ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ମାସେ ବ୍ୟାପି ସେବା ସଂକଳ୍ପ ଅଭିଯାନ ଆରମ୍ଭ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜିଠାରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ସାରା ଦେଶରେ 'ସେବା ସଂକଳ୍ପ ଅଭିଯାନ' ଆରମ୍ଭ କରାଯାଇଛି। ଏହି ଅଭିଯାନ ମୋଦୀଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତିକୁ ନେଇ ଉତ୍ସର୍ଗୀକୃତ। ସୂଚନା ଅନୁସାରେ, ପ୍ରତି ମଣ୍ଡଳ, ବୁଥ୍ ଓ ଜିଲ୍ଲା ସ୍ତରରେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସେହିପରି ରାଜ୍ୟର ପ୍ରତି ସ୍କୁଲରେ 'ମୋ ସ୍ୱପ୍ନର ଭାରତ - ଚିତ୍ର ସେବା', ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କରେ ଅଙ୍ଗନ ମିଳନ ସେବା ସହ ରକ୍ତଦାନ ଶିବିର, ବୃକ୍ଷରୋପଣ ଓ ସ୍ୱଚ୍ଛତା ଅଭିଯାନ। ଅନ୍ୟପଟେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଆଜି ସନ୍ଧ୍ୟାରେ 'ଆଶୀର୍ବାଦ କା ଦିୟା' ଜାଳିବାକୁ ଅପିଲ କରିଛନ୍ତି। ଏକ ଭିଡିଓ ବାର୍ତାରେ ସେ କହିଛନ୍ତି, ପ୍ରତ୍ୟେକ ପରିବାର ଘରେ, ମନ୍ଦିରରେ ବା କୌଣସି ପ୍ରମୁଖ ସ୍ଥାନରେ ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରନ୍ତୁ ଏବଂ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର କରନ୍ତୁ।
