• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
22
Sun, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଆଜି ପବିତ୍ର ଗଣେଶ ଚତୁର୍ଥୀ, ସବୁଠି ଭକ୍ତିମୟ ପରିବେଶ

Details
Odia Ray Admin
ଓଡିଶା
14 September 2026

ଭୁବନେଶ୍ୱର : ଆଜି ପବିତ୍ର ଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପଲ୍ଲୀରୁ ଦିଲ୍ଲୀ। ଶ୍ରୀ ଗଣେଶଙ୍କ ଆବାହନ ଲାଗି ସବୁଠି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଶିକ୍ଷାନୁଷ୍ଠାନ ଏବଂ ଘରେ ଘରେ ହୋଇଛି ସାଜସଜ୍ଜା। ଭୁବନେଶ୍ୱରର ବିଭିନ୍ନ ପୂଜା କମିଟି ଧୁମ୍ ଧାମ୍ ରେ ପାଳନ ହେଉଛି ଗଣେଶ ପୂଜା। ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରେ ପୂଜା ପାଉଛନ୍ତି ଗଜାନନଙ୍କ ୬୫ ଫୁଟ ମୂର୍ତ୍ତି।

powered by social2s

ସଂଯୁକ୍ତ ଆରବ ଏମିରଟ୍ସ ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ, କହିଲେ ରାଜ୍ୟକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ ଓ ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି

Details
Odia Ray Admin
ଓଡିଶା
13 September 2026

ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ିଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ଆମ ସରକାର ନିଜର ସର୍ବାଧିକ ସାମର୍ଥ୍ୟର ଉପଯୋଗ କରୁଛନ୍ତି ବୋଲି ସଂଯୁକ୍ତ ଆରବ ଏମିରଟ୍ସ ଗସ୍ତରୁ ଫେରି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ପୁଅ-ଝିଅ ପାଠପଢ଼ା ସାରିବା ପରେ ଯେପରି ନିଜ ମାଟିରେ ହିଁ ସମ୍ମାନଜନକ ନିଯୁକ୍ତି ପାଇପାରିବେ, ତାହା ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ଏଥିପାଇଁ ଆରମ୍ଭରୁ ହିଁ ଶିଳ୍ପାୟନ ଅଭିଯାନକୁ ବ୍ୟାପକ କରାଯାଇଛି। ଭୁବନେଶ୍ୱର ବିମାନବନ୍ଦର ଠାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନିକଟରେ ବିବୃତ୍ତି ରଖି ସେ କହିଥିଲେ ଯେ, ଏହି ସଂଯୁକ୍ତ ଆରବ ଏମିରଟ୍ସ ଗସ୍ତ, ଗତ ଦୁଇ ବର୍ଷ ଧରି ସରକାରଙ୍କ ଶିଳ୍ପାୟନ ଅଭିଯାନର ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ୨୦୨୫ ଜାନୁୟାରୀରେ ଭୁବନେଶ୍ୱରରେ ଅନୁଷ୍ଠିତ 'ଉତ୍କର୍ଷ ଓଡ଼ିଶା – ମେକ ଇନ ଓଡ଼ିଶା କନକ୍ଲେଭ' ପରେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଗୁଜରାଟ ଠାରୁ ଆରମ୍ଭ କରି ସିଙ୍ଗାପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ଗସ୍ତ କରି ପୁଞ୍ଜି ଯୋଗାଡ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ଏକ ସମର୍ପିତ ଟିମ୍ ନିରବିଚ୍ଛିନ୍ନ ଉଦ୍ୟମ ଜାରି ରଖିଛନ୍ତି | ଏହି ଉଦ୍ୟମ ଦ୍ୱାରା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହା ଗୋଟିଏ ଗୋଟିଏ ମାଇଲଖୁଣ୍ଟ ଭାବେ ପରିଗଣିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଓ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ୟୁଏଇ ଗସ୍ତ କାଳରେ ୯, ୧୦ ଓ ୧୧ ତାରିଖ— ତିନି ଦିନ ଧରି ଆବୁଧାବି ଏବଂ ଦୁବାଇରେ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଛି । ସଂଯୁକ୍ତ ଆରବ ଏମିରଟ୍ସ ଗସ୍ତରେ ସମୁଦାୟ ୫୨ଟି ବିଜନେସ ମିଟିଙ୍ଗ୍, ୬ଟି ରାଉଣ୍ଡଟେବୁଲ ମିଟିଙ୍ଗ୍, ୪୬ଟି ୱାନ୍-ଟୁ-ୱାନ୍ ମିଟିଙ୍ଗ୍ ସହ ପ୍ରାୟ ୪୦୦ ଶିଳ୍ପ ନେତୃତ୍ୱ ଓ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଛି। ଏହି ଗସ୍ତ କାଳରେ ସମୁଦାୟ ୮ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ସହ ୧୬ଟି ନିବେଶ ସମ୍ଭାବନା ସୃଷ୍ଟି ହୋଇଛି, ଯାହାଦ୍ୱାରା ରାଜ୍ୟକୁ ୨ ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ ହୋଇଛି। ଏହାଦ୍ୱାରା ୬ ଲକ୍ଷ ୧୮ ହଜାର ୭୨୫ ପ୍ରତ୍ୟକ୍ଷ ସୁଯୋଗ ସୃଷ୍ଟି ହେବ। ପରୋକ୍ଷ ନିଯୁକ୍ତି ସହ ସମୁଦାୟ ପ୍ରାୟ ୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ହାସଲ ହୋଇଥିବା ୨୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ପ୍ରସ୍ତାବକୁ ମିଶାଇ ବର୍ତ୍ତମାନ ରାଜ୍ୟର ମୋଟ ନିବେଶ ପ୍ରସ୍ତାବ ୨୨.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଏହି ଗସ୍ତ କାଳରେ ସଂଯୁକ୍ତ ଆରବ ଏମିରଟ୍ସର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ନିବେଶ ପରିଷଦର ଅଧ୍ୟକ୍ଷ ଅବ୍‌ଦୁଲା ବିନ୍ ତକ୍ ଅଲ୍‌ ମାରି ଏବଂ ଆଇ ଏଚ ସି ର ପରିଚାଳନା ନିର୍ଦ୍ଦେଶକ ସୟଦ ବସର୍ ସୁଏବ୍‌ଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଆଇ ଏଚ ସି ଓ ଆଦାନୀ ଗ୍ରୁପ୍ ମଧ୍ୟରେ ୨୦୨୬ ଜୁଲାଇ ୨ ତାରିଖରେ ହୋଇଥିବା ଭାଗିଦାରୀକୁ ଆଗକୁ ନେଇ ଓଡ଼ିଶାରେ ୧୪ଟି ନୂଆ ପ୍ରକଳ୍ପ ପାଇଁ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ଦୁଇ କମ୍ପାନୀର ଇଣ୍ଟିଗ୍ରେଟେଡ୍ ଆଲୁମିନିୟମ୍ ପ୍ରୋଜେକ୍ଟ ପାଇଁ ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପ ସ୍ଥାପନ ନେଇ ଉଦ୍ୟମ ଜାରି ରହିଛି। ଏହା ସହିତ ସଂଯୁକ୍ତ ଆରବ ଏମିରଟ୍ସର ସଫଳ ଓଡ଼ିଆ ଉଦ୍ୟୋଗୀ ଓ ପ୍ରବାସୀ ଓଡ଼ିଆମାନଙ୍କ ସହ ଭାବର ଆଦାନପ୍ରଦାନ କରାଯାଇଛି, ଯାହା ଦ୍ୱିପାକ୍ଷିକ ବ୍ୟବସାୟିକ ଓ ସାଂସ୍କୃତିକ ସମ୍ପର୍କକୁ ଅଧିକ ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି | ସେ ଆହୁରି କହିଥିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଏବଂ ଆସନ୍ତା ଦଶ ବର୍ଷ ମଧ୍ୟରେ ରାଜ୍ୟକୁ ୫୦୦ ବିଲିଅନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ଶିକ୍ଷିତ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି।

powered by social2s

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

Details
Odia Ray Admin
ଓଡିଶା
12 September 2026

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ। ଗୁଜୁରାଟ 'ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ' ପକ୍ଷରୁ ଏହି ପ୍ରାଣୀଙ୍କୁ ଦାନରେ ପ୍ରଦାନ କରାଯାଇଛି। ୧୪ଟି ପ୍ରଜାତିର ମୋଟ୍‌ ୫୮ଟି ବିଦେଶୀ ପ୍ରାଣୀ ନନ୍ଦନକାନନ ଆସିଥିବା ସୂଚନା। ୪ଟି ଜେବ୍ରା ଓ ୪ଟି କଙ୍ଗାରୁ ସମେତ ୫୮ ଜୀବ ଆସିଥିବା ଜଣାପଡ଼ିଛି। ଏବେ ନନ୍ଦନକାନନରେ ମୋଟ୍ ୧୮୮ ପ୍ରଜାତିର ପ୍ରାଣୀ ରହିଛନ୍ତି।

powered by social2s

କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ ସମ୍ଭାବନାର ବିସ୍ତାର ପାଇଁ ଓଡ଼ିଶାର ନିବେଶ-ଅନୁକୂଳ ରୋଡମ୍ୟାପ୍

Details
Odia Ray Admin
ଓଡିଶା
11 September 2026

ଭୁବନେଶ୍ୱର: ଓଡ଼ିଶାରେ ସ୍ୱଚ୍ଛ ଶକ୍ତି ଭିତ୍ତିଭୂମିର ସମ୍ପ୍ରସାରଣ ଦିଗରେ ଓଡ଼ିଶା ଆଜି ଏକ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିଛି। ଶକ୍ତି ବିଭାଗ, ଓଡ଼ିଶା ସରକାର ଏବଂ ଗ୍ରୀଡକୋ ଲିମିଟେଡ୍, 'ଆଇଫରେଷ୍ଟ' (iFOREST) ର ସହଯୋଗରେ ମେଫେୟାର କନ୍‌ଭେନ୍ସନ୍ ହଲ୍‌ଠାରେ ଏକ ଉଚ୍ଚସ୍ତରୀୟ ଅଂଶୀଦାର ଆଲୋଚନାଚକ୍ର (Stakeholder Dialogue) ଆୟୋଜିତ ହୋଇଥିଲା। କେନ୍ଦ୍ର ନୂତନ ଏବଂ ନବୀକରଣଯୋଗ୍ୟ ଉର୍ଜା ମନ୍ତ୍ରଣାଳୟ (MNRE) ର କ୍ଷୁଦ୍ର ଜଳବିଦ୍ୟୁତ୍ ବିକାଶ ଯୋଜନା (୨୦୨୬-୨୭ ରୁ ୨୦୩୦-୩୧) ର ଦ୍ରୁତ ନୀତି ନିର୍ଦ୍ଧାରକ, ପ୍ରକଳ୍ପ ବିକାଶକାରୀ, ଆର୍ଥିକ ସଂସ୍ଥା ଏବଂ କ୍ଷେତ୍ରୀୟ ବିଶେଷଜ୍ଞମାନେ ଏହି କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିଲେ। ଭାରତରେ ଆକଳନ କରାଯାଇଥିବା ୨୧,୧୩୩ ମେଗାୱାଟ୍ କ୍ଷୁଦ୍ର ଜଳବିଦ୍ୟୁତ୍ ସମ୍ଭାବନା ମଧ୍ୟରୁ ମାତ୍ର ୫,୧୭୧ ମେଗାୱାଟ୍ ବିନିଯୋଗ ହୋଇପାରିଛି। ଓଡ଼ିଶା ପାଇଁ ଏହି ନୀତିଗତ ଦିଗଦର୍ଶନକୁ ଏକ ବାସ୍ତବିକ ଏବଂ ନିବେଶ-ଅନୁକୂଳ କାର୍ଯ୍ୟପନ୍ଥାରେ ପରିଣତ କରିବା ଏହି ଆଲୋଚନାର ମୁଖ୍ୟ ଲକ୍ଷ୍ୟ ଥିଲା। ନୂତନ ଭାବେ ଆରମ୍ଭ ହୋଇଥିବା ୨,୫୮୪.୬୦ କୋଟି ଟଙ୍କାର ଏହି ଜାତୀୟ ଯୋଜନା ମାଧ୍ୟମରେ ପ୍ରାୟ ୨୦୦ଟି ପ୍ରକଳ୍ପ ଜରିଆରେ ୧,୫୦୦ ମେଗାୱାଟ୍‌ର ନୂତନ କ୍ଷୁଦ୍ର ଜଳବିଦ୍ୟୁତ୍ କ୍ଷମତା ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତି ନିମନ୍ତେ ୩୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ବ୍ୟବସ୍ଥା ରହିଛି। ଭାରତର ମୋଟ ଭୂପୃଷ୍ଠ ଜଳସମ୍ପଦର ପ୍ରାୟ ୧୧ ପ୍ରତିଶତ ଓଡ଼ିଶାରେ ଥିବାବେଳେ , ରାଜ୍ୟ ଏହି କେନ୍ଦ୍ରୀୟ ସହାୟତାର ଉପଯୋଗ କରି ନିଜର ତାପଜ ବିଦ୍ୟୁତ୍-ନିର୍ଭରଶୀଳତାକୁ ହ୍ରାସ କରିବା ସହ ଶକ୍ତି କ୍ଷେତ୍ରରେ ବିବିଧତା ଆଣିବାକୁ ଲକ୍ଷ୍ୟ ରଖିଛି। ଏହି ସ୍ୱଚ୍ଛ ଶକ୍ତିର ଗ୍ରୀଡ୍ ସଂଯୋଗୀକରଣ ପାଇଁ ରାଜ୍ୟ ସରକାର କିଛି ଦିନ ପୂର୍ବରୁ ହିଁ ରାଜ୍ୟରେ ଭିତ୍ତିଭୂମିର ବିକାଶ ନିମନ୍ତେ ପ୍ରାୟ ୧୬,୦୦୦ କୋଟି ଟଙ୍କାର କ୍ୟାବିନେଟ ଅନୁମୋଦନ ପ୍ରାପ୍ତ କରିଛନ୍ତି । ଏହା ଅଧୀନରେ ଉନ୍ନୀତ ୭୬୫ କେଭି ବିଶିଷ୍ଟ ତିନୋଟି ନେଟୱାର୍କ ପ୍ରସାରଣ ବ୍ୟବସ୍ଥା ସ୍ଥାପନ କରାଯିବ। ଏହି ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରକାଶ କରିଥିଲେ ଯେ, ବିନା ବ୍ୟାପକ ଜମି ଅଧିଗ୍ରହଣରେ ବର୍ତ୍ତମାନର ଜଳସେଚନ କେନାଲ ଏବଂ ଜଳପ୍ରବାହକୁ ବ୍ୟବହାର କରି କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ ପରିବେଶ ଓ ବିକାଶ ଦୃଷ୍ଟିରୁ ଯଥେଷ୍ଟ ଲାଭପ୍ରଦ ହୋଇପାରିବ। ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ ଦେବ ଉଲ୍ଲେଖ କରିଥିଲେ ଯେ, ରାଜ୍ୟର ଜଳସମ୍ପଦ ସମ୍ଭାବନାକୁ ଲାଭଦାୟକ ପ୍ରକଳ୍ପରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ଆବଶ୍ୟକୀୟ ନିୟାମକ, ଆର୍ଥିକ ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରୁଛନ୍ତି। ଏହି ଅବସରରେ ଏକ ଐତିହାସିକ ନବୀକରଣଯୋଗ୍ୟ ଶକ୍ତି ବ୍ୟାଙ୍କିଙ୍ଗ୍ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ପ୍ରାଥମିକତା ଭିତ୍ତିରେ ପ୍ରକଳ୍ପ ସ୍ଥାନ ଚୟନ, ସରଳୀକୃତ ମଞ୍ଜୁରୀ ପ୍ରକ୍ରିୟା ଏବଂ ସ୍ଥାନୀୟ ସମୁଦାୟର ସହଭାଗିତାକୁ ଗୁରୁତ୍ୱ ଦେଇ ଏକ ସରକାରୀ କାର୍ଯ୍ୟସୂଚୀ (Action Roadmap) ପ୍ରସ୍ତୁତ କରାଯିବ। ଏହି ଆଲୋଚନାଚକ୍ରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓପିଟିସିଏଲ୍ ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥ, ଆଇଫରେଷ୍ଟର ପ୍ରୋଗ୍ରାମ ଡେଭଲପମେଣ୍ଟ ଡାଇରେକ୍ଟର ମାଣ୍ଡବୀ ସିଂହଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

powered by social2s

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

Details
Odia Ray Admin
ଓଡିଶା
13 September 2026

ନୂଆଦିଲ୍ଲୀ: ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱା ଓ ସୋ) ପକ୍ଷରୁ କିମ୍ବଦନ୍ତୀ ଗାୟକ ସ୍ବର୍ଗତଃ ପ୍ରଣବ ପଟ୍ଟନାୟକଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ୱା ଓ ସୋ ଦ୍ୱାରା ଆଭାସୀ ମଞ୍ଚରେ ଆୟୋଜିତ ଏକ ଶୋକସଭାରେ ବିଶ୍ୱବ୍ୟାପୀ ପ୍ରବାସୀ ଓଡ଼ିଆ ନେତାମାନେ ଯୋଗଦେଇ ପଟ୍ଟନାୟକଙ୍କର ଦୁଃଖଦ ବିୟୋଗ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଶୋକ ସମାବେଶରେ ୱା ଓ ସୋ‌ର କାର୍ଯ୍ୟକର୍ତ୍ତା, ସଦସ୍ୟ ଓ ଶୁଭେଚ୍ଛୁ ବୃନ୍ଦ, ଦେଶ ବିଦେଶର ପ୍ରମୁଖ ଅଣନିବାସୀ ଓଡ଼ିଆ ସମ୍ପ୍ରଦାୟ ନେତୃମଣ୍ଡଳୀ ତଥା ପଟ୍ଟନାୟକଙ୍କର ପ୍ରଶଂସକ ମାନେ ଯୋଗ ଦେଇଥିଲେ। ଡିଜିଟାଲ୍ ସଭାକୁ ସମ୍ବୋଧନ କରି ବିଶିଷ୍ଟ ବ୍ୟକ୍ତି ମାନେ ସ୍ବର୍ଗତଃ ଶ୍ରୀ ପ୍ରଣବ ପଟ୍ଟନାୟକ ଅସଂଖ୍ୟ କାଳଜୟୀ ସଙ୍ଗୀତ ଗାୟନ କରି ଓଡ଼ିଶାର ସମୃଦ୍ଧ କଳା, ଉନ୍ନତ ସଂସ୍କୃତି ଓ ଉତ୍ତୁଙ୍ଗ ଐତିହ୍ୟକୁ ବିଶ୍ୱବ୍ୟାପୀ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବାରେ ବିପୁଳ ଯୋଗଦାନ ଦେଇଥିବା ଉଲ୍ଲେଖ କରିଥିଲେ । ସଭାରେ ପୌରହିତ୍ୟ କରି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ ଓ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ସ୍ବର୍ଗତଃ ପଟ୍ଟନାୟକଙ୍କ ସହ ୱା ଓ ସୋ‌ର ଖୁବ ଘନିଷ୍ଠ ସମ୍ପର୍କ ଥିଲା ବୋଲି କହିଥିଲେ। କୋଭିଡ୍ ସମୟରେ ଏହି ବିଶ୍ୱସଂସ୍ଥାର ଗଠନ ପର୍ଯ୍ୟାୟରେ ପଟ୍ଟନାୟକ ଲଗାତର ସାହାଯ୍ୟ ଓ ନିରବଚ୍ଛିନ୍ନ ସହଯୋଗ ଯୋଗାଇ ଦେଇ ଆସିଥିବା ଶ୍ରୀ ଦ୍ୱିବେଦୀ ପ୍ରକାଶ କରିଥିଲେ। ଏହି ଅବସରରେ ସ୍ବର୍ଗତଃ ପ୍ରଣବ ପଟ୍ଟନାୟକ ଙ୍କର ପତ୍ନୀ କସ୍ତୁରିକା ପଟ୍ଟନାୟକ ୱା ଓ ସୋର ସଦସ୍ୟ ବୃନ୍ଦ ଏବଂ ଓଡ଼ିଶାର ଅଗଣିତ ଜନସାଧାରଣ ତାଙ୍କ ପରିବାର ପ୍ରତି ପ୍ରଦର୍ଶନ କରିଥିବା ଅଜସ୍ର ସମବେଦନା ଓ ଅପାର ସ୍ନେହ ଶ୍ରଦ୍ଧାକୁ ସେ କେବେ ଭୁଲି ପାରିବେ ନାହିଁ ବୋଲି ସୂଚାଇ ଥିଲେ । ପ୍ରଣବ ପଟ୍ଟନାୟକ ଜଣେ ବ୍ୟକ୍ତି ନୁହେଁ, ଏକ ଅନୁଷ୍ଠାନ ଥିଲେ ବୋଲି ଦର୍ଶାଇ, ସମ୍ଭାବନାର ସମ୍ପାଦକ ଦେବ ପ୍ରସାଦ ପରିଜା ଓଡ଼ିଶାର ସଙ୍ଗୀତ ଜଗତକୁ ସମୃଦ୍ଧ କରିବାରେ ତାଙ୍କର ବ୍ୟାପକ ଅବଦାନକୁ ସରକାର ସ୍ୱୀକୃତି ଦେଇପାରିନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ୱା ଓ ସୋର ସାଧାରଣ ସମ୍ପାଦକ ପୁଷ୍ପାଞ୍ଜଳି ବାରିକ, ପ୍ରଖ୍ୟାତ ଗାୟିକା ମମତା ବେବର୍ତ୍ତା ପଟ୍ଟନାୟକ ଏବଂ ୱା ଓ ସୋ ମହିଳା ଶାଖାର ଉପ-ସଭାପତି ରୀତା ପାତ୍ର ପଟ୍ଟନାୟକଙ୍କ ଅନେକ ସୁମଧୁର ଓ ମର୍ମସ୍ପର୍ଶୀ ଲୋକପ୍ରିୟ ଗୀତ ଗାଇ ତାଙ୍କୁ ସଙ୍ଗୀତାତ୍ମକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀ ଉତ୍କଳ ଅସ୍ମିତା ଫାଉଂଡେସନର ପ୍ରତିଷ୍ଠାତା ସଭାପତି ଡ଼ଃ ଅନୀତା ପଣ୍ଡା,ବରିଷ୍ଠ ପ୍ରଶାସକ ବିଭୂତି ଭୂଷଣ ପଟ୍ଟନାୟକ, ଆକାଶବାଣୀର ନିର୍ଦ୍ଦେଶିକା ସୁଭଶ୍ରୀ ମହାପାତ୍ର, ୱା ଓ ସୋର ଉପାଧ୍ୟକ୍ଷ ଡଃ ନଳିନୀ ପତି, ‌ୱା ଓ ସୋ ର ମହାସଚ୍ଚିବ ଶିବ ରଞ୍ଜନ ବିଶ୍ୱାଳ, ୱା ଓ ସୋ ମହିଳା ଶାଖାର ସଭାପତି ଡଃ ସୁନନ୍ଦା ମିଶ୍ର ପଣ୍ଡା, ୱା ଓ ସୋ‌ର ସାଂସ୍କୃତିକ ସାଧାରଣ ସମ୍ପାଦକ ଡଃ କାବେରୀ ବେହେରା, ୱା ଓ ସୋ‌ର ଯୁଗ୍ମ ମହାସଚ୍ଚିବ ଡଃ ସୀତାଂଶୁ ଶେଖର ନନ୍ଦ, ‌ ୱା ଓ ସୋର ସାଧାରଣ ସମ୍ପାଦକ ଉମାକାନ୍ତ ଜେନା, ୱା ଓ ସୋର କୁୱେତ ଅଧ୍ୟାୟର ସଭାପତି ବିଶ୍ୱ ରଞ୍ଜନ ସାହୁ ଏବଂ ୱା ଓ ସୋ‌ର ସୁସ୍ଥତା ବିଭାଗର ଯୁଗ୍ମ ସାଧାରଣ ସମ୍ପାଦକ ସୁଶାନ୍ତ ଚାନ୍ଦ ପ୍ରମୁଖ ସ୍ବର୍ଗତଃ ଆତ୍ମା ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କ ବିୟୋଗରେ ଓଡ଼ିଶାର ସଙ୍ଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହୋଇଥିବା କହିଥିଲେ। ଆରମ୍ଭରେ ଦିଲ୍ଲୀ ସତସଙ୍ଗ କେନ୍ଦ୍ରର ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତଃ ଯତୀନ୍ଦ୍ର ନାଥ ମହାନ୍ତିଙ୍କ ଆତ୍ମାର ସଦଗତି କାମନା କରି ଏକ ମିନିଟ ନୀରବତା ଅବଲମ୍ବନ କରାଯାଇଥିଲା । ସଭା ଶେଷରେ ୱା ଓ ସୋ ର ମହାସଚ୍ଚିବ ଶିବ ରଞ୍ଜନ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ। ୱାର୍ଲଡ୍ ଓଡ଼ିଶା ସୋସାଇଟିର ଆନ୍ତର୍ଜାତିକ ସଂଯୋଜକ ଅକ୍ଷୟ ମହାନ୍ତି, ସାଧାରଣ ସମ୍ପାଦକ ଅନିନ୍ଦିତା ଦାସ ଏବଂ ସ୍ବର୍ଗତଃ ପ୍ରଣବ ପଟ୍ଟନାୟକଙ୍କର ପୁତ୍ର ଅନୁଭବ ପଟ୍ଟନାୟକ ଉପସ୍ଥିତ ଥିଲେ। ୱା ଓ ସୋର ଯୁବ ଶାଖା ସଦସ୍ୟ ନନ୍ଦନ ଦ୍ୱିବେଦୀ ଡିଜିଟାଲ୍ ନିୟନ୍ତ୍ରଣ କକ୍ଷକୁ ଦକ୍ଷତାର ସହ ସଂଚାଳନା କରିଥିଲେ।

powered by social2s

କେନାଲରେ ବୁଡ଼ି ଭାଇ ଓ ଭଉଣୀଙ୍କ ମୃତ୍ୟୁ

Details
Odia Ray Admin
ଓଡିଶା
12 September 2026

ଉଦଳା: ମୟୁରଭଞ୍ଜ ଜିଲ୍ଲା ନାଲୁହା ନଦୀ କେନାଲରେ ବୁଡ଼ି ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଛି। ମୃତ ଭାଇଭଉଣୀ ଖୁଣ୍ଟା ଥାନା ମହ୍ଲାରପଦା ଗାଁର। ପ୍ରଥମେ ଭାସି ଯାଇଥିଲେ ଭାଇ, ଉଦ୍ଧାର ପାଇଁ ଯାଇଥିଲେ ଭଉଣୀ। କରକଚିଆ ପୋଲ ନିକଟରୁ ଉଭୟଙ୍କ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବାହିନୀ।

powered by social2s

'ଜାତି-ନିର୍ମାଣରେ ଐତିହ୍ୟସଂପନ୍ନ ଅନୁଷ୍ଠାନଗୁଡ଼ିକର ଭୂମିକା ଅନସ୍ବୀକାର୍ଯ୍ୟ'

Details
Odia Ray Admin
ଓଡିଶା
11 September 2026

କଟକ : ଭାଷା-ସାହିତ୍ୟର ସୁରକ୍ଷା, ଜାତି ନିର୍ମାଣ ଓ ସମାଜକୁ ଦିଶା ନି‌ର୍ଦ୍ଦେଶ କରିବା କ୍ଷେତ୍ରରେ ଓଡ଼ିଶାର ଐତିହ୍ୟସଂପନ୍ନ ଅନୁଷ୍ଠାନଗୁଡ଼ିକର ଭୂମିକା ଅନସ୍ବୀକାର୍ଯ୍ୟ। ଊନବିଂଶ ଶତାବ୍ଦୀର ଦ୍ବିତୀୟ ଭାଗରେ ସୃଷ୍ଟି ହୋଇଥିବା ନବଜାଗରଣ ଫଳରେ ଅନେକ ଅନୁଷ୍ଠାନ ଗଢ଼ିଉଠିଥିଲା ଏବଂ ବିଭିନ୍ନ କ୍ଷେତ୍ରରେ ଏହା ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲା ବୋଲି ସାହିତ୍ୟ ଅକାଦେମି, ନୂଆଦିଲ୍ଲୀ ଓ ଉତ୍କଳ ସାହିତ୍ୟ ସମାଜ ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ସଂପ୍ରୀତିର ସ୍ବର: ସାଂସ୍କୃତିକ ସମନ୍ବୟରେ ଓଡ଼ିଶାର ଐତିହ୍ୟସଂପନ୍ନ ଅନୁଷ୍ଠାନଗୁଡ଼ିକର ଭୂମିକା’ ଶୀର୍ଷକ ଆଲୋଚନାଚକ୍ରରେ ଅତିଥି ଓ ଗବେଷକମାନେେ ମତ ପ୍ରକାଶ କରିଛନ୍ତି। ଶତାୟୁ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ଶତାବ୍ଦୀ ଭବନଠାରେ ଆୟୋଜିତ ଏହି ଆଲୋଚନା ଚକ୍ରକୁ ଉଦ୍‌ଘାଟନ କରି ବିଶିଷ୍ଟ କବି ତଥା ନାଟ୍ୟକାର ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ନ୍ୟାୟାଧୀଶ ଅରୁନ୍ କୁମାର ପରିଚ୍ଛା ଐତିହ୍ୟସଂପନ୍ନ ଅନୁଷ୍ଠାନର ପ୍ରଭାବଶାଳୀ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଡକ୍ଟର ଗୌରହରି ଦାସ ସଭାମୁଖ୍ୟ ଭାବେ ଓଡ଼ିଶାର ସାଂସ୍କୃତିକ ବିବିଧତାରେ ସଂପ୍ରୀତିର ସ୍ବର ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି ସାହିତ୍ୟ ଅକାଦେମି ସଚିବ ଡକ୍ଟର ବରୁଣ ଗୁଲାଟି ଏପରି ଶୀର୍ଷକ ଆଲୋଚନାର ବିଶେଷ ଗୁରୁତ୍ବକୁ ଦର୍ଶାଇଥିଲେ। ଏହି ଉଦ୍‌ଘାଟନୀ ଉତ୍ସବରେ ବିଷୟ ଉପସ୍ଥାପନ ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ କରିଥିବା ବେଳେ ସମ୍ମାନନୀୟ ଅତିଥି କଳାବିକାଶ କେନ୍ଦ୍ରର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଓ ଉତ୍କଳ ସାହିତ୍ୟ ସମାଜର ପ୍ରତିଷ୍ଠା ପଛର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପ୍ରକାଶ କରିଥିଲେ। ମୂଳ ଭାଷଣ ପ୍ରଦାନ କରିଥିଲେ ବିଶିଷ୍ଟ ସମାଲୋଚକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ। ଏହି ଅଧିବେଶରେ ଧନ୍ୟବାଦ ପ୍ରଦାନ କରିଥିଲେ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ। ଆଲୋଚନା ଚକ୍ରର ପ୍ରଥମ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ପ୍ରଫେସର ବିଜୟ କୁମାର ଶତପଥୀ। ଏହି ଅଧିବେଶନରେ ପ୍ରବନ୍ଧ ଉପସ୍ଥାପନ କରିଥିଲେ ବନମାଳୀ ପାଣିଗ୍ରାହୀ, ନଗେନ ଦାସ, ସଂଘମିତ୍ରା ମହାପାତ୍ର। ଧନ୍ୟବାଦ ପ୍ରଦାନ କରିଥିଲେ ଉତ୍କଳ ସାହିତ୍ୟ ସମାଜର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ବାଳ। ଦ୍ବିତୀୟ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ଡକ୍ଟର ଅରବିନ୍ଦ ଗିରି ଏବଂ ପ୍ରବନ୍ଧ ଉପସ୍ଥାପନ କରିଥିଲେ ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର, ସୁଶାନ୍ତ କୁମାର ବିଶି ଓ ସୁଶାନ୍ତ କୁମାର ନାୟକ। ସମାପନୀ ବକ୍ତବ୍ୟ ଉତ୍କଳ ସାହିତ୍ୟ ସମାଜର ସଂଗଠନ ସଂପାଦକ ଶଶିକାନ୍ତ ରାଉତ ଓ ଧନ୍ୟବାଦ ଅର୍ପଣ ସାହିତ୍ୟ ଅକାଦେମି କୋଲ୍‌କାତାର ଆଞ୍ଚଳିକ ସଚିବ ଦେବେନ୍ଦ୍ର କୁମାର ଦେବେଶ ପ୍ରଦାନ କରିଥିଲେ। ଉତ୍ସବରେ ଅନୁଷ୍ଠାନର ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ମହାନ୍ତି, କୋଷାଧ୍ୟକ୍ଷ ଦିଲ୍ଲୀପ ଦାସ, କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ, ଡକ୍ଟର ଗାୟତ୍ରୀ କର, ଡକ୍ଟର ବୈଜୟନ୍ତୀମାଳା ଶତପଥୀ, ଗୀତାଞ୍ଜଳି ପୃଷ୍ଟି, ଯାଜପୁର ଜିଲ୍ଲା ଆବାହକ ଡାକ୍ତର ରୁଦ୍ରନାରାୟଣ ପୃଷ୍ଟି ପ୍ରମୁଖ ସାହିତ୍ୟ ସ୍ରଷ୍ଟା ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।

powered by social2s

More Articles ...

  1. ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା
  2. ପଞ୍ଚାୟତ ପୌର ନିର୍ବାଚନ; ଅକ୍ଟୋବର ୨୬ରୁ ସର୍ଭେ
  3. ଭୁବନେଶ୍ୱର କଦଳୀ ଗୋଦାମରେ ଚଢ଼ାଉ
Page 61 of 2250
  • Start
  • Prev
  • 56
  • 57
  • 58
  • 59
  • 60
  • 61
  • 62
  • 63
  • 64
  • 65
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.