁବନେଶ୍ୱର: ଏକ ଅନନ୍ୟ ଇତିହାସ ଏବଂ ଏକ ଅସାଧାରଣ ଉଦାହରଣ ସୃଷ୍ଟି କରିଛି ଆଜି ଓଡିଶା । ମା ଓ ମାତୃଭୂମି, ପ୍ରକୃତି ଓ ପରିବେଶକୁ ଓଡିଆମାନେ କେତେମାତ୍ରାରେ ଭଲ ପାଆନ୍ତି ତାହା ଆଜି ପ୍ରମାଣିତ କରି ଦେଖେଇ ଦେଇଛନ୍ତି । ଓଡ଼ିଆମାନେ ଐକଵଦ୍ଧ ହେଲେ କୋଣାର୍କ ଗଢ଼ିପାରନ୍ତି, ଓଡ଼ିଆମାନେ ଐକଵଦ୍ଧ ହେଲେ କଳ୍ପନା ଠାରୁ ଅଧିକ କିଛି କରିପାରନ୍ତି - ମାତ୍ର ୧୨ ଘଣ୍ଟା ଭିତରେ ପାଖାପାଖି ୧.୫ କୋଟି ଚାରା ରୋପଣ କରି ପ୍ରମାଣିତ କରି ଦେଖେଇଦେଇଛନ୍ତି ଓଡିଆମାନେ ସାରା ବିଶ୍ୱକୁ ସେମାନେ କିପରି ଏକ ମହାନ ଜାତି । ସେପ୍ଟେମ୍ବର ୧୭, ୨୦୨୫ ତାରିଖ କେବଳ ଭାରତ ଇତିହାସରେ ନୁହେଁ ସମଗ୍ର ବିଶ୍ୱ ଇତିହାସରେ ସ୍ଵର୍ଣ୍ଣଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ଯେତେବେଳେ ଚାରା ରୋପଣ, ସାମାଜିକ ଏକତା ଓ ଏକ ଅଭିଯାନକୁ କିପରି ଆନ୍ଦୋଳନରେ ପରିବର୍ତ୍ତନ କରାଯାଏ ସେକଥା ସାମ୍ନାକୁ ଆସିବ ସେତେବେଳେ ମନେ ପଡିବ ଶ୍ରୀଜଗନ୍ନାଥଙ୍କ ପବିତ୍ର ପ୍ରାଙ୍ଗଣ ଓଡିଶା, ନଦନଦୀର ଉଚ୍ଚରିତ ଓଡିଶା, ସବୁଜ-ସୁଶୋଭିତ ଓଡିଶା, ଏକତା ଓ ସମତାର ଓଡିଶା । “ଏକ ପେଡ୍ ମା କେ ନାମ ଦ୍ୱିତୀୟ ସଂସ୍କରଣ” ଅଭିଯାନ ଅନ୍ତର୍ଗତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଅବସରରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ମଧ୍ୟରେ ୭୫ ଲକ୍ଷ ଚାରା ରୋପଣ କରିବା ପାଇଁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆହ୍ୱାନ କରିଥିଲେ । ଏହି ଆହ୍ୱାନକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରି ଓଡ଼ିଶାବାସୀ ଆଜି ଅପରାହ୍ନ ୪.୩୦ ସୁଦ୍ଧା ୧,୪୯,୧୧,୩୩୯ ଗୋଟି ଚାରା ରୋପଣ କରି କେବଳ ଭାରତ ବର୍ଷ ନୁହଁ, ବିଶ୍ୱ ରେକର୍ଡ ସ୍ଥାପନ ପୂର୍ବକ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି । ସେଥିପାଇଁ ସମ୍ପୃକ୍ତ ସମସ୍ତ ବିଭାଗ, ସ୍ବେଛାସେବୀ ଅନୁଷ୍ଠାନ, ଛାତ୍ର-ଛାତ୍ରୀ, ଆବାଳ-ବୃଦ୍ଧ-ବନିତା ସମସ୍ତଙ୍କୁ ବିଭାଗ ପକ୍ଷରୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ପୂର୍ବରୁ ମଧ୍ୟପ୍ରଦେଶ ସରକାର ଗୋଟିଏ ଦିନରେ ୧୧ ଲକ୍ଷ ଚାରା ରୋପଣ କରି ରେକର୍ଡ ସୃଷ୍ଟିକରିଥିଲା । ତା'ପୂର୍ବରୁ ଆସାମ ସରକାର ଗୋଟିଏ ଦିନରେ ୯ ଲକ୍ଷ ୨୬ ହଜାର ଚାରା ରୋପଣ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲା । କିନ୍ତୁ, ଆଜି ଓଡିଶା ମାତ୍ର କେଇ ଘଣ୍ଟା ଭିତରେ ୧.୫ କୋଟି ଚାରା ରୋପଣ କରି ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି । ସ୍ଥାପନ କରିଛି ଏକ ଅବିଶ୍ୱାସନୀୟ ଓ ଅବିସ୍ମରଣୀୟ ମହାମାନବୀୟ କୀର୍ତ୍ତି । ସଂଖ୍ୟାଦୃଷ୍ଟିରୁ ବିରଳ ରେକର୍ଡ କରିବା, ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ଓ ଅନ୍ୟ ରାଜ୍ୟ ପାଇଁ ଦୃଷ୍ଟାନ୍ତ ସାଜିବା ଓଡିଶା ସରକାରଙ୍କ ପାଇଁ ଗୌରବର କଥା କିନ୍ତୁ ତାଠୁ ବଡ ଲକ୍ଷ ହେଉଛି ଆଗାମୀ ପିଢ଼ିଙ୍କ ପାଇଁ ଏକ ସ୍ୱଚ୍ଛ-ସବୁଜ-ସୁନ୍ଦର-ସମୃଦ୍ଧ-ସ୍ୱୟଂ ସମ୍ପୂର୍ଣ୍ଣ ଓଡିଶା ନିର୍ମାଣ କରିବା । ଆଜି ଅପରାହ୍ନ ୪.୩୦ ସୁଦ୍ଧା, ୩୦ଟି ଜିଲ୍ଲାରେ ମୋଟ ୧,୪୯,୧୧,୩୩୯ ଚାରା ସଫଳତାର ସହିତ ରୋପଣ କରାଯାଇଛି । ୭୧,୯୨୪ଟି ପୂର୍ବ ନିର୍ଦ୍ଧାରିତ ସ୍ଥାନ ସମେତ ରାଜ୍ୟବ୍ୟାପୀ ଏହି ସଘନ ଚାରା ରୋପଣ କାର୍ଯ୍ୟ ସମାହିତ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ୧୪,୨୧,୬୧୮ ଚାରା ରୋପଣ ସହ ଏହି ଅଭିଯାନରେ ଶୀର୍ଷରେ ରହିଛି । କୋରାପୁଟ ୧୧,୦୧,୬୨୪ ଚାରା ରୋପଣ ସହିତ ଦ୍ଵିତୀୟ ଏବଂ କେନ୍ଦୁଝର ୧୦,୪୨,୯୨୭ ଚାରା ରୋପଣ ସହିତ ତୃତୀୟ ସ୍ଥାନରେ ରହିଛି । ମୟୁରଭଞ୍ଜ ୯,୧୭,୬୫୯ ଏବଂ ଏବଂ କଳାହାଣ୍ଡି ୭,୬୭,୫୧୦ ଚାରା ରୋପଣ ସହିତ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି । ୧,୩୧,୮୮୫ ଚାରା ରୋପଣ ସହିତ ଦେବଗଡ ତାଲିକାର ଶେଷରେ ରହିଛି ।

powered by social2s

ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ପକ୍ଷରୁ 'ଏକ୍ ପେଡ୍ ମା କେ ନାମ' କାର୍ଯ୍ୟକ୍ରମ ଆୟୋଜିତ

Details
Odia Ray Admin
ଓଡିଶା
17 September 2025

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଶାଖା ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ ଉପଲକ୍ଷେ 'ଏକ୍ ପେଡ୍ ମା କେ ନାମ' ୨.୦ କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ କରାଯାଇଛି l ଏଥିରେ ଅଧ୍ଯକ୍ଷ ଲକ୍ଷ୍ମଣ ପାଳ, ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ.ବିଭୂତି ଭୂଷଣ ଆଚାର୍ଯ୍ଯ, ଶୈକ୍ଷିକ ପରାମର୍ଶଦାତା ଡ.ସୁଶାନ୍ତ କୁମାର ଦାସ, ଅଧ୍ଯାପକ ପରିଷଦ ସଂପାଦକ ତେଜେଶ୍ୱର ନାୟକ, ଅଧ୍ଯାପକ ସରୋଜ କୁମାର ପାଠୀ, ଜାତୀୟ ସେବା ଯୋଜନା କାର୍ଯ୍ଯକ୍ରମ ଅଧିକାରୀ ହମନ୍ ଦିବାକା, ଅରୁନ୍ଧତୀ ପ୍ରଧାନ, ଯୁବ ରେଡକ୍ରସ୍ କାଉନସେଲର ମାନସ ରଂଜନ ପ୍ରଧାନଙ୍କ ସମେତ ସମସ୍ତ ଅଧ୍ଯାପକ, ଅଧ୍ଯାପିକା ଛାତ୍ରଛାତ୍ରୀ ସ୍ବେଛାସେବୀ ସମୂହ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ଯକ୍ରମରେ ସାମିଲ୍ ରହି କଲେଜ ଚତୁର୍ପାଶ୍ଵରେ ଶତାଧିକ ବୃକ୍ଷରୋପଣ କରିଥିଲେ l

powered by social2s

ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିବସରେ ଭୁବନେଶ୍ବରରେ ଅୟୋଜିତ ହେଲା ସ୍ବଚ୍ଛତା ଅଭିଯାନ

Details
Odia Ray Admin
ଓଡିଶା
17 September 2025

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦି ଜନ୍ମଦିନରେ ଭୁବନେଶ୍ବରରେ ଅୟୋଜିତ ହେଲା ସ୍ବଚ୍ଛତା ଅଭିଯାନ । ମାଷ୍ଟର କ୍ୟାଣ୍ଟିନରେ ସଫେଇ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଦିନ ଅବସରରେ ଆୟୋଜନ କରାଯାଇଥିବା ସିଏମ୍‌ଙ୍କ ସ୍ବଚ୍ଛତା ଅଭିଯାନରେ ସାମିଲ ହେଲେ ବରିଷ୍ଠ ବିଜେପି ନେତା ଓ ସଦସ୍ୟ।

powered by social2s

କଳିଙ୍ଗା ଘାଟିରେ ଭୂସ୍ଖଳନ

Details
Odia Ray Admin
ଓଡିଶା
16 September 2025

କନ୍ଧମାଳ: କଳିଙ୍ଗା ଘାଟିରେ ଭୂସ୍ଖଳନ ହୋଇଛି। ବର୍ଷାରେ ପାହାଡ଼ ଉପରୁ ଧସିଲା ବଡ଼ ବଡ଼ ପଥର ଓ ମାଟି ଅତଡ଼ା। ପଥର ଓ ମାଟି ଅତଡ଼ା ପଡ଼ିବାରୁ କଳିଙ୍ଗା ଘାଟି ସଂପୂର୍ଣ୍ଣ ବନ୍ଦ ହୋଇଛି। କନ୍ଧମାଳରୁ ଗଞ୍ଜାମକୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇଛି।

powered by social2s

ଭୁବନେଶ୍ୱରରୁ ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ ଘଟଣା: କେନ୍ଦୁଝର ଘଟଗାଁ ଜଙ୍ଗଲରେ ଠାବ ହେଲା କନଷ୍ଟେବଲ ଶୁଭମିତ୍ରାଙ୍କ ମୃତଦେହ

Details
Odia Ray Admin
ଓଡିଶା
17 September 2025

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଘଟଗାଁ ଜଙ୍ଗଲରେ ଠାବ ହେଲା କନଷ୍ଟେବଲ ଶୁଭମିତ୍ରାଙ୍କ ମୃତଦେହ। ଶୁଭମିତ୍ରାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲା ପୁରୁଷ ବନ୍ଧୁ। ହତ୍ୟା ଅଭିଯୋଗରେ ପୁରୁଷ ବନ୍ଧୁ କନଷ୍ଟେବଲ ଦୀପକ ରାଉତ ଗିରଫ ହୋଇଥିବା ଜଣାପଡ଼ିଛି। ସେପ୍ଟେମ୍ବର ୬ ତାରିଖରୁ ନିଖୋଜ ଥିଲେ ଶୁଭମିତ୍ରା।

powered by social2s

ସାଇବର ସୁରକ୍ଷା ଏବଂ ପ୍ରଶାସନିକ ସଚେତନତା ଉପରେ ୫-ଦିନିଆ କର୍ମଶାଳା

Details
Odia Ray Admin
ଓଡିଶା
16 September 2025

ଭୁବନେଶ୍ୱର: ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ପରିସରରେ ଆଜିଠାରୁ ଏକ ପାଞ୍ଚଦିନିଆ ସାଇବର ସୁରକ୍ଷା ଏବଂ ସୁରକ୍ଷିତ ପ୍ରଶାସନ ଓ ସାଇବର ସିକ୍ୟୁରିଟି ସଚେତନତା କର୍ମଶାଳା ଆରମ୍ଭ ହୋଇଛି । ଏହି କର୍ମଶାଳା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (ଇ. ଆଣ୍ଡ ଆଇ.ଟି.) ବିଭାଗ ଓକାକ, ସୂଚନା ସୁରକ୍ଷା ଶିକ୍ଷା ଏବଂ ସଚେତନତା (ଆଇ.ଏସ୍‍.ଇ.ଏ.) ପ୍ରକଳ୍ପ, ସେଣ୍ଟର ଫର୍ ଡେଭଲପମେଣ୍ଟ ଅଫ୍ ଆଡଭାନ୍ସଡ କମ୍ପ୍ୟୁଟିଂ (ସି-ଡି.ଏ.ସି.) ଏବଂ ଆଇ.ଆଇ.ଆଇ.ଟି. ଭୁବନେଶ୍ୱରର ମିଳିତ ସହଯୋଗରେ ଏହି କର୍ମଶାଳାର ଆୟୋଜନ ହୋଇଛି । ସରକାରୀ ବୃତ୍ତିଧାରୀ ଏବଂ ବୈଷୟିକ ଅଧିକାରୀମାନେ ବଢ଼ିଚାଲିଥିବା ସାଇବର ଅପରାଧରୁ ନିଜକୁ ଏବଂ ନିଜ ସଂସ୍ଥାଗୁଡ଼ିକୁ କିପରି ସୁରକ୍ଷା ଦେଇପାରିବେ ସେମାନଙ୍କ ଉଦ୍ଦେଶ୍ୟରେ ହିଁ ଏହି କର୍ମଶାଳା ଆୟୋଜନ କରାଯାଇଛି । ଅଂଶଗ୍ରହଣକାରୀମାନଙ୍କୁ ସାଇବର ବିପଦ ଏବଂ ଦୁର୍ବଳତା ସଂପର୍କରେ ବିସ୍ତୃତ ଧାରଣା ଦେବା, ସୁରକ୍ଷିତ ଇଣ୍ଟରନେଟ ଏବଂ ମୋବାଇଲ ବ୍ୟବହାର ପାଇଁ ସର୍ବୋତ୍ତମ ପନ୍ଥା ଜଣାଇବା, ସିସିଟିଭି ଏବଂ ନେଟୱାର୍କ ସୁରକ୍ଷା ନିରୀକ୍ଷଣ ଓ କ୍ରମାଗତ ତନଖି ପାଇଁ ଢାଞ୍ଚା ସଂପର୍କିତ ଜ୍ଞାନ, ସାଇବର ଆଇନ ଏବଂ ଆଇନଗତ ସୁରକ୍ଷା, ବିପଦ ଚିହ୍ନଟ ଏବଂ ଅଘଟଣ ପରବର୍ତ୍ତୀ ତୁରନ୍ତ ପ୍ରତିକ୍ରିୟା ଉପରେ ବ୍ୟବହାରିକ ଜ୍ଞାନ, ସାଇବର ମଜବୁତି ପାଇଁ ସାଂଗଠନିକ ଏବଂ ବ୍ୟକ୍ତିଗତ କ୍ଷମତା ନିର୍ମାଣ ଇତ୍ୟାଦି ପ୍ରମୁଖ ବିଷୟଗୁଡ଼ିକ ଉପରେ ପ୍ରଶିକ୍ଷଣ ଦିଆଯିବ । କର୍ମଶାଳାର ଉଦ୍ଘା ଟନୀ ଉତ୍ସବରେ ଭୁବନେଶ୍ୱର ଆଇ.ଆଇ.ଆଇ.ଟି.ର ପ୍ରଫେସର ଦେବାଶିଷ ଜେନା ସ୍ୱାଗତ ଭାଷଣ ଦେଇ କର୍ମଶାଳାର ବ୍ୟାପକ ଲକ୍ଷ୍ୟ ଏବଂ ଅଂଶଗ୍ରହଣକାରୀ ପ୍ରତିଷ୍ଠାନମାନଙ୍କ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ କର୍ମଶାଳା ମୁଖ୍ୟ ସଚେତନତା ସୃଷ୍ଟି କରିବା, ସୁରକ୍ଷା ବ୍ୟବସ୍ଥା ଏବଂ ନିଜକୁ ଓ ସମାଜକୁ ସୁରକ୍ଷିତ ରଖିବା ପାଇଁ ଜ୍ଞାନ ବୃଦ୍ଧି କରିବା ଦିଗରେ ସହାୟକ ହେବ ବୋଲି କହିଥିଲେ । ସାଇବର ସୁରକ୍ଷା କେବଳ ଏକ ପ୍ରଯୁକ୍ତିଗତ ବିଷୟ ନୁହେଁ; ଏହା ନୈତିକ ଦାୟିତ୍ୱ ମଧ୍ୟ। ନିଜ ସୂଚନାକୁ ସୁରକ୍ଷିତ ରଖିବା, ନିୟମିତ ପାସୱାର୍ଡ ପରିବର୍ତ୍ତନ କରିବା, ସନ୍ଦିଗ୍ଧ ଇମେଲ୍ ଓ ଲିଙ୍କ୍‌ରୁ ସାବଧାନ ରହିବା ଭଳି ଛୋଟ ଛୋଟ ପଦକ୍ଷେପ ମଧ୍ୟ ବଡ଼ ଦୁର୍ଘଟଣାକୁ ରୋକିପାରେ ବୋଲି କହିଥିଲେ । ସାଇବର ଅପରାଧ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ବାସ୍ତବ ଉଦାହରଣ ଦେଇ ଆଇ.ଆଇ.ଆଇ.ଟି. ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଆଶିଷ ଘୋଷ ସାଇବର ସୁରକ୍ଷା ଏବଂ ଏ ସଂପର୍କରେ ଶିକ୍ଷାଲାଭର ଗୁରୁତ୍ୱ, ବିଶେଷକରି ଏ-ସଂପର୍କୀୟ ସଚେତନତାର ଆବଶ୍ୟକତା ଉପରେ ବ୍ୟାଖ୍ୟା କରିଥିଲେ । ଶେଷରେ ବିଭାଗର ସ୍ୱତନ୍ତ୍ର ସଚିବ ଡକ୍ଟର ପ୍ରଦୀପ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

powered by social2s

ଦୁଇ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ

Details
Odia Ray Admin
ଓଡିଶା
16 September 2025

କୋରାପୁଟ : କୋରାପୁଟ ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟର ବିଶିଷ୍ଟ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ତରୁଣ କୁମାର ଦାସଙ୍କୁ ରାଷ୍ଟ୍ରପତି ପୁରସ୍କାର ଗତ ୫ ତାରିଖ ଗୁରୁ ଦିବସ ରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଠାରୁ ଉତ୍ତମ ଶିକ୍ଷକ ଭାବେ ପୁରସ୍କାର ଗ୍ରହଣ କରିଥିବା ବେଳେ କୋରାପୁଟ ଜୟପୁର ବ୍ଲକ ଅନ୍ତା ପଞ୍ଚାୟତ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବିଶିଷ୍ଟ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ହରିହର ପଟ୍ଟନାୟକ ଗତ ପାଞ୍ଚ ତାରିଖରେ କୋରାପୁଟ ସଦଭାବନା ଗୃହରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିବା ପରେ ଆଜି ଏଇ ଦୁଇ ଶିକ୍ଷକଙ୍କର ସଫଳତାକୁ ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ପ୍ରଦାନ କରିଥିବା ଦେଖିବାକୁ ମିଳିଅଛି lଉପାନ୍ତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଥିବା ଏଇ ଶିକ୍ଷକଙ୍କ ସଫଳତାରେ ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କ ସମେତ କୋରାପୁଟ,ଜୟପୁର ବ୍ଲକ ତଥା କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଅଛନ୍ତି l

powered by social2s

More Articles ...

  1. ଭୁବନେଶ୍ବରରେ ଅଟୋ ଭିତରେ ଯୁବତୀଙ୍କୁ ଅସଦାଚରଣ
  2. କୋରାପୁଟ ସାହିତ୍ୟ କୁସୁମ ଆନୁକୂଲ୍ୟରେ "ଅପରାହ୍ନର ହସ" ଓ "ବାହୁଡା଼ ସଞ୍ଜ" ଲୋକାର୍ପିତ ସମ୍ବର୍ଦ୍ଧନା ପର୍ବ ଓ କବିତା ଆସର
  3. ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ସମ୍ମାନିତ
Page 352 of 2256
  • Start
  • Prev
  • 347
  • 348
  • 349
  • 350
  • 351
  • 352
  • 353
  • 354
  • 355
  • 356
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.