• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
28
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Nov 28 2026

      କଟକ ଗୋଷ୍ଠୀ ସଂଘର୍ଷ; ୧୫ରୁ ଅଧିକ ଅଟକ

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଆସୁଛି ୨ଟି ଲଘୁଚାପ

Details
Odia Ray Admin
ଓଡିଶା
21 September 2025

ଭୁବନେଶ୍ବର: ଆସନ୍ତା ୨୫ ଓ ଅକ୍ଟୋବର ୧ ତାରିଖରେ ପୁଣି ସୃଷ୍ଟି ହେବ ଲଘୁଚାପ। ଏହି ୨ଟି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ଆଣ୍ଡାମାନ ସାଗର ଓ ମିଆମାର୍‌ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସେପ୍ଟେମ୍ବର ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ଆସନ୍ତା ୨୫ ତାରିଖ ବେଳକୁ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଲଘୁଚାପ ପ୍ରଭାବରେ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଆସନ୍ତା ୩୦ରେ ମିଆମାର୍‌ ଉପକୂଳ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଅକ୍ଟୋବର ୧ ତାରିଖରେ ଲଘୁଚାପର ରୂପ ନେବା ସହ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି। ପ୍ରଭାବରେ ୧ ଓ ୨ ତାରିଖରେ ରାଜ୍ୟରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

powered by social2s

ପଶ୍ଚିମ ଓଡ଼ିଶାର କୃଷି ଅର୍ଥନୀତି ଅଭିବୃଦ୍ଧିରେ କୃଷକ ଉତ୍ପାଦକ ସଂଗଠନ ମାନଙ୍କର ଭୂମିକା

Details
Odia Ray Admin
ଓଡିଶା
20 September 2025

ଭୁବନେଶ୍ବର: ଏକଦା ବର୍ଷା ଉପରେ ନିର୍ଭରଶୀଳ ଏବଂ ପାରମ୍ପରିକ କୃଷି ପ୍ରଣାଳୀ ପାଇଁ ପରିଚିତ ଥିବା ଓଡ଼ିଶାର କୃଷି କ୍ଷେତ୍ରରେ ଏବେ ଆସିଛି ଉଲ୍ଲେଖନୀୟ ପରିବର୍ତ୍ତନ ।

 

ଓଡ଼ିଶାର କୃଷିଜାତ ଦ୍ରବ୍ୟର ବଦଳୁଥିବା ପରିଚୟ ଏବଂ ଚାଷୀ ଭାଇଭଉଣୀମାନଙ୍କର ଚାଷ ପ୍ରତି ବଢୁଥିବା ଉତ୍ସାହରୁ ଏହା ସ୍ପଷ୍ଟ ଅନୁମେୟ ।

 

ସମ୍ବଲପୁର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ ଦେଓଗଡ଼ ଭଳି ଜିଲ୍ଲାକୁ ନେଇ ଗଠିତ ପଶ୍ଚିମ ଓଡ଼ିଶା ନିଜର ଏକ ସ୍ୱତନ୍ତ୍ର ସାଂସ୍କୃତିକ ଓ ଅର୍ଥନୈତିକ ପରିଚୟ ବହନ କରିଛି । ଏହି ଅଞ୍ଚଳରେ ମୁଖ୍ୟତଃ ଧାନ, ଡାଲି, ତୈଳବୀଜ, କପା ଓ ଆଖୁ ଭଳି ଫସଲ ଅଧିକ ଚାଷ କରାଯାଇଥାଏ । ଏଠାକାର ରେ ଚାଷୀମାନେ ଉଭୟ ଖରିଫ ଓ ରବି ଫସଲ ଚାଷ କରି ନିଜର ଜୀବିକା ନିର୍ବାହ କରିଥାନ୍ତି। ଯଦିଓ ଧାନ ଏଠାର ପ୍ରମୁଖ ଫସଲ ତେବେ କପା ଓ ସୂର୍ଯ୍ୟମୁଖୀ ଭଳି ଅର୍ଥକାରୀ ଫସଲ ଚାଷ ପଶ୍ଚିମ ଓଡ଼ିଶାରେ କୃଷି କ୍ଷେତ୍ରରେ ବିବିଧତା ଆଣିବାରେ ସକ୍ଷମ ହୋଇଛି ।

ଏହି ଅଞ୍ଚଳର କୃଷି କ୍ଷେତ୍ରରେ ବହୁତ ସମ୍ଭାବନା ଥିଲେ ମଧ୍ୟ ଏହା ବହୁବିଧ ସମସ୍ୟାର ସମ୍ମୁଖୀନ ହୋଇଅଛି। ଅନିୟମିତ ଜଳସେଚନ, ମରୁଡ଼ି, ଜୀବିକା ପାଇଁ ଶ୍ରମିକଙ୍କ ବାହାରକୁ ସ୍ଥାନାନ୍ତରଣ , ଆଧୁନିକ ଜ୍ଞାନକୌଶଳର ସୀମିତ ବ୍ୟବହାର ସହ ଉପକୂଳ ଓଡ଼ିଶା ତୁଳନାରେ ଭିତ୍ତିଭୂମିର ତାରତମ୍ୟତା ଆଦି ସମସ୍ୟା ଯୋଗୁଁ ଅନେକ କ୍ଷତି ଘଟିଛି । ଏହି ସମସ୍ତ ସମସ୍ୟାର ସମାଧାନ ଦିଗରେ ସରକାରୀ ନୀତି ଓ ହସ୍ତକ୍ଷେପର ଆବଶ୍ୟକତା ରହିଛି।

ପରିବର୍ତ୍ତନର କାହାଣୀ:

କିଛି ବର୍ଷ ପୂର୍ବେ, ପଶ୍ଚିମ ଓଡ଼ିଶାର କୃଷିଜାତ ଦ୍ରବ୍ୟର ବିକ୍ରୟ କେବଳ ସ୍ଥାନୀୟ ମଣ୍ଡି ଓ ଆଞ୍ଚଳିକ ବଜାରରେ ସୀମିତ ଥିଲା। ଚାଷୀମାନେ ପାରମ୍ପରିକ ଚାଷ ପଦ୍ଧତି ଓ ବର୍ଷାଜଳ ଉପରେ ନିର୍ଭର କରି ନିଜର ଜୀବିକା ନିର୍ବାହ କରୁଥିଲେ। ସେମାନଙ୍କ ଉତ୍ପାଦ ସମୂହ ଉନ୍ନତ ଗୁଣବତ୍ତାସମ୍ପନ୍ନ ହୋଇଥିଲେ ମଧ୍ୟ, ଅନ୍ତର୍ଜାତୀୟ ରପ୍ତାନି ସେମାନଙ୍କ ପାଇଁ କଳ୍ପନାତୀତ ଥିଲା । ଉନ୍ନତ ଭିତ୍ତିଭୂମିର ଅଭାବ, ସୀମିତ ବଜାର ସୁବିଧା ଏବଂ ବିଶ୍ୱ ମାନଦଣ୍ଡ ସମ୍ପର୍କିତ ସଚେତନତାର ଅଭାବ ଯୋଗୁ ଚାଷୀମାନେ କମ୍ ଲାଭ ଏବଂ ଅନିଶ୍ଚିତ ଆୟ ମଧ୍ୟରେ ବାନ୍ଧି ହୋଇ ରହୁଥିଲେ | କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଏସବୁଥିରେ ଆସିଛି ଏକ ଉଲ୍ଲେଖନୀୟ ପରିବର୍ତ୍ତନ ।

ଏବେ ଏହି ଅଞ୍ଚଳର ଭାଗ୍ୟ ବଦଳୁଛି । ଏକଦା ଯେଉଁଠାରେ ଏକ ଜୀବିକା-ନିର୍ଭର ଅର୍ଥନୀତି ଥିଲା ସମୟକ୍ରମେ ତାହା ଏକ ସମୃଦ୍ଧ, ବିବିଧତା ସମ୍ପନ୍ନ ଏବଂ ବିଶ୍ୱସ୍ତରୀୟ କୃଷି-ଭିତ୍ତିକ ଅର୍ଥନୀତିରେ ପରିଣତ ହେଉଛି। ଏହି ପରିବର୍ତ୍ତନର ମୂଳରେ ରହିଛି ଜଳସେଚନ ଓ ଗ୍ରାମୀଣ ଭିତ୍ତିଭୂମିରେ ପୁଞ୍ଜି ନିବେଶ, ଯାହା ଚାଷୀମାନଙ୍କୁ ପାରମ୍ପରିକ ଫସଲ ବ୍ୟତିରକେ ଉଚ୍ଚ-ମୂଲ୍ୟସମ୍ପନ୍ନ ଉଦ୍ୟାନ କୃଷି ଯେପରିକି ଫଳ, ପନିପରିବା, ଫୁଲ ଚାଷ ଏବଂ ବୃକ୍ଷରୋପଣ ଫସଲ ଇତ୍ୟାଦିକୁ ଆପଣେଇବାକୁ ପ୍ରୋତ୍ସାହିତ କରିଛି । ବଜାର-ସଂଯୁକ୍ତ କ୍ରୟ, ରପ୍ତାନି ସୁବିଧା ଏବଂ କ୍ଲଷ୍ଟର-ଭିତ୍ତିକ କୃଷକ ଉତ୍ପାଦକ ସଂଗଠନ (FPO) ଗୁଡ଼ିକୁ ସୁଦୃଢ଼ କରିବା ଭଳି ପଦକ୍ଷେପ ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଛି। ଫଳସ୍ୱରୂପ, ଆଜି ପଶ୍ଚିମ ଓଡ଼ିଶାର ଉତ୍ପାଦମାନ ବିଶ୍ୱସ୍ତରୀୟ ମାନଦଣ୍ଡ ରଖୁଥିବା ଆମ୍ବ ଓ ଡ୍ରାଗନ ଫ୍ରୁଟ ବିଦେଶୀ ଫଳ ବଜାରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ କଟା ଫୁଲ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ନିଜର ଉପସ୍ଥିତି ଜାହିର କରିଛି | ଏହି ସବୁ ପଦକ୍ଷେପ ସହନଶୀଳତା, ଗୁଣବତ୍ତା ଏବଂ ବ୍ୟାପକତାର ଏକ ନୂତନ ପରିଚୟ ବହନ କରୁଛି | ଏହି ଅଞ୍ଚଳର କୃଷିଜାତ ଦ୍ରବ୍ୟର ଏହି ନବକଳେବର, ଓଡ଼ିଶାକୁ ଭାରତର ପରବର୍ତ୍ତୀ ଉଦ୍ୟାନ କୃଷିର ପ୍ରମୁଖ ଶକ୍ତିକେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବାର ସ୍ପଷ୍ଟ ସଙ୍କେତ ଦେଉଛି | ପଶ୍ଚିମ ଓଡ଼ିଶାର କୃଷି ଅର୍ଥନୀତିରେ ଆସିଥିବା ଏହି ବଡ଼ ପରିବର୍ତ୍ତନ ପଛରେ ରହିଛି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଏକ ସୁଚିନ୍ତିତ କୃଷକ କଲ୍ୟାଣକାରୀ ଯୋଜନା | ଏହି ବିଭାଗ ତୃଣମୂଳ ସ୍ତରରେ କୃଷକ ସଂଗଠନଗୁଡ଼ିକୁ ମୂଳଦୁଆ କରି, ଛୋଟ ଛୋଟ ସ୍ଥାନୀୟ ବଜାର ଶୃଙ୍ଖଳକୁ ଏକ ବ୍ୟବସ୍ଥିତ ଢଙ୍ଗରେ ବିଶ୍ୱସ୍ତରୀୟ ନେଟୱାର୍କରେ ପରିଣତ କରିଛି, ଯାହାଦ୍ୱାରା କ୍ଷୁଦ୍ର ଚାଷୀମାନେ ସଶକ୍ତ ହୋଇପାରିଛନ୍ତି | ଏହି ରୂପାନ୍ତରଣକୁ ଆହୁରି ତ୍ୱରାନ୍ୱିତ କରିଛି "PSFPO" ପ୍ରକଳ୍ପ।

ଓଡ଼ିଶାର କୃଷି ବିଭାଗ ନେତୃତ୍ୱରେ, ଗେଟ୍ସ ଫାଉଣ୍ଡେସନର ସହାୟତା ଏବଂ ପାଲାଡିୟମ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା, କ୍ଷୁଦ୍ର ଚାଷୀମାନଙ୍କୁ ବିଶ୍ୱ ବଜାରରେ ସଫଳ ହେବା ପାଇଁ ଏକ ସୁଦୃଢ଼ ପରିବେଶ ସୃଷ୍ଟି କରିଛି | କ୍ଷେତ୍ରସ୍ତରୀୟ ସହାୟତା, ପ୍ରଶିକ୍ଷଣ, ଏକ୍ସପୋଜର ଭିଜିଟ ଠାରୁ ଆରମ୍ଭ କରି ଅମଳ ପରବର୍ତ୍ତୀ ପରିଚାଳନା ଓ ପରିବହନ ଭଳି ଲକ୍ଷ୍ୟଭିତ୍ତିକ ପଦକ୍ଷେପ ମାଧ୍ୟମରେ ରାଜ୍ୟର କୃଷକ ଉତ୍ପାଦକ ସଂଗଠନଗୁଡ଼ିକୁ ଅନ୍ତର୍ଜାତୀୟ ମାନଦଣ୍ଡ ପୂରଣ କରିବା ପାଇଁ ସକ୍ଷମ କରାଯାଇଛି। ଏହାର ଫଳ ସ୍ୱରୂପ, ଆଜି ଚାଷୀମାନେ ୪୦% ରୁ ୬୨% ପର୍ଯ୍ୟନ୍ତ ଲାଭ ପାଉଛନ୍ତି। ଏହି ନାଟକୀୟ ପରିବର୍ତ୍ତନ କେବଳ ଉନ୍ନତ ଉତ୍ପାଦନ ବ୍ୟବସ୍ଥା ଦ୍ୱାରା ସେମାନଙ୍କ ଆୟ ବୃଦ୍ଧି କରୁ ନାହିଁ ବରଂ ସେମାନଙ୍କୁ ଉଚ୍ଚାଭିଳାଷୀ କରାଇଛି । ଯେଉଁଠି ଦିନେ ଚାଷ କେବଳ ବଞ୍ଚିବାର ମାଧ୍ୟମ ଥିଲା , ଆଜି ତାହା ଗୁଣବତ୍ତା, ପ୍ରତିଯୋଗିତା ଏବଂ ବଜାରରେ ନେତୃତ୍ୱ ନେବାର ମାଧ୍ୟମ ପାଲଟିଛି।

 

ପଶ୍ଚିମ ଓଡ଼ିଶା: କୃଷି କାର୍ଯ୍ୟ ପାଇଁ ବର୍ଷାର ଅପେକ୍ଷାରୁ ଆରମ୍ଭ କରି ବିଶ୍ୱ ବଜାରରେ ନିଜର ସ୍ଥିତି ଜାହିର କରିବା ପର୍ଯ୍ୟନ୍ତର ଯାତ୍ରା ଏହି ଅଭୂତପୂର୍ବ ପରିବର୍ତ୍ତନର ଚିତ୍ର ପଶ୍ଚିମ ଓଡ଼ିଶାରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ବଲାଙ୍ଗିର, ସମ୍ବଲପୁର, କଳାହାଣ୍ଡି ଏବଂ ନୂଆପଡ଼ା ଭଳି ଦୁର୍ଗମ ଜିଲ୍ଲା ଆଜି କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ନୂତନତା ଆଣିବାର ଦୃଷ୍ଟାନ୍ତ ପାଲଟିଛି । ଉନ୍ନତ ଭିତ୍ତିଭୂମି, ବଜାର-ଭିତ୍ତିକ ଯୋଗାଣ ଶୃଙ୍ଖଳ, ସ୍ଥାନୀୟ ବଜାର ଓ ରପ୍ତାନି ବଜାର ସଂଯୋଗ ସହିତ eNAM ଓ ONDC ଭଳି ଡିଜିଟାଲ୍ ପ୍ଲାଟଫର୍ମର ବ୍ୟବହାର ଦ୍ୱାରା ଏହି ଜିଲ୍ଲାଗୁଡ଼ିକ କୃଷି ବିକାଶ ଧାରାରେ ନିଜକୁ ସାମିଲ କରିଛନ୍ତି । ନିଜର ପାରମ୍ପରିକ କୃଷିକୁ ପଛରେ ପକାଇ, ପଶ୍ଚିମ ଓଡ଼ିଶାର ଏହି ଜିଲ୍ଲା ସମୂହ ଆଜି ଉଚ୍ଚ ମୂଲ୍ୟର ଉଦ୍ୟାନ କୃଷିଜାତ ଦ୍ରବ୍ୟର ରପ୍ତାନି ପାଇଁ ଚର୍ଚ୍ଚାରେ ରହିଛନ୍ତି। ଜଳଛାୟା ବିକାଶ ଏବଂ କୃଷକ ଉତ୍ପାଦକ ସଂଗଠନ (FPO) ଗୁଡ଼ିକର ଅଭ୍ୟୁଦୟ ବଳରେ ବଲାଙ୍ଗିର ଆଜି କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି କରୁଛି। ଏଠାକାର FPO ଗୁଡ଼ିକ ସକ୍ରିୟ ଭାବରେ ବିଶ୍ୱ ବଜାର ସହିତ ଯୋଡ଼ି ହେଉଛନ୍ତି। ଗତ ବର୍ଷକ ମଧ୍ୟରେ, ବଲାଙ୍ଗିର ଡ୍ରାଗନ ଫଳ ଏବଂ ଆମ୍ବ ଭଳି ଦାମୀ ଫସଲ ରପ୍ତାନି କରି କୃଷି-ରପ୍ତାନି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।

 

ତୃଣମୂଳ ସ୍ତରର କୃଷକ ସଂଗଠନ, ସରକାରୀ ସହାୟତା ଏବଂ ସରକାରୀ-ବେସରକାରୀ ଭାଗିଦାରୀ ପ୍ରକଳ୍ପଗୁଡ଼ିକର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇଛି, ଯାହାଦ୍ୱାରା ଚାଷୀମାନେ ନିଜ ଉନ୍ନତ ମାନର ଉତ୍ପାଦ ପାଇଁ ଭଲ ଦାମ୍ ପାଇପାରୁଛନ୍ତି। ଗତ ବର୍ଷକ ମଧ୍ୟରେ ବଲାଙ୍ଗିରର ଚାଷୀ ଏବଂ FPO ମାନଙ୍କ ଦ୍ୱାରା ୨୭ ମେଟ୍ରିକ୍ ଟନରୁ ଅଧିକ ଉନ୍ନତ ମାନର ଆମ୍ରପାଲି ଆମ୍ବ, ଡ୍ରାଗନ ଫଳ ଏବଂ ତାଜା ପନିପରିବା ଦୁବାଇ, ଲଣ୍ଡନ, ଆବୁଧାବି, ଫ୍ରାନ୍ସ, ସ୍ୱିଡେନ, ବେଲଜିୟମ ଏବଂ ଜର୍ମାନୀ ଭଳି ଦେଶକୁ ରପ୍ତାନି କରାଯାଇଛି। ବିଶେଷ କରି, ପାଟଣାଗଡ଼ରେ ଜୈବିକ ପ୍ରଣାଳୀରେ ଚାଷ କରାଯାଉଥିବା ଡ୍ରାଗନ ଫଳ ଏବେ ଉତ୍କୃଷ୍ଟ ଉଦ୍ୟାନ କୃଷିର ପ୍ରତୀକ ପାଲଟିଛି। ଅନ୍ୟପଟେ, ସମ୍ବଲପୁର ଶୀତଳ ଭଣ୍ଡାର ଭିତ୍ତିଭୂମି ଓ କୃଷି-ପ୍ରଯୁକ୍ତି ପ୍ଲାଟଫର୍ମର ସୁଯୋଗ ନେଇ ନିଜର ଉଦ୍ୟାନ କୃଷିର ପରିସରକୁ ବଢ଼ାଇବା ସହ ଚାଷୀମାନଙ୍କୁ ଆନ୍ତର୍ଜାତୀୟ କ୍ରେତାଙ୍କ ସହ ଯୋଡ଼ୁଛି।

ସମ୍ବଲପୁରର ଆଗାମୀ ଟର୍ମିନାଲ୍ ମାର୍କେଟ୍ କମ୍ପ୍ଲେକ୍ସ ଭଳି ପଦକ୍ଷେପ, ଚାଷୀମାନଙ୍କୁ ସିଧାସଳଖ ଜାତୀୟ ଓ ମହାନଗର ବଜାର ସହ ଯୋଡ଼ି ଯୋଗାଣ ଶୃଙ୍ଖଳରେ ଏକ ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ଚାଷୀଙ୍କ ଆୟ ବଢ଼ିବା ସହ ଫସଲ ନଷ୍ଟ ହେବାର ଆଶଙ୍କା ହ୍ରାସ ପାଇବ। ଏହି ଅଞ୍ଚଳର ଚାଷୀମାନେ ଡ୍ରାଗନ ଫଳ, ଷ୍ଟ୍ରବେରୀ ଏବଂ ବିଭିନ୍ନ ପ୍ରକାର ଫୁଲ ଭଳି ଅର୍ଥକାରୀ ଫସଲ ଚାଷ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି। ଏହାର ଏକ ସ୍ପଷ୍ଟ ଉଦାହରଣ ହେଉଛି "ସବୁଜ ସନାତନପାଲି ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍"। ଏହି FPO, ICAR-NBRI ଭଳି ସଂସ୍ଥା ସହ ମିଶି ଜଳବାୟୁ-ସହନଶୀଳ ଫୁଲଚାଷ ପଦ୍ଧତି ଆପଣେଇ ଇଉଷ୍ଟୋମା ଭଳି ଦାମୀ ଫୁଲ ଉତ୍ପାଦନରେ ସଫଳ ହୋଇଛି | ଯାହାର ପେନ୍ଥା ପ୍ରତି ବଜାର ମୂଲ୍ୟ ପ୍ରାୟ ୧୫୦୦ ଟଙ୍କା ରହିଛି ।

ଏତତ୍ ବ୍ୟତୀତ ଚଳିତ ବର୍ଷ ସମ୍ବଲପୁରରୁ ୫.୭ ମେଟ୍ରିକ୍ ଟନ୍ ଆମ୍ରପାଲି ଆମ୍ବ ଏବଂ ବିଭିନ୍ନ ପନିପରିବା ଲଣ୍ଡନ ଓ ଦୁବାଇକୁ ରପ୍ତାନି କରାଯାଇଛି। ଏହି ସଫଳତା ସ୍ଥାନୀୟ ଅଞ୍ଚଳର ବିଶ୍ୱସ୍ତରୀୟ ମାନଦଣ୍ଡ ନିର୍ବାହ କରୁଥିବା ଫସଲ ରପ୍ତାନିର ପରିସଂଖ୍ୟାନକୁ ସୂଚିତ କରୁଛି ।

 

"ସମ୍ବଲପୁର ଜିଲ୍ଲାର ସବୁଜ ସନାତନପାଲି ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍ (SSFPCL)ର ଅଗ୍ରଗତି, ଚାଷୀ ଭାଇଭଉଣୀଙ୍କୁ ସୁଦୃଢ଼ କରିବା ଏବଂ ଗ୍ରାମୀଣ ଜୀବିକାକୁ ଉନ୍ନତ କରିବା ଦିଗରେ ହୋଇଥିବା ସମନ୍ୱିତ ପ୍ରୟାସର ସଫଳ ପ୍ରତିଫଳନ। ନାବାର୍ଡର ସହାୟତା ଏବଂ ପାଲାଡିୟମର ମାର୍ଗଦର୍ଶନରେ ଏହି FPO ଉଚ୍ଚ ମୂଲ୍ୟର ଫସଲ ଚାଷ କରିବା ସହ ଆଧୁନିକ କୃଷି ପଦ୍ଧତି ଗ୍ରହଣ କରିବାରେ ସଫଳ ହୋଇଛି। ବିଶେଷକରି, ପାଲାଡିୟମ ବଜାର ସଂଯୋଗ ସହାୟତା ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଉନ୍ନତ ମାନର ଉତ୍ପାଦର ରପ୍ତାନି ସମେତ ଘରୋଇ ଓ ଆନ୍ତର୍ଜାତୀୟ ବଜାର ସୁବିଧା ସୁଗମ କରି, ଏହା FPO ସହିତ ଜଡ଼ିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଆୟର ସୁଯୋଗକୁ ବହୁଗୁଣିତ କରିଛି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ସମର୍ଥିତ ଏହି ସହଯୋଗୀ ମଡେଲ, ସ୍ଥାୟୀ କୃଷି ବ୍ୟବସାୟ ଏବଂ ସାମଗ୍ରିକ ବିକାଶ ମାଧ୍ୟମରେ ଚାଷୀମାନଙ୍କୁ କ୍ରମାଗତ ଭାବେ ସଶକ୍ତ କରିଚାଲିଛି।" ଏହା କହିଛନ୍ତି ଶ୍ରୀ ଧୀରେନ୍ଦ୍ର କୁମାର ଦାଶ ଡିଡିଏମ୍ ସମ୍ବଲପୁର, ନାବାର୍ଡ ।

 

ସେହିଭଳି ସମ୍ବଲପୁର ସ୍ଥିତ ଯୁଜମରା ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ(JFPCL) ଏବେ ସଫଳତା ସହିତ ଅନ୍ତର୍ଜାତୀୟ ବଜାରରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଛି। ଏହି କମ୍ପାନୀ କୋଲକାତାକୁ ୨.୧୩ ମେଟ୍ରିକ୍ ଟନ୍ ଓଜନର ଲାଲ୍ ଡ୍ରାଗନ୍ ଫଳ ପଠାଇଛି। ସମ୍ବଲପୁରରେ ଚାଷ କରାଯାଉଥିବା ଏହି ଡ୍ରାଗନ୍ ଫଳ ଏହାର ଆକର୍ଷଣୀୟ ରଙ୍ଗ, ପୁଷ୍ଟିକର ମୂଲ୍ୟ ଏବଂ ଉନ୍ନତ ଗୁଣବତ୍ତା ପାଇଁ ଅନ୍ତର୍ଜାତୀୟ ବଜାର ସହିତ ସ୍ଥାନୀୟ ବଜାରରେ ମଧ୍ୟ ବେଶ୍ ଆଦୃତ ହେଉଛି। FPO ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ମୂଲ୍ୟ ସମ୍ପନ୍ନ ଫସଲ ଚାଷ ଏବଂ ଏହାର ସଫଳ ବିକ୍ରିର ଏହା ଏକ ଦୃଷ୍ଟାନ୍ତ ଭାବେ ନିଆଯାଇ ପାରେ, ଯାହା ଓଡ଼ିଶାର କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ସମ୍ବଲପୁରର ଭୂମିକାକୁ ସୁଦୃଢ଼ କରୁଛି। ସେହିପରି, କଳାହାଣ୍ଡି ଜିଲ୍ଲା ମଧ୍ୟ ଉଦ୍ୟାନ କୃଷି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି |

ଏଠାକାର FPO ଗୁଡ଼ିକ ସତେଜ ପନିପରିବା ବିକ୍ରି କରିବାରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ଏହାର ଏକ ଉତ୍କୃଷ୍ଟ ଉଦାହରଣ ହେଉଛି ଗୋଲାମୁଣ୍ଡା ବ୍ଲକର ଆଗ୍ରହୀ ଚାଷୀ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ଯାହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ପ୍ରଶଂସା କରାଯାଇଥିଲା। ଏହି ସଂସ୍ଥା ଜିଲ୍ଲାକୁ ଏକ ପନିପରିବା କେନ୍ଦ୍ରରେ ପରିଣତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହା ସହିତ, କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକରେ ଥିବା ତ୍ରିଲୋକେଶ୍ୱର ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ ମାଧ୍ୟମରେ ଉନ୍ନତମାନର କଦଳୀ ଚାଷ କରାଯାଇ ବିକ୍ରି କରାଯାଉଛି।

ଏହି କଦଳୀ ଘରୋଇ ଏବଂ ରପ୍ତାନୀ ବଜାରରେ ସଫଳତାର ସହିତ ପହଞ୍ଚିପାରିଛି, ଯାହା ଚାଷୀମାନଙ୍କୁ ଅଧିକ ମୂଲ୍ୟ ପ୍ରଦାନ କରୁଛି। ଏହି ପ୍ରକ୍ରିୟା, ଏକ ସାଧାରଣ ଖାଦ୍ୟ ଫସଲକୁ ଲାଭଜନକ ବ୍ୟବସାୟରେ ପରିଣତ କରିବାରେ FPOର ଭୂମିକାର ଏକ ସଫଳ ନିଦର୍ଶନ।

ଏହି ପରିବର୍ତ୍ତନରୁ ଜଣାପଡୁଛି ଯେ FPO-ନେତୃତ୍ୱରେ ପଶ୍ଚିମ ଓଡ଼ିଶା ଉଦ୍ୟାନ କୃଷି କ୍ଷେତ୍ରରେ ଛୋଟ ଚାଷୀମାନଙ୍କ ପାଇଁ ବଡ଼ ସୁଯୋଗ ସୃଷ୍ଟି କରୁଛି। ଚଳିତ ବର୍ଷ ନୂଆପଡ଼ା ଜିଲ୍ଲାରୁ ୟୁରୋପକୁ ଉନ୍ନତମାନର 'ଆମ୍ରପାଲି' ଆମ୍ବ ରପ୍ତାନୀ କରାଯାଇଛି। ଏହା ଏହି ଅଞ୍ଚଳକୁ ଏକ ଉଚ୍ଚ-ମୂଲ୍ୟସମ୍ପନ୍ନ ବିଶ୍ୱ ବଜାର ସହିତ ସଂଯୋଗ କରାଇଛି।

ଏହି ରପ୍ତାନୀ ସ୍ଥାନୀୟ ଅଞ୍ଚଳରେ FPO ମାନଙ୍କ କ୍ରିୟାଶୀଳତାକୁ ଦର୍ଶାଉଛି ଏବଂ ଅନ୍ୟ ଜିଲ୍ଲାଗୁଡ଼ିକୁ ଏହି ପନ୍ଥା ଆପଣେଇବା ପାଇଁ ଅନୁପ୍ରେରିତ କରୁଛି। ପଶ୍ଚିମ ଓଡ଼ିଶା ରପ୍ତାନୀ କ୍ଷେତ୍ରରେ ନୂଆ ଉତ୍ସାହ ସୃଷ୍ଟି କରି ରାଜ୍ୟର କୃଷି ଅର୍ଥନୀତିର ଅଭିବୃଦ୍ଧିରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି ।

 

ଆଗାମୀ ଲକ୍ଷ୍ୟ:

ପଶ୍ଚିମ ଓଡ଼ିଶା ଆଜି ଏକ କୃଷି-ବ୍ୟବସାୟ କେନ୍ଦ୍ର ଭାବରେ ଉଭା ହେଉଛି, ଯାହା ଅଭିନବ ଚାଷ ପଦ୍ଧତି, ଉଦ୍ୟାନ କୃଷି, ଏବଂ FPO-ନେତୃତ୍ୱାଧୀନ କାର୍ଯ୍ୟପନ୍ଥା ସମୂହର ସାମୂହିକ ଯୋଗଦାନ ହେତୁ ସମ୍ଭବ ହୋଇଛି। ଏହି ପ୍ରୟାସ ଫଳରେ, ୨୦୨୪ ବର୍ଷରେ, ଓଡ଼ିଶା ୧୫୩୦୫.୫୧ ହଜାର ମେଟ୍ରିକ୍ ଟନ୍ ଉଦ୍ୟାନ କୃଷି ଉତ୍ପାଦ ଉତ୍ପାଦନ କରି ଏକ ରେକର୍ଡ ସ୍ଥାପନ କରିଛି। ଯେଉଁ ଚାଷୀମାନେ ଏକଦା ଚାଷ କାର୍ଯ୍ୟକୁ ବଞ୍ଚିବାର ମାଧ୍ୟମ ବୋଲି ଭାବୁଥିଲେ, ସେମାନେ ଆଜି ନିଜକୁ କୃଷି-ଉଦ୍ୟୋଗୀ ଭାବରେ ଦେଖୁଛନ୍ତି।

 

ଏହି ପ୍ରଗତିକୁ ବଜାୟ ରଖିବା ପାଇଁ, ଉତ୍ପାଦନ ପରେ ଉନ୍ନତ ଭିତ୍ତିଭୂମି, ଆଧୁନିକ ପ୍ୟାକେଜିଂ ଏବଂ ବଜାର ସଂଯୋଗର ଆବଶ୍ୟକତା ରହିଛି। ସରକାରୀ ଓ ବେସରକାରୀ ଭାଗିଦାରୀରେ ପଶ୍ଚିମ ଓଡ଼ିଶା ଭାରତ ପାଇଁ ଏକ ଅଗ୍ରଣୀ କୃଷି ମଡେଲ ଭାବରେ ଉଭା ହୋଇପାରିବ।

powered by social2s

ଭୁବନେଶ୍ବରରେ ହେବ 'ସୁଭଦ୍ରା ଶକ୍ତି’ ବଜାର

Details
Odia Ray Admin
ଓଡିଶା
20 September 2025

ଭୁବନେଶ୍ବର: ଭୁବନେଶ୍ବରରେ ହେବ 'ସୁଭଦ୍ରା ଶକ୍ତି’ ବଜାର। ପ୍ରତ୍ୟେକ ଜିଲ୍ଲାରେ ବି ହେବ ‘ସୁଭଦ୍ରା ଶକ୍ତି’ ବଜାର। ସ୍ଵୟମ ସହାୟକ ଗୋଷ୍ଠୀଙ୍କ ଉତ୍ପାଦକୁ ବଜାରୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ପରିଡ଼ା କହିଛନ୍ତି ଯେ ୨୦୨୪-୨୫ରେ ସ୍ଵୟମ ସହାୟକ ଗୋଷ୍ଠୀଙ୍କୁ ମିଳିଛି ୧୭,୪୫୪ କୋଟି ଟଙ୍କା ଋଣ।

powered by social2s

୨ କାର୍‌ ଧକ୍କାରେ ୪ ଗୁରୁତର

Details
Odia Ray Admin
ଓଡିଶା
20 September 2025

ଭୁବନେଶ୍ବର: ବିଳମ୍ବିତ ରାତିରେ ଭୁବନେଶ୍ବର ବମିଖାଲ ଓଭରବ୍ରିଜ୍‌ରେ ୨ଟି କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣେ ଯୁବତୀ ସହ ୪ ଗୁରୁତର ଆହତ ହୋଇଛନ୍ତି। ଗୋଟିଏ କାର୍‌ ମହର୍ଷି କଲେଜ୍ ପଟୁ, ଅନ୍ୟଟି ରସୁଲଗଡ଼ ପଟୁ ଓଭର ବ୍ରିଜ୍‌ରେ ଆସୁଥିଲା। ଆହତମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିବା ସୂଚନା।

powered by social2s

ଆୟୁର୍ବେଦ ଦିବସ ଅବସରରେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆହୋଜନ

Details
Odia Ray Admin
ଓଡିଶା
20 September 2025

ବରଗଡ଼: ଚଳିତ ବର୍ଷ ଠାରୁ ଭାରତ ସରକାର ସେପ୍ଟେମ୍ବର ୨୩ ତାରିଖକୁ ଆୟୁର୍ବେଦ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

 

ବିଗତ ବର୍ଷ ମାନଙ୍କରେ ଧନ୍ୱନ୍ତରି ଜୟନ୍ତୀ କୁ ଆୟୁର୍ବେଦ ଦିବସ ଭାବେ ପାଳନ କରାଯାଉଥିଲା । ଏହି ବର୍ଷ ଦଶମ ଆୟୁର୍ବେଦ ଦିବସ ସର୍ବଭାରତୀୟ ସ୍ତରରେ ପାଳିତ ହେଉଛି । ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ, ପାଇକମାଲ, ବରଗଡ଼ରେ ସେପ୍ଟେମ୍ବର ୧୭ ରୁ ୨୩ ପର୍ଯ୍ୟନ୍ତ ଆୟୁର୍ବେଦ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ସେପ୍ଟେମ୍ୱର ୧୯ ତାରିଖରେ ନୃସିଂହନାଥ ମନ୍ଦିର ପରିସରରେ ଏକ ପଥଚଳନ ଏବଂ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା ।

 

ମହାବିଦ୍ୟାଳୟର ପ୍ରଶାସକ ଶ୍ରୀ ମନୋଜ କୁମାର ତ୍ରିବେଦୀ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଲୋକମାନଙ୍କୁ ନାଟକ ମାଧ୍ୟମରେ ଆୟୁର୍ବେଦର ମହତ୍ତ୍ୱ ବୁଖାଇଥିଲେ ଏବଂ ବିବିଧ ଭେଷଜ ମାନଙ୍କ ଉପାଦେୟତା ଜଣାଇ ବ୍ୟବହାର କରିବାକୁ ନିବେଦନ କରିଥିଲେ । ସେପ୍ଟେମ୍ୱର ୨୦ ତାରିଖ ସକାଳେ ପାଇକମାଲ ବ୍ଲକ ସମ୍ମୁଖସ୍ଥ ମିଶନ ଶକ୍ତି ଅଫିସ ପାଖରେ ମଧ୍ୟ ପଥପ୍ରାନ୍ତ ନାଟକ ଉପସ୍ଥାପିତ ହୋଇଥିଲା । ଅଧ୍ୟକ୍ଷ ପ୍ରୋ: ଜଗବନ୍ଧୁ ମିଶ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଇକମାଲର ଜନସାଧାରଣ ଉପସ୍ଥିତ ରହି ଆୟୁର୍ବେଦ ବିଷୟକ ଜ୍ଞାନ ଆହରଣ କରିଥିଲେ । ଆସନ୍ତା ୨୩ ତାରିଖ ଦିନ ମହାବିଦ୍ୟାଳୟ ପରିସରରେ ଏକ ଫୁଡ଼ ଫେଷ୍ଟିଭାଲ ଆୟୋଜିତ ହେବାକୁ ଯାଉଛି ଏଣୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ଜନସାଧାରଣଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆୟୁର୍ବେଦ ଆହାର ବିଷୟରେ ଜାଣିବାକୁ ନିବେଦନ କରିଛନ୍ତି ।

powered by social2s

ବିଶିଷ୍ଟ ଆଦିବାସୀ ନେତା ଜର୍ଜ ତିର୍କିଙ୍କ ପରଲୋକ

Details
Odia Ray Admin
ଓଡିଶା
20 September 2025

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ପୂର୍ବତନ ବିଧାୟକ ଓ ବିଶିଷ୍ଟ ଆଦିବାସୀ ନେତା ଜର୍ଜ ତିର୍କିଙ୍କ ପରଲୋକ ହୋଇଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୭ ବର୍ଷ ବୟସରେ ଦେହାନ୍ତ ହୋଇଥିବା ସୂଚନା। ଗତ କିଛି ମାସ ଧରି ଅସୁସ୍ଥ ଥିଲେ ଜର୍ଜ ତିର୍କି। ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଭାବେ ପରିଚିତ ଜର୍ଜ ତିର୍କି। ୧୯୯୫, ୨୦୦୦, ୨୦୦୯ ଓ ୨୦୧୪ରେ ବିଧାୟକ ନିର୍ବାଚିତ ହୋଇଥିଲେ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ୨ ଥର, ଥରେ ସ୍ବାଧୀନ ଓ ଥରେ ସମତା କ୍ରାନ୍ତି ଦଳରୁ ନିର୍ବାଚିତ ହୋଇଥିଲେ।

powered by social2s

ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହେଲା ଶିମିଳିପାଳର ବିରଳ କଳାବାଘ

Details
Odia Ray Admin
ଓଡିଶା
19 September 2025

ଭୁବନେଶ୍ୱର: ବନ୍ୟପ୍ରାଣୀ ସମ୍ପର୍କିତ ଚମତ୍କାର କଥାବସ୍ତୁ ଓ ଚିତାକର୍ଷକ ଚିତ୍ର ପାଇଁ ସାରା ବିଶ୍ୱରେ ବିଶେଷ ଆଦୃତ ଲାଭ କରିଥିବା ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହୋଇଛି ଶିମିଳିପାଳର ବିରଳ କଳାବାଘ । "The Tigers Who Changed Their Stripes" ଶୀର୍ଷକ କାହାଣୀଟି ଶିମିଳିପାଳ ଅଭୟାରଣ୍ୟର ବିରଳ କଳାବାଘ ଏବଂ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ବାଘ ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ପର୍ଯ୍ୟବେସିତ ଅଟେ । ନ୍ୟାସନାଲ୍ ଜିଓଗ୍ରାଫିକ୍ ଏକ୍ସପ୍ଲୋରର୍ ଓ ଫଟୋଗ୍ରାଫର୍ ଶ୍ରୀ ପ୍ରସେନଜିତ ଯାଦବ ଅନେକ ଦିନଧରି ଶିମିଳିପାଳର ଘନ ଜଙ୍ଗଲ ମଧ୍ୟରେ ବାଘମାନଙ୍କର ଗତିବିଧି ଲକ୍ଷ କରିବା ସହ ବିରଳ କଳାବାଘ ଉପରେ ନ୍ୟାସନାଲ୍ ଜିଓଗ୍ରାଫିକର ପ୍ରଚ୍ଛଦପୃଷ୍ଠାରେ ସ୍ଥାନ ପାଇଲା ଭଳି ଏକ ଚମତ୍କାର କାହାଣୀ ରଚନା କରିଛନ୍ତି । କାହାଣୀକୁ ଅଧିକ ଆକର୍ଷଣୀୟ କରିଛି ତାଙ୍କ ଦ୍ୱାରା ଘନ ଜଙ୍ଗଲର ସବୁଜ ବନାନୀ ମଧ୍ୟରେ ଶିଉଳିମୟ ପଥର ଉପରୁ ନିର୍ବାକ ହୋଇ କ୍ୟାମେରାକୁ ଅନେଇରହିଥିବା କଳାବାଘର ପ୍ରଚ୍ଛଦ ପଟର ଚିତ୍ର । ତାଙ୍କୁ ଏହି କାର୍ଯ୍ୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସମସ୍ତ ପ୍ରକାର ସହଯୋଗ କରିଛି । ବିଭାଗ ଦ୍ୱାରା ପ୍ରଦତ୍ତ ସମସ୍ତ ସହଯୋଗ ପାଇଁ ଶ୍ରୀ ଯାଦବ ବିଭାଗ ଏବଂ ସରକାରଙ୍କୁ ସାଧୁବାଦ ଜଣାଇବା ସହ ମୟୁରଭଞ୍ଜର ଶିମିଳିପାଳ ଅଭୟାରଣ୍ୟର ମନଲୋଭା ପ୍ରକୃତି, ଶାନ୍ତ-ସରଳ ଜନସାଧାରଣ ଓ ସର୍ବୋପରି ବିରଳ କଳାବାଘ ତାଙ୍କୁ ଅଭିଭୂତ କରିଛି ବୋଲି ସେ ପ୍ରକାଶ କରିଛନ୍ତି । ନ୍ୟାସନାଲ୍ ଜିଓଗ୍ରାଫିକ୍ ମାଗାଜିନ ଦ୍ୱାରା ମୟୁରଭଞ୍ଜର ବିରଳ କଳାବାଘଙ୍କ କାହାଣୀ ବିଶ୍ୱର କୋଟି କୋଟି ଲୋକ ପଢିବେ ଏବଂ ଓଡିଶା ଓ ଏହାର ପ୍ରାକୃତିକ ବିଭବ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିବେ । ଅତଏବ, ଏଭଳି ଏକ ବିଶ୍ୱସ୍ତରୀୟ ପତ୍ରିକାରେ ବିରଳ କଳାବାଘଙ୍କ କାହାଣୀ ସ୍ଥାନ ପାଇବା ତାହା ପୁଣି ପ୍ରଚ୍ଛଦପଟରେ, ଓଡିଶା ପାଇଁ କିଛି କମ ଗର୍ବର କଥା ନୁହେଁ । ଓଡିଶା ଏକମାତ୍ର ସ୍ଥାନ ଯେଉଁଠି କଳାବାଘ ଅଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ପ୍ରକାଶ କରିଛନ୍ତି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶାର ସମୃଦ୍ଧ ବନ୍ୟଜନ୍ତୁ, ଜୈବ-ବିବିଧତା ଓ ପ୍ରକୃତିର ସୁରକ୍ଷା ଓ ସମୃଦ୍ଧି ପାଇଁ ନେଉଥିବା ବିବିଧ ସମୟ ଉପଯୋଗୀ ଓ ସକାରାତ୍ମକ ପଦକ୍ଷେପ ସମ୍ପର୍କରେ ଏବେ ସାରା ବିଶ୍ୱ ଜାଣିବାକୁ ପାଇବ ଏବଂ ଓଡିଶା ପର୍ଯ୍ୟଟନ ବିଶେଷ କରି ଶିମିଳିପାଳ ଅଭୟାରଣ୍ୟକୁ ଏକ ନୂଆ ଦିଗନ୍ତ ମିଳିବ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଆଶାବ୍ୟକ୍ତ କରିଛନ୍ତି ।

powered by social2s

More Articles ...

  1. ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ ଶୁଭାରମ୍ଭ
  2. ଓଡ଼ିଶାରେ ନଭେମ୍ବର ୨୦୨୫ ରୁ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ କୃଷି ଯାନ୍ତ୍ରୀକିକରଣ ମେଳା ଆୟୋଜନ ହେବ
  3. ହବିଷ୍ୟାଳି ପଞ୍ଜୀକରଣ ଆରମ୍ଭ
Page 349 of 2256
  • Start
  • Prev
  • 344
  • 345
  • 346
  • 347
  • 348
  • 349
  • 350
  • 351
  • 352
  • 353
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.