• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
22
Sun, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

Details
Odia Ray Admin
ଓଡିଶା
11 September 2026

ଭୁବନେଶ୍ୱର: ପୋଲିସ ତରଫରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଜରୁରୀ ସେବା ପ୍ରାପ୍ତି ନିମନ୍ତେ ପୋଲିସ ଥାନା କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ପଡିବ ନାହିଁ । ପୋଲିସ ସେବା ବ୍ୟବସ୍ଥାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ, ନାଗରିକ-କେନ୍ଦ୍ରିକ ଓ ତ୍ଵରିତ ସେବା ଯୋଗାଇ ଦେବାକୁ ଓଡିଶା ପୋଲିସ ଏକ ଅଭିନଵ ପଦକ୍ଷେପ ଗ୍ରହଣ କରିଛି। ଏଣିକି ଘରେ ବସି ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ ମାଧ୍ୟମରେ ସାଧାରଣ ଲୋକମାନେ ୧୪ଟି ପୋଲିସ-ନାଗରିକ ସେବା ପାଇପାରିବେ । ଡିଜିପି ଶ୍ରୀ ବିନୟତୋଷ ମିଶ୍ର ଆଜି ଡିଜିପି କ୍ୟାମ୍ପ ଅଫିସ୍, ଭୁବନେଶ୍ୱରରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୫ ଡିସେମ୍ବର ୨୦୨୫, ସୁଶାସନ ଦିବସ ଅବସରରେ ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ର ଶୁଭାରମ୍ଭ କରିଥିଲେ। ଏହା ମାଧ୍ୟମରେ ବିଭିନ୍ନ ସରକାରୀ ସେବା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶା ସରକାରଙ୍କ Centre for Modernizing Government Initiative (CMGI), State Crime Records Bureau (SCRB), ଓଡ଼ିଶା ପୋଲିସ ଏବଂ Meta India (WhatsApp)ର ସହଭାଗିତାରେ ‘ଆମ ସାଥୀ’ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ ଜନ ସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ବିକଶିତ କରାଯାଇଛି। ଓଡ଼ିଶା ସରକାରଙ୍କ ନାଗରିକ-କେନ୍ଦ୍ରିକ ଡିଜିଟାଲ୍ ସୁଶାସନ ପଦକ୍ଷେପ ଅଧୀନରେ ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍’ରେ ଏହି ସେବାଗୁଡ଼ିକୁ ଯୋଡ଼ାଯାଇଛି। ଷ୍ଟେଟ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (SCRB), ଓଡ଼ିଶା ପୋଲିସ ପକ୍ଷରୁ ଏଥିପାଇଁ ଆବଶ୍ୟକୀୟ ବୈଷୟିକ ସମନ୍ୱୟ ସମ୍ପୂର୍ଣ୍ଣ କରାଯାଇଛି। ସୁଶାସନ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଡିଜିଟାଲ୍ ସୁଶାସନ ପଦକ୍ଷେପର ପରିସରରେ ଏହି ସେବାକୁ ସାମିଲ କରାଯାଇଛି। ଏହା ମାଧ୍ୟମରେ ପୋଲିସ ସେବାକୁ ନାଗରିକଙ୍କ ହାତପାହାନ୍ତାରେ ପହଞ୍ଚାଇବା ଲକ୍ଷ୍ୟ ରହିଛି। ‘ଆମ ସାଥୀ’ ହେଉଛି ଓଡ଼ିଶା ସରକାରଙ୍କ ୨୪×୭ ଡିଜିଟାଲ୍ ସହାୟକ ବ୍ୟବସ୍ଥା। ହ୍ୱାଟ୍ସଆପ୍ ମାଧ୍ୟମରେ ଏଥିରେ ବିଭିନ୍ନ ସରକାରୀ ସେବା ସହଜରେ ଉପଲବ୍ଧ ହେଉଛି। ଗୃହ ବିଭାଗର ୟୁନିଫାଏଡ୍ ପ୍ଲାଟଫର୍ମର ORTPSA ଅଧୀନରେ ୧୪ଟି ପୋଲିସ-ନାଗରିକ ସେବା ଏବେ ‘ଆମ ସାଥୀ’ ସହ ସମନ୍ୱିତ ହୋଇଛି। ନାଗରିକମାନେ ଏହି ବ୍ୟବସ୍ଥା ମାଧ୍ୟମରେ ଘରେ ବସି ଆବଶ୍ୟକୀୟ ପୋଲିସ ସେବା ପାଇଁ ଆବେଦନ କରିପାରିବେ। ଆବଶ୍ୟକ ତଥ୍ୟ ଓ ଦଲିଲ୍ ଦାଖଲ କରିବା ସହ ଆବେଦନର ସ୍ଥିତି ମଧ୍ୟ ଜାଣିପାରିବେ। ଯେଉଁ ସେବାରେ ଡିଜିଟାଲ୍ ଦଲିଲ୍ ପ୍ରଦାନର ବ୍ୟବସ୍ଥା ରହିଛି, ସେଠାରେ ଅନୁମୋଦିତ ଦଲିଲ୍ ମଧ୍ୟ ହ୍ୱାଟ୍ସଆପ୍‌ରେ ପାଇପାରିବେ। ହ୍ୱାଟ୍ସଆପ୍‌ରେ ମିଳିବ ନିମ୍ନଲିଖିତ ୧୪ଟି ପୋଲିସ ସେବା ୧. ଚରିତ୍ର ପ୍ରମାଣପତ୍ର ୨. ବରିଷ୍ଠ ନାଗରିକ ପଞ୍ଜୀକରଣ ୩. କର୍ମଚାରୀ ସତ୍ୟାପନ ୪. ହଜିଯାଇଥିବା ସମ୍ପତ୍ତି/ଦଲିଲ୍ ସମ୍ପର୍କିତ ରିପୋର୍ଟ ୫. ଲାଉଡ୍‌ସ୍ପିକର୍ ଅନୁମତି ପାଇଁ NOC ୬. ଭଡ଼ାଟିଆ/PG ସତ୍ୟାପନ ୭. ହଜିଯାଇଥିବା ସମ୍ପତ୍ତି ପଞ୍ଜୀକରଣ ୮. ନିଖୋଜ ବ୍ୟକ୍ତି ସମ୍ପର୍କିତ ସୂଚନା ଓ ପଞ୍ଜୀକରଣ ୯. ଅଭିଯୋଗ ପଞ୍ଜୀକରଣ ୧୦. କର୍ମଚାରୀ/ଘରୋଇ ସହାୟକ ନିୟୋଜନ ସତ୍ୟାପନ ୧୧. କାର୍ଯ୍ୟକ୍ରମ/ପ୍ରଦର୍ଶନ ପାଇଁ ଅନୁମତି ୧୨. ଧାରଣା/ଧର୍ମଘଟ ପାଇଁ ଅନୁମତି ୧୩. FIRର ନକଲ ପ୍ରଦାନ ୧୪. ସଡ଼କ ଦୁର୍ଘଟଣା/ଚୋରି ଯାନବାହନ/ଚୋରି ମାମଲା ସମ୍ପର୍କିତ Final Formର ନକଲ ପ୍ରଦାନ କିପରି ବ୍ୟବହାର କରିବେ ‘ଆମ ସାଥୀ’ ୧. ‘Hi’ ଲେଖି ପଠାନ୍ତୁ: ‘ଆମ ସାଥୀ’ର ହ୍ୱାଟ୍ସଆପ୍ ନମ୍ବର ୯୪୩୭୨୯୨୦୦୦ ମୋବାଇଲ୍‌ରେ ପଞ୍ଜିକୃତ କରି ‘Hi’ ଲେଖି ପଠାନ୍ତୁ। ୨. ସେବା ଚୟନ କରନ୍ତୁ: ଭାଷା ଚୟନ ପରେ ଉପଲବ୍ଧ ପୋଲିସ ସେବାଗୁଡ଼ିକର ତାଲିକା ଦେଖାଯିବ। ଆବଶ୍ୟକ ସେବା ଚୟନ କରନ୍ତୁ। ୩. ତଥ୍ୟ ଓ ଦଲିଲ୍ ଦିଅନ୍ତୁ: ସେବା ଅନୁଯାୟୀ ଆବଶ୍ୟକ ତଥ୍ୟ ଓ ଦଲିଲ୍ ହ୍ୱାଟ୍ସଆପ୍ ମାଧ୍ୟମରେ ଦାଖଲ କରନ୍ତୁ। ୪. ଆବେଦନ ଦାଖଲ ହେବ: ତଥ୍ୟ ଓ ଦଲିଲ୍ ଦାଖଲ ପରେ ଆବେଦନଟି ସମ୍ପୃକ୍ତ ପୋଲିସ କାର୍ଯ୍ୟାଳୟ/କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ। ଏକ ରେଫରେନ୍ସ/ଆବେଦନ ନମ୍ବର ମିଳିବ। ୫. ଆବେଦନର ସ୍ଥିତି ଜାଣନ୍ତୁ: ରେଫରେନ୍ସ/ଆବେଦନ ନମ୍ବର ବ୍ୟବହାର କରି ହ୍ୱାଟ୍ସଆପ୍‌ରେ ଆବେଦନର ସ୍ଥିତି ଜାଣିପାରିବେ। ୬. ଡିଜିଟାଲ୍ ଦଲିଲ୍ ପାଆନ୍ତୁ: ପ୍ରକ୍ରିୟା ସମାପ୍ତ ପରେ, ଯେଉଁ ସେବାରେ ଡିଜିଟାଲ୍ ଦଲିଲ୍ ପ୍ରଦାନର ସୁବିଧା ରହିଛି, ସେଠାରେ ଅନୁମୋଦିତ ଦଲିଲ୍ ହ୍ୱାଟ୍ସଆପ୍ ମାଧ୍ୟମରେ ପାଇପାରିବେ। ‘ଆମ ସାଥୀ’ରେ ୧୪ଟି ପୋଲିସ ସେବା ଯୋଡ଼ାଯିବା ଓଡ଼ିଶାରେ ଡିଜିଟାଲ୍ ଓ ନାଗରିକ-କେନ୍ଦ୍ରିକ ପୋଲିସିଂକୁ ଆହୁରି ସୁଦୃଢ଼ କରିବ। ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ପୋଲିସ ସେବାକୁ ଲୋକଙ୍କ ନିକଟରେ ସହଜରେ ପହଞ୍ଚାଇବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ। ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ(ଏସସିଆରବି) ଶ୍ରୀ ଅବିନାଶ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ପୋଲିସ କମିଶନର ଡ଼ଃ ଏସ. ଦେବଦତ୍ତ ସିଂ, ଆଇଜି ଏସଟିଏଫ ହିମାଂଶୁ ଲାଲ, ଆଇଜି( ଇଣ୍ଟେଲିଜେନ୍ସ) ଶ୍ରୀ ସତ୍ୟବ୍ରତ ଭୋଇ, ଆଇଜି ( କ୍ରାଇମବ୍ରାଞ୍ଚ) ଡ଼ଃ ସାର୍ଥକ ଷଡ଼ଙ୍ଗୀ, CMGI ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଏସପି( କମ୍ପ୍ୟୁଟର )ଅମୁଲ୍ୟ ଧର ଧନ୍ୟବାଦ ଅର୍ପଣ କରିଥିଲେ।

powered by social2s

ପଞ୍ଚାୟତ ପୌର ନିର୍ବାଚନ; ଅକ୍ଟୋବର ୨୬ରୁ ସର୍ଭେ

Details
Odia Ray Admin
ଓଡିଶା
11 September 2026

ଭୁବନେଶ୍ୱର : ପଞ୍ଚାୟତ ପୌର ନିର୍ବାଚନ ପାଇଁ ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହେବ ସର୍ଭେ। ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି କରାଯାଉଛି। ସେପ୍ଟେମ୍ବର ୨୩ରେ ମାଷ୍ଟର୍‌ ଟ୍ରେନର୍‌ମାନଙ୍କ ଦିଆଯିବ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ। ଭୁବନେଶ୍ୱର ଷ୍ଟେଟ୍ କନଭେନସନ୍ ସେଣ୍ଟର ଗ୍ରାଉଣ୍ଡ ଫ୍ଲୋରରେ ହେବ ପ୍ରଶିକ୍ଷଣ। ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଘର ଘର ବୁଲି କରାଯିବ ସର୍ଭେ।

powered by social2s

ଆଗଲପୁର ସମିତି ସଭ୍ୟଙ୍କୁ ହତ୍ୟା

Details
Odia Ray Admin
ଓଡିଶା
11 September 2026

ବରଗଡ଼ : ବରଗଡ଼ ଜିଲ୍ଲା ଆଗଲପୁର ସମିତି ସଭ୍ୟଙ୍କୁ କରି ହତ୍ୟା କରାଯାଇଛି। ସିନାଜୋରୀ କେବାଟ୍ କେନାଲ୍‌ ରୋଡ୍‌ରେ ଗୁଳି ମାଡ଼ରେ ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକଙ୍କ ମୃତ୍ୟୁ ହୋଇଥିବା ସୂଚନା। ଡୁଙ୍ଗୁରିପାଲି ଓ ବରପାଲି ଥାନା ପୋଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

powered by social2s

ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି

Details
Odia Ray Admin
ଓଡିଶା
10 September 2026

. ନୂଆଦିଲ୍ଲୀ: ସର୍ବ ପ୍ରଥମ ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ କରାଯିବା ପାଇଁ ଏବେ ନୂଆଦିଲ୍ଲୀରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ପ୍ରସ୍ତାବିତ ଏହି ଡାଟା ବ୍ୟାଙ୍କରେ ଓଡ଼ିଶା ବାହାରେ ବସବାସ କରୁଥିବା ପ୍ରାୟ ଦେଢ଼ କୋଟି ଓଡ଼ିଆଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ସ୍ଥାନ ପାଇବାକୁ ଯାଉଛି। ଭାରତର ସମସ୍ତ ରାଜ୍ୟ ଓ ସହର ତଥା ବିଦେଶର ବିଭିନ୍ନ ଦେଶରେ ଅବସ୍ଥାନ କରୁଥିବା ଅଣ-ନିବାସୀ ଓଡ଼ିଆମାନଙ୍କ ପାଇଁ ଏବେ ଏହି ଡାଟା ବ୍ୟାଙ୍କରେ ପଞ୍ଜୀକରଣ ପ୍ରକ୍ରିୟା ଚାଲୁ ରହିଛି। ପଞ୍ଜୀକୃତ ହେବା ପରେ ସେମାନଙ୍କୁ ପ୍ରବାସୀ ଓଡ଼ିଆ ଭାବେ ପରିଚୟ ପତ୍ର ପ୍ରଦାନ କରାଯାଉଛି। ଦେଶର ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ ସାମୁଦାୟିକ ବିକାଶ ସମିତି (ଏସ ଭି ଏସ) , ଏହାର ସଭାପତି ତଥା ବିଶିଷ୍ଟ ସମାଜସେବୀ ଓ ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଡଃ ମନୋରଞ୍ଜନ ମହାନ୍ତିଙ୍କର ନେତୃତ୍ୱରେ ବିଶ୍ୱବ୍ୟାପୀ ଓଡ଼ିଆଙ୍କର ଗଣନା ଓ ସେମାନଙ୍କର ଡିଜିଟାଲ ତଥ୍ୟ ସଂଗ୍ରହ କାର୍ଯ୍ୟରେ ଏବେ ନିୟୋଜିତ ରହିଛି। ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କର ମୁଖ୍ୟ ସ୍ଥପତି ଡଃ ମନୋରଞ୍ଜନ ମହାନ୍ତି ଜଣାଇଛନ୍ତି ଯେ ସଂଗୃହୀତ ତଥ୍ୟ ପ୍ରବାସୀ ଓଡ଼ିଆ ୱେବସାଇଟ ଓ ମୋବାଇଲ ଆପ ରେ ସ୍ଥାନ ପାଇବ। ଏହି ସାଧୁ ଉଦ୍ୟମର ଅସଲ ଲକ୍ଷ୍ୟ ଜରୁରୀକାଳୀନ ପରିସ୍ଥିତିରେ ପ୍ରବାସୀ ଓଡ଼ିଆମାନଙ୍କୁ ତତ୍‌କ୍ଷଣାତ୍ ସହାୟତା ପ୍ରଦାନ କରିବା, ନିକଟରେ ରହୁଥିବା ଅନ୍ୟ ପ୍ରବାସୀ ଓଡ଼ିଆ ପରିବାର ମାନଙ୍କ ସହିତ ସେମାନଙ୍କର ଯୋଗାଯୋଗ ସ୍ଥାପନ କରାଇବା ଏବଂ ଓଡ଼ିଆ ସମ୍ପ୍ରଦାୟ ଓ ପ୍ରବାସୀ ଓଡ଼ିଆ ସଂଗଠନମାନଙ୍କର ଏକ ବିଶ୍ୱସ୍ତରୀୟ ମଜବୁତ ନେଟୱାର୍କ ସୃଷ୍ଟି କରିବା ବୋଲି ଡଃ ମହାନ୍ତି ଉଲ୍ଲେଖ କରିଛନ୍ତି। ଡାଟା ବ୍ୟାଙ୍କ, ୱେବସାଇଟ ଓ ମୋବାଇଲ ଆପ୍‌ର ଉଦ୍‌ଘାଟନ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ହେବ ବୋଲି ସଂଗଠକ ମାନେ ଜଣାଇଛନ୍ତି। ଭାରତ ଓ ବିଦେଶର ବିଭିନ୍ନ ଅଞ୍ଚଳରୁ ଆସିବାକୁ ଥିବା ପ୍ରାୟ ୩୦୦ଟି ବୃହତ ଓଡ଼ିଆ ସଂଗଠନର ତୁଙ୍ଗ ପ୍ରତିନିଧିମାନେ ଏହି ଅବସରରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଏପର୍ଯ୍ୟନ୍ତ ବିଶ୍ୱର ୮୦ଟି ଦେଶରେ ଅବସ୍ଥାପିତ ଓଡ଼ିଆମାନେ ସେନସସ ପୋର୍ଟାଲ ରେ ନିଜ ନିଜର ନାମ ପଞ୍ଜୀକରଣ କରିସାରି ଥିବା ଜଣାଯାଇଛି। ଭାରତ ଓ ବିଶ୍ୱର କୋଣ ଅନୁକୋଣ ରେ ବାସ କରୁଥିବା ସମସ୍ତ ପ୍ରବାସୀ ଓଡ଼ିଆ ଭାଇ ଭଉଣୀ ମାନେ ଯଥା ଶୀଘ୍ର ଏସ ଭି ଏସ ପ୍ଲାଟଫର୍ମରେ ସେମାନଙ୍କର ନାମ ପଞ୍ଜୀକରଣ କରାଇ ଜଣେ ପ୍ରକୃତ ଗର୍ବିତ ପ୍ରବାସୀ ଓଡ଼ିଆ ଭାବେ ନିଜକୁ ପରିଚିତ କରାନ୍ତୁ ବୋଲି ଡଃ ମହାନ୍ତି ନିବେଦନ କରିଛନ୍ତି। ଏହି ମହତ୍ତ୍ୱପୂର୍ଣ୍ଣ ଉଦ୍ୟମ ସହିତ ସାମିଲ ହୋଇ ପ୍ରବାସୀ ଓଡ଼ିଆ ସଂଗଠନମାନେ ଅଧିକରୁ ଅଧିକ ସଂଖ୍ୟକ ପ୍ରବାସୀ ଓଡ଼ିଆଙ୍କୁ ପଞ୍ଜୀକରଣ ପାଇଁ ପ୍ରୋତ୍ସାହିତ କରିବାକୁ ସେ ଅନୁରୋଧ କରିଛନ୍ତି ।

powered by social2s

ଭୁବନେଶ୍ୱର କଦଳୀ ଗୋଦାମରେ ଚଢ଼ାଉ

Details
Odia Ray Admin
ଓଡିଶା
11 September 2026

ଭୁବନେଶ୍ୱର: ଭୁବନେଶ୍ୱର କଳ୍ପନା ଅଞ୍ଚଳରେ ଥିବା କଦଳୀ ଗୋଦାମରେ ଚଢାଉ ହୋଇଛି। କେମିକାଲ୍‌ ଦେଇ ହଳଦିଆ କରାଯାଉଥିବା ଅଭିଯୋଗ ପରେ କରାଯାଇଛି ଚଢ଼ାଉ। କଞ୍ଚା କଦଳୀ ପଚାଇବା ପଦ୍ଧତିର ଯାଞ୍ଚ କରୁଛି ଫୁଡ୍‌ ସେଫ୍ଟି ଟିମ୍‌।

powered by social2s

୩୫ ବର୍ଷରୁ ଊର୍ଦ୍ଧ୍ୱ ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

Details
Odia Ray Admin
ଓଡିଶା
10 September 2026

ଭୁବନେଶ୍ୱର: ଦୀର୍ଘ ୩୫ ବର୍ଷର ଅପେକ୍ଷା, ଦୌଡ଼ାଦୌଡ଼ି ଓ ଯନ୍ତ୍ରଣାର ଅନ୍ତ ଘଟିଛି। କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍‌ର ହିତାଧିକାରୀମାନଙ୍କ ଜମି ରେକର୍ଡରେ ରହିଥିବା ଦୀର୍ଘଦିନର ଅସଙ୍ଗତିର ସମାଧାନ ହୋଇଛି। ଶ୍ରୀ ସତ୍ୟବ୍ରତ ସାହୁ, ସଦସ୍ୟ, ରାଜସ୍ୱ ପର୍ଷଦଙ୍କ ତ୍ୱରିତ ଓ ଲୋକାଭିମୁଖୀ ପଦକ୍ଷେପ ଯୋଗୁଁ ୨୦୦ରୁ ଅଧିକ ମାମଲାର ଫଇସଲା ହୋଇଥିବା ବେଳେ, ପ୍ରକୃତ ଆବଣ୍ଟନଗ୍ରହୀତାଙ୍କ ନାମରେ ହାଲ୍‌ ରେକର୍ଡ ଅଫ୍ ରାଇଟ୍ସ (ROR) ସଂଶୋଧନ ପାଇଁ ଭୁବନେଶ୍ୱର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୯୯୧ ମସିହାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବିକଶିତ କଳିଙ୍ଗ ନଗର କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍‌ରେ ବିଭିନ୍ନ ବ୍ୟକ୍ତିଙ୍କୁ ପ୍ଲଟ୍ ଆବଣ୍ଟନ କରାଯାଇଥିଲା। ଆବଣ୍ଟନ ପରେ ହିତାଧିକାରୀମାନେ ନିଜ ଜମିକୁ ନେଇ ନିଶ୍ଚିନ୍ତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ରାଜସ୍ୱ ରେକର୍ଡରେ ଦେଖାଦେଇଥିବା ଅସଙ୍ଗତି ସେମାନଙ୍କ ପାଇଁ ୩୫ ବର୍ଷର ଦୀର୍ଘ ସମସ୍ୟାର କାରଣ ପାଲଟିଥିଲା। ୨୦୧୩-୧୪ ମସିହାର ଶେଷ ବନ୍ଦୋବସ୍ତ ସମୟରେ ଆବଣ୍ଟିତ ପ୍ଲଟ୍‌ଗୁଡ଼ିକର ROR ରେ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଅନ୍ୟମାନଙ୍କ ନାମରେ ଭିନ୍ନ ଭିନ୍ନ ଜମି ପରିମାଣ ରେକର୍ଡ ହୋଇଥିଲା। ଫଳରେ ବିଡିଏରୁ ବୈଧ ଭାବେ ପ୍ଲଟ୍ ଆବଣ୍ଟନ ପାଇଥିବା ହିତାଧିକାରୀମାନେ ନିଜ ନାମରେ ROR ପାଇବା ପାଇଁ ବର୍ଷ ବର୍ଷ ଧରି ଅଫିସରୁ ଅଫିସ ଦୌଡ଼ିବା ସହ ଅନେକ ଆର୍ଥିକ ଓ ମାନସିକ ଅସୁବିଧା ଭୋଗିଥିଲେ। ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ମାନ୍ୟବର ସଦସ୍ୟଙ୍କ ନିର୍ଦ୍ଦେଶକ୍ରମେ କେ-୭ ସମ୍ପର୍କିତ ୨୦୦ ରୁ ଅଧିକ ମାମଲାର ଏକତ୍ର ଶୁଣାଣିକୁ ପ୍ରାଥମିକତା ଦିଆଯାଇଥିଲା। ମାମଲାଗୁଡ଼ିକର ମିଳିତ କ୍ଷେତ୍ର ତଦନ୍ତ ପାଇଁ ବିଡିଏ, ସାଧାରଣ ପ୍ରଶାସନ ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ମିଳିତ ଦଳ ଗଠନ କରାଯାଇଥିଲା। ଏହି ଦଳ ପ୍ରାଥମିକତା ଭିତ୍ତିରେ ସରଜମିନ ତଦନ୍ତ କରି ଆବଣ୍ଟନ ଅନୁଯାୟୀ ପ୍ରକୃତ ଜମିର ପରିମାଣ ଚିହ୍ନଟ କରିଥିଲେ। ରେକର୍ଡରେ ଥିବା ଜମି ପରିମାଣ ଓ ପ୍ରକୃତ ଜମିର ଅବସ୍ଥିତି ମଧ୍ୟରେ ଥିବା ଅସଙ୍ଗତି ଯାଞ୍ଚ କରାଯାଇ ବିସ୍ତୃତ ରିପୋର୍ଟ ମାନ୍ୟବର ସଦସ୍ୟ, ରାଜସ୍ୱ ପର୍ଷଦଙ୍କ ନିକଟରେ ଦାଖଲ କରାଯାଇଥିଲା। ଏହି ମିଳିତ ତଦନ୍ତ ରିପୋର୍ଟ ଓ ସମ୍ପୃକ୍ତ ଦସ୍ତାବିଜ ଆଧାରରେ ୧୦ ସେପ୍ଟେମ୍ବର ୨୦୨୬ରେ ମାନ୍ୟବର ସଦସ୍ୟ, ରାଜସ୍ୱ ପର୍ଷଦ କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍‌ ସମ୍ପର୍କିତ ୨୦୦ ରୁ ଅଧିକ ମାମଲାର ଫଇସଲା କରିଛନ୍ତି। ଚୂଡ଼ାନ୍ତ ନିର୍ଦ୍ଦେଶରେ ଭୁବନେଶ୍ୱର ତହସିଲଦାରଙ୍କୁ ଆବଣ୍ଟନ ଅନୁଯାୟୀ ସମ୍ପୃକ୍ତ ଜମିର ଏରିଆ ଓ ନାମରେ ଆବଶ୍ୟକୀୟ ସଂଶୋଧନ କରି ଦୁଇ ମାସ ମଧ୍ୟରେ ହିତାଧିକାରୀମାନଙ୍କ ନାମରେ ହାଲ୍‌ ROR ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଷ୍ପତ୍ତି କେ-୭ ଅଞ୍ଚଳର ହିତାଧିକାରୀମାନଙ୍କ ପାଇଁ କେବଳ ଏକ ରାୟ ନୁହେଁ, ବରଂ ୩୫ ବର୍ଷର ଅପେକ୍ଷା, ଅସୁବିଧା, ଦୌଡ଼ାଦୌଡ଼ି ଓ ମାନସିକ ଯନ୍ତ୍ରଣାର ଅନ୍ତର ଏକ ଐତିହାସିକ ପଦକ୍ଷେପ। ଏହା ଫଳରେ ଆବଣ୍ଟିତ ପ୍ଲଟ୍‌ଧାରୀମାନେ ନିଜ ନାମରେ ROR ପାଇବା ସହ ଆବଣ୍ଟନ ପରବର୍ତ୍ତୀ ବିଭିନ୍ନ ସରକାରୀ ସେବା ଓ ସୁବିଧା ପାଇବାରେ ଆଉ ପୂର୍ବଭଳି ବାଧା ସମ୍ମୁଖୀନ ହେବେ ନାହିଁ। ଲୋକଙ୍କ ଜମି ସମ୍ପର୍କିତ ୩୫ ବର୍ଷର ସମସ୍ୟାକୁ ପ୍ରାଥମିକତା ଦେଇ ଏତେ ସଂଖ୍ୟକ ମାମଲାର ତ୍ୱରିତ ଫଇସଲା ଓ ରେକର୍ଡ ସଂଶୋଧନ ପାଇଁ ସମୟସୀମା ଧାର୍ଯ୍ୟ କରାଯିବା ରାଜସ୍ୱ ପ୍ରଶାସନରେ ଏକ ନୂଆ ଦିଗ ଖୋଲିଛି। ଏହାକୁ ଲୋକାଭିମୁଖୀ ଓ ନାଗରିକ-କେନ୍ଦ୍ରିତ ପ୍ରଶାସନର ଏକ ଜ୍ୱଳନ୍ତ ଉଦାହରଣ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଯଏହି ପଦକ୍ଷେପ ପରେ କେ-୮ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍‌ର ହିତାଧିକାରୀମାନଙ୍କ ସମାନ ଜମି ରେକର୍ଡ ସମସ୍ୟାର ସମାଧାନ ଦିଗରେ ମଧ୍ୟ ବିଡିଏ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ଫଳରେ କେ-୭ ପରେ କେ-୮କୁ ନେଇ ମଧ୍ୟ ହିତାଧିକାରୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ହୋଇଛି।

powered by social2s

ଭୁବନେଶ୍ୱରରୁ ବ୍ୟାଙ୍କ୍‌କ ପାଇଁ ଉଡ଼ିବ ବିମାନ

Details
Odia Ray Admin
ଓଡିଶା
10 September 2026

ଭୁବନେଶ୍ୱର : ଭୁବନେଶ୍ୱରରୁ ବ୍ୟାଙ୍କ୍‌କ ପାଇଁ ପୁଣି ଆରମ୍ଭ ହେବ ବିମାନ ସେବା। ଏହି ସୂଚନା ଦେଲେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ପ୍ରଧାନ କହିବା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ଉଡ଼ିବ ବ୍ୟାଙ୍କକକୁ ବିମାନ। ସପ୍ତାହକୁ ଦୁଇ ଥର ଉଡ଼ିବ ବିମାନ। କିଛି କାରଣ ପାଇଁ ଉଡ଼ାଣ ବନ୍ଦ ରହିଥିଲା।

powered by social2s

More Articles ...

  1. ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
  2. ଜାତୀୟ କବି ଲେଖକ ସଂଗଠନ ପକ୍ଷରୁ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ "ଶ୍ରେଷ୍ଠ ଗୁରୁ ସମ୍ମାନ-୨୦୨୬" ସମ୍ମାନରେ ସମ୍ମାନିତ
  3. ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
Page 62 of 2250
  • Start
  • Prev
  • 57
  • 58
  • 59
  • 60
  • 61
  • 62
  • 63
  • 64
  • 65
  • 66
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.