• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
23
Mon, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

Details
Odia Ray Admin
ଓଡିଶା
11 August 2026

ଭୁବନେଶ୍ୱର : ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପତାକା ଉତ୍ତୋଳନ ପରେ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ଜିଲ୍ଲାର ମୁଖ୍ୟାଳୟରେ ମନ୍ତ୍ରୀମାନେ ସାମିଲ ହେବେ। କଳାହାଣ୍ଡିରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ପତାକା ଉତ୍ତୋଳନ କରିବେ। ସୁନ୍ଦରଗଡ଼ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ। କଟକ- ସୁରେଶ ପୂଜାରୀ, ଅନୁଗୁଳ- ରବି ନାରାୟଣ ନାଏକ, ମାଲକାନଗିରି -ନିତ୍ୟାନନ୍ଦ ଗଣ୍ଡ, ସମ୍ବଲପୁର -କୃଷ୍ଣଚନ୍ଦ୍ର ପାତ୍ର, ଗଞ୍ଜାମ- ପୃଥ୍ୱୀରାଜ ହରିଚନ୍ଦନ, ରାୟଗଡ଼ା- ମୁକେଶ ମହାଲିଙ୍ଗ, କନ୍ଧମାଳ- ବିଭୂତି ଜେନା, ଖୋର୍ଦ୍ଧା- କୃଷ୍ଣଚନ୍ଦ୍ର ମହାପାତ୍ର, ପୁରୀ- ଗଣେଶ ରାମସିଂହ, ଖୁଣ୍ଟିଆ, ବଲାଙ୍ଗୀର- ସୂର୍ଯ୍ୟବଂଶୀ ସୂରଜ।

powered by social2s

ବୈତରଣୀ

Details
Odia Ray Admin
ଓଡିଶା
11 August 2026

( English version available at the end) ବୈତରଣୀ ନଦୀ ଭାରତର ଓଡ଼ିଶାର ଛଅଟି ପ୍ରମୁଖ ନଦୀ ମଧ୍ୟରୁ ଗୋଟିଏ। ଏହା କେଓନଝର ଜିଲ୍ଲାର ଗୋନାସିକା ପାହାଡ଼ରୁ 900 ମିଟର ଉଚ୍ଚତାରେ ଉତ୍ପନ୍ନ ହୋଇ ଧାମରା ନିକଟରେ ପ୍ରାୟ 360 କିଲୋମିଟର ବଙ୍ଗୋପସାଗରରେ ପ୍ରବାହିତ ହୁଏ। ହିନ୍ଦୁ ପୌରାଣିକ କାହାଣୀ ଏବଂ ସ୍ଥାନୀୟ ପରମ୍ପରାରେ ଏହା ଗଭୀର ଭାବରେ ସମ୍ମାନିତ। ଭୂଗୋଳ ଏବଂ ପାଠ୍ୟକ୍ରମ ଉତ୍ସ: ଗୋନାସିକା ପାହାଡ଼ (ଗାଈ-ନାକ ଆକୃତିର ପାହାଡ଼ ଭାବରେ ଜଣାଶୁଣା, ଯେଉଁଠାରେ ପାଣି ପ୍ରଥମେ ଗୁପ୍ତ ଗଙ୍ଗା ଭାବରେ ପ୍ରବାହିତ ହୁଏ)। ଲମ୍ବ: ପ୍ରାୟ 360 କିଲୋମିଟର। ପଥ: ଓଡ଼ିଶାର କେଓନଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ହୁଏ, ଆଂଶିକ ଭାବରେ ଝାଡ଼ଖଣ୍ଡ ସହିତ ସୀମା ଗଠନ କରେ। ଉପନଦୀ: ସାଳନ୍ଦୀ ଏବଂ ମତାଇ। ମୁଖ: ବଙ୍ଗୋପସାଗର (ବ୍ରାହ୍ମଣୀ ନଦୀ ସହିତ ଧାମରା ମୁହାଣ ଦେଇ)। ସାଂସ୍କୃତିକ ଏବଂ ପୌରାଣିକ ଗୁରୁତ୍ୱ ପବିତ୍ର ସ୍ଥିତି: ସ୍ଥାନୀୟ ମହାକାବ୍ୟ ଏବଂ କିମ୍ବଦନ୍ତୀରେ ଏହାକୁ ପ୍ରାୟତଃ ଏକ ପବିତ୍ର ନଦୀ କୁହାଯାଏ। ପୌରାଣିକ ଲିଙ୍କ: ଗରୁଡ଼ ପୁରାଣରେ ବର୍ଣ୍ଣିତ ପୌରାଣିକ ବୈତରଣୀ ନଦୀ ସହିତ ପାଠ୍ୟ ଭାବରେ ସଂଯୁକ୍ତ, ଯାହା ପାର୍ଥିବ ଜଗତକୁ ଯମଙ୍କ ରାଜ୍ୟରୁ ପୃଥକ କରିଥାଏ। ଅର୍ଥନୀତି: ଏହି ଅଞ୍ଚଳରେ କୃଷି ଜଳସେଚନ ଏବଂ ଧାନ ଚାଷ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ମୌସୁମୀ ସମୟରେ ଋତୁକାଳୀନ ବନ୍ୟା ପାଇଁ ମଧ୍ୟ ଜଣାଶୁଣା। ଶ୍ରୀ ଗୌତମ ମହାନ୍ତି, ଗବେଷକ ଏବଂ ଲେଖକ The Baitarani River is one of the six major rivers in the Indian state of Odisha. It originates in the Gonasika Hills of the Keonjhar district at an elevation of 900 meters and flows about 360 kilometers into the Bay of Bengal near Dhamra. It is deeply revered in Hindu mythology and local tradition. Geography and Course Source: Gonasika Hills (known as the cow-nose shaped hill, where water first flows as Gupta Ganga). Length: About 360 km. Path: Flows through Keonjhar, Mayurbhanj, Balasore, and Jajpur districts in Odisha, partly forming a boundary with Jharkhand. Tributaries: Salandi and Matai. Mouth: Bay of Bengal (via the Dhamra estuary alongside the Brahmani River). Cultural and Mythological Importance Holy Status: Often called a sacred river in local epics and legends. Mythological Link: Connected textually to the mythical Vaitarani river described in the Garuda Purana, which separates the earthly world from the realm of Yama. Economy: Vital for agricultural irrigation and rice cultivation in the region. It is also known for seasonal flooding during monsoon periods. Courtesy: MH LODGE AND GROUP. ( A Study Centre of Theosophy). ଶ୍ରୀ ଗୌତମ ମହାନ୍ତି, ଗବେଷକ ଏବଂ ଲେଖକ।

powered by social2s

ଯୁବପିଢ଼ି ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନିଅନ୍ତୁ: ରାଜ୍ୟପାଳ

Details
Odia Ray Admin
ଓଡିଶା
10 August 2026

ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ି ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନେବାକୁ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି I ଏତତବ୍ୟତୀତ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବା, ଅକ୍ଷୟ ଶକ୍ତିର ପ୍ରସାର, ସ୍ଥାୟୀ କୃଷି ଓ ରୋଜଗାର ସୃଷ୍ଟି ଦିଗରେ ଯୁବପିଢ଼ି କାର୍ଯ୍ୟ କରିବା ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି। ସୋମବାର ଦିନ ଜଟଣୀସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଓଡ଼ିଶା କନଫରେନ୍ସ ଅଫ ୟୁଥ (OCOY) ୪.୦ କୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତି I ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଓଡ଼ିଶାର ଭବିଷ୍ୟତକୁ କେବଳ ଉତ୍ତରାଧିକାର ସୂତ୍ରରେ ନେବାକୁ ଯୁବପିଢ଼ି ଆବଶ୍ୟକ ନୁହେଁ ବରଂ ନିଜ ହାତରେ ଭବିଷ୍ୟତ ଗଢ଼ିବାକୁ ସକ୍ଷମ ଯୁବଶକ୍ତି ଆବଶ୍ୟକ। ରାଜ୍ୟପାଳ କହିଥିଲେ ଯେ, ଗତବର୍ଷ ସମାରୋହରେ ସେ ଯୁବପିଢ଼ିଙ୍କୁ ଜଳବାୟୁ ସହନଶୀଳତାର ନିର୍ମାତା ହେବାକୁ ଆହ୍ୱାନ ଜଣାଇ ଥିଲେ। ଏବେ ସେହି ଆହ୍ୱାନକୁ ଆହୁରି ଆଗକୁ ନେଇ ଯୁବପିଢ଼ିଙ୍କୁ କେବଳ ନୀତିର ନିଷ୍କ୍ରିୟ ଗ୍ରହୀତା ନୁହେଁ, ବରଂ ସମାଧାନର ସ୍ଥପତି ହେବାକୁ ପଡ଼ିବ। ଯୁବପିଢ଼ିଙ୍କ ଶକ୍ତି ଓ ସୃଜନଶୀଳତାକୁ ସକାରାତ୍ମକ କାର୍ଯ୍ୟରେ ବିନିଯୋଗ କରିପାରିଲେ ‘ବିକଶିତ ଭାରତ @୨୦୪୭’ ର ଲକ୍ଷ୍ୟ ବାସ୍ତବ ରୂପ ନେବ ବୋଲି ରାଜ୍ୟପାଳ କହିଥିଲେ। ଜଳବାୟୁ ପରିବର୍ତ୍ତନ ଆଉ ଦୂର ଭବିଷ୍ୟତର ଚେତାବନୀ ନୁହେଁ ବୋଲି ଦର୍ଶାଇ ରାଜ୍ୟପାଳ କହିଥିଲେ ଯେ,ଗ୍ରୀଷ୍ମପ୍ରବାହ, ଅନିୟମିତ ବର୍ଷା, ବନ୍ୟା, ବାତ୍ୟା ଓ ସମୁଦ୍ର ପତ୍ତନ ବୃଦ୍ଧି ଚାଷ ଓ ଜୀବିକାକୁ ପ୍ରଭାବିତ କରୁଛି। ତେଣୁ ଜଳବାୟୁ ସହନଶୀଳତା କେବଳ ପରିବେଶ ସୁରକ୍ଷାର ଦାୟିତ୍ୱ ନୁହେଁ, ଏହା ମାନବୀୟ ମର୍ଯ୍ୟାଦା ଓ ଆଗାମୀ ପିଢ଼ି ପ୍ରତି ଦାୟିତ୍ୱ ବୋଲି କହିଥିଲେ। ବାତ୍ୟା ଓ ବନ୍ୟା ମୁକାବିଲାରେ ଓଡ଼ିଶାର ଅଭିଜ୍ଞତା, ଜଙ୍ଗଲ ଓ ଜୈବ ବିବିଧତା ସଂରକ୍ଷଣ ଉଦ୍ୟମ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଏବେ କେବଳ ବିପର୍ଯ୍ୟୟ ପ୍ରସ୍ତୁତିରେ ସୀମିତ ନ ରହି ଜଳବାୟୁ ସହନଶୀଳ ସମୁଦାୟ ଗଠନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଫୁଲବାଣୀରେ ସିଡ୍‌ ବଲ କାର୍ଯ୍ୟକ୍ରମ, ଜଟଣୀ ଓ ଖଲ୍ଲିକୋଟରେ ବୃକ୍ଷରୋପଣ, ପୁରୀରେ ବ୍ଲୁ ଫ୍ଲାଗ ବିଚ ପଦକ୍ଷେପ ଏବଂ ଶିମିଳିପାଳରେ ଜଳବାୟୁ ସଚେତନତା ଭଳି ଯୁବନେତୃତ୍ୱାଧୀନ ପଦକ୍ଷେପ କିପରି ବ୍ୟାପକ ପରିବର୍ତ୍ତନ ଆଣିପାରେ ଏହା ତାହାର ଉଦାହରଣ ବୋଲି ରାଜ୍ୟପାଳ କହିଥିଲେ। ୩-ଆର ନୀତି ‘Reduce, Reuse and Recycle’ର ସହ ‘ମିଶନ ଲାଇଫ ’କୁ ଜୀବନଶୈଳୀର ଅଂଶ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ। ‘Mission 30 by 30’ ର ଆହ୍ୱାନ ଦେଇ ରାଜ୍ୟପାଳ ୨୦୩୦ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଜଳବାୟୁ ସହନଶୀଳତା କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ଯୁବପିଢ଼ିଙ୍କୁ କହିବା ସହ ସ୍ଥାନୀୟ ଜ୍ଞାନକୌଶଳ ସହ ବିଜ୍ଞାନ ଓ ପ୍ରଯୁକ୍ତିକୁ ଯୋଡ଼ି ଜିଲ୍ଲାଭିତ୍ତିକ ପରିବେଶ ସମସ୍ୟାର ସମାଧାନ ଖୋଜିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ତିନିଦିନିଆ ୟୁଥ୍ ପାର୍ଲାମେଣ୍ଟ ଓ ଜିଲ୍ଲାସ୍ତରୀୟ ଆଲୋଚନାରେ କେବଳ ସମସ୍ୟା ଉପରେ ଚର୍ଚ୍ଚା ନକରି ସମାଧାନର ରୂପରେଖ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଯୁବପିଢ଼ିଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମରୁ ଯୁବପିଢ଼ି ‘ସ୍ଥାୟୀତ୍ୱର ଦୂତ, ଜଳବାୟୁ ସହନଶୀଳତାର ଚାମ୍ପିଅନ ଓ ପରିବର୍ତ୍ତନର ପ୍ରତିନିଧି’ ଭାବେ ଉଭା ହୁଅନ୍ତୁ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ। ପଶ୍ଚିମ ଏସିଆରେ ଭୂ-ରାଜନୈତିକ ଉତ୍ତେଜନା ଏବଂ ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ଭାରତର ନିର୍ଭରଶୀଳତା ପ୍ରସଙ୍ଗରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ସ୍ଥାୟୀ ଜୀବନଶୈଳୀ ଭାରତର ଶକ୍ତି ସୁରକ୍ଷା ସହ ଜଡ଼ିତ। ସ୍ଥାୟୀ ଯାତାୟାତକୁ ପ୍ରୋତ୍ସାହନ ଦେବା ସହ ଧୀରେ ଧୀରେ ବୈଦ୍ୟୁତିକ ଯାନ ଆପଣାଇବାକୁ ରାଜ୍ୟପାଳ ଯୁବପିଢ଼ିଙ୍କୁ ଆହ୍ୱାନ ଜଣାଇଥିଲେ। ଏହାଦ୍ୱାରା ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା କମିବା ସହ ଶକ୍ତି ସୁରକ୍ଷା ବଢ଼ିବ ଏବଂ ବିଦେଶୀ ମୁଦ୍ରା ଉପରେ ଚାପ ହ୍ରାସ ପାଇବ ବୋଲି ସେ କହିଥିଲେ। ରାଜ୍ୟପାଳଙ୍କ ସରକାରୀ କାରକେଡରେ ବୈଦ୍ୟୁତିକ ଯାନ ସାମିଲ କରାଯାଇଛି ବୋଲି ଉଲ୍ଲେଖ କରିଥିଲେ। ଏହି ଅବସରରେ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟର କୁଳପତି ଡ. ଫାଦର କେ. ଏସ୍. କାସିମିର୍ ଏସ୍‌ଜେ, ନେକ୍ସସ୍ ସିଲେକ୍ଟ ଟ୍ରଷ୍ଟର ଜେନେରାଲ୍ ମ୍ୟାନେଜର ତଥା ESG ଆମ୍ବାସାଡର ହର୍ଷା ଭରଦା, ୟୁନିସେଫ୍ ଓଡ଼ିଶାର ଫିଲ୍ଡ ଅଫିସର ମୁଖ୍ୟ ପ୍ରଶାନ୍ତ କୁମାର ଦାଶ ଏବଂ ସମ୍ଭବର ସହ-ପ୍ରତିଷ୍ଠାତା ସାବରମତୀ ଅପା ମଧ୍ୟ ଉଦବୋଧନ ଦେଇଥିଲେ। ୟୁନିସେଫ୍ ଓଡ଼ିଶାର WASH-CCES ବିଶେଷଜ୍ଞ ସିପ୍ରା ସକ୍ସେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ Youth4Water Plusର ନିର୍ଦ୍ଦେଶକ ବ୍ଲୋରିନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

powered by social2s

ସମବାୟ ସଂସ୍ଥାରେ ହେବ ଏଗ୍ରିଷ୍ଟା୍‌କ ଆଇଡି

Details
Odia Ray Admin
ଓଡିଶା
10 August 2026

ଭୁବନେଶ୍ୱର : ଓଡ଼ିଶାରେ ସମବାୟ ସଂସ୍ଥାରେ ହେବ ଏଗ୍ରିଷ୍ଟା୍‌କ ଆଇଡି। ଏଗ୍ରିଷ୍ଟାକ ଆଇଡି ପାଇଁ ଚାଷୀଙ୍କ ପାଖକୁ ଯିବେ ରାଜ୍ୟ ସରକାର। ଚାଷୀ ସମବାୟ ସଂସ୍ଥା ଆସିନପାରିଲେ ଚାଷୀଙ୍କ ପାଖକୁ ଯିବେ ଅଧିକାରୀ। ଆଇଡି ଜେନେରେଟ ହେଲେ ଚାଷୀଙ୍କୁ ଦିଆଯିବ ପରିଚୟପତ୍ର। ଏହି ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ। ଆଧାର କାର୍ଡ଼ ଭଳି ଚାଷୀଙ୍କୁ ମିଳିବ ଚାଷୀ ପରିଚୟପତ୍ର। ଆବଶ୍ୟକ ପଡିଲେ ବଢିବ ଚାଷୀଙ୍କ ପଞ୍ଜୀକରଣ ଅବଧି। ବିଦେଶରେ ଥିବା ଚାଷୀ ଆଭାସୀ ମାଧ୍ୟମରେ କରିବେ ପଞ୍ଜୀକରଣ।

powered by social2s

ଧରା ଶ୍ରାବଣ

Details
Odia Ray Admin
ଓଡିଶା
10 August 2026

ଭୁବନେଶ୍ୱର : ସାୱନ (କିମ୍ବା ଶ୍ରାବଣ) ମାସ ହିନ୍ଦୁ କ୍ୟାଲେଣ୍ଡରର ପଞ୍ଚମ ମାସ। ଏହା ବର୍ଷର ସବୁଠାରୁ ପବିତ୍ର ସମୟ ମଧ୍ୟରୁ ଗୋଟିଏ। ଏହା ବର୍ଷା ଋତୁ, ଭଗବାନ ଶିବଙ୍କ ପ୍ରତି ପ୍ରବଳ ଭକ୍ତି ଏବଂ ବିଶେଷ ଉପବାସ ପରମ୍ପରା ସହିତ ଗଭୀର ଭାବରେ ଜଡିତ। ଧାର୍ମିକ ଏବଂ ପୌରାଣିକ କାରଣ ଭଗବାନ ଶିବ ଏବଂ ବିଷ: ହିନ୍ଦୁ କାହାଣୀ କହେ ଯେ ମହାଜାଗତିକ ସମୁଦ୍ର ମନ୍ଥନ (ସମୁଦ୍ର ମନ୍ଥନ) ଏହି ମାସରେ ଘଟିଥିଲା। ଭଗବାନ ଶିବ ବିଶ୍ୱକୁ ରକ୍ଷା କରିବା ପାଇଁ ମାରାତ୍ମକ ବିଷ (ହଲାହଲା) ପିଇଥିଲେ। ତାଙ୍କ କଣ୍ଠ ନୀଳ ହୋଇଗଲା। ଲୋକମାନେ ବର୍ତ୍ତମାନ ଧନ୍ୟବାଦ ଜଣାଇବା ଏବଂ ସୁରକ୍ଷା ପାଇବା ପାଇଁ ତାଙ୍କୁ ପ୍ରାର୍ଥନା କରନ୍ତି। ସୋମବାର (ସୋମବାର): ସାୱନରେ ପ୍ରତି ସୋମବାର ସ୍ୱତନ୍ତ୍ର। ଭକ୍ତମାନେ ଏକ କଠୋର ଉପବାସ (ସୋମବାର ବ୍ରତ) ରଖନ୍ତି। ସେମାନେ କ୍ଷୀର, ପାଣି ଏବଂ ବେଲପତ୍ର ସହିତ ଶିବ ଲିଙ୍ଗକୁ ସ୍ନାନ କରିବା ପାଇଁ ମନ୍ଦିରକୁ ଯାଆନ୍ତି। କନୱର ଯାତ୍ରା: ତୀର୍ଥଯାତ୍ରୀମାନେ ଗଙ୍ଗା ଭଳି ପବିତ୍ର ନଦୀକୁ ପାଦରେ ଦୀର୍ଘ ଦୂରତା ଚାଲି ଯାଆନ୍ତି। ସେମାନେ ସ୍ଥାନୀୟ ଶିବ ମୂର୍ତ୍ତି ଉପରେ ଢାଳିବା ପାଇଁ ପବିତ୍ର ଜଳ ଫେରାଇ ଆଣନ୍ତି। ପ୍ରକୃତି ଏବଂ ଋତୁ ମୌସୁମୀ ବର୍ଷା: ଏହି ମାସ ବର୍ଷା ଋତୁର ଶିଖର (ବର୍ଷା ରୁରୁ) ଆଣିଥାଏ। ଶୀତଳ ବର୍ଷା ଶୁଖିଲା ମାଟି, ଗଛଲତା ଏବଂ ଫସଲକୁ ପୁଣି ଜୀବନ ପ୍ରଦାନ କରେ। ସ୍ୱଚ୍ଛ ଜୀବନଯାପନ: ଏହି ମାସରେ ଅନେକ ଲୋକ ମାଂସ, ପିଆଜ ଏବଂ ରସୁଣ ପରିତ୍ୟାଗ କରନ୍ତି। ସେମାନେ ପ୍ରକୃତି ଏବଂ ବର୍ଷାର ସଫା କରିବା ଶକ୍ତି ସହିତ ମେଳ ଖାଉଥିବା ଏକ ସରଳ, ପବିତ୍ର ଜୀବନଶୈଳୀ ବାଛନ୍ତି। ଶ୍ରୀ ଗୌତମ ମହାନ୍ତି, ଗବେଷକ ଏବଂ ଲେଖକ Sawan (or Shravan) month is the fifth month of the Hindu calendar. It is one of the holiest times of the year. It is deeply tied to the monsoon season, heavy devotion to Lord Shiva, and special fasting traditions. Religious and Mythological Reasons Lord Shiva and Poison: Hindu stories say that the cosmic ocean churning (Samudra Manthan) happened in this month. Lord Shiva drank the deadly poison (Halahala) to save the world. His throat turned blue. People pray to him now to show thanks and seek protection. Mondays (Somwar): Every Monday in Sawan is special. Devotees keep a strict fast (Somwar Vrat). They visit temples to bathe the Shiva Linga with milk, water, and bel leaves. Kanwar Yatra: Pilgrims walk long distances on foot to holy rivers like the Ganga. They bring back sacred water to pour over local Shiva statues. Nature and Season Monsoon Rains: The month brings the peak of the rainy season (Varsha Ruru). The cool rain gives life back to dry earth, plants, and crops. Clean Living: Many people give up meat, onions, and garlic during this month. They choose a simple, pure lifestyle to match the cleansing power of nature and rain. Courtesy: MH LODGE AND GROUP ( A Study Centre of Theosophy). ଶ୍ରୀ ଗୌତମ ମହାନ୍ତି, ଗବେଷକ ଏବଂ ଲେଖକ।

powered by social2s

ଖରିଫ ମାର୍କେଟିଂ ଋତୁ ୨୦୨୬-୨୭ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ ଅନୁଷ୍ଠିତ

Details
Odia Ray Admin
ଓଡିଶା
10 August 2026

ଭୁବନେଶ୍ୱର: ଆଗାମୀ ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟାକୁ ସୁଗମ ଓ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି (Inter-Ministerial Committee) ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀଙ୍କ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଏବଂ ମାନ୍ୟବର ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଉପସ୍ଥିତ ଥିଲେ। ଏହା ସହିତ ସମବାୟ, କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ଅର୍ଥ ବିଭାଗର ସଚିବ ଏବଂ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ବୈଠକରେ ଆଲୋଚନାରେ ଭାଗ ନେଇଥିଲେ। ବୈଠକର ମୁଖ୍ୟ ନିଷ୍ପତ୍ତି ଓ ଆଲୋଚନା ଅନୁଯାୟୀ ବର୍ତ୍ତମାନ ଚାଷୀଙ୍କ ପାଇଁ ଆଗ୍ରିଷ୍ଟାକ ପଞ୍ଜିକରଣ ବାଧ୍ୟତାମୂଳକ ନୁହେଁ। ଏଥିପାଇଁ କୌଣସି ବି ଚାଷୀ ନିଜର ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ନାହିଁ। ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ପଞ୍ଜିକରଣ ଅବଧି ଜାରି ରହିଛି।ଆଗ୍ରିଷ୍ଟାକ ଏକ ସମ୍ୱନ୍ୱିତ କୃଷକ ପ୍ଲାଟଫର୍ମ ଯେଉଁଥିରେ ଚାଷୀଙ୍କ ସମସ୍ତ ତଥ୍ୟ ଏକୀକୃତ ହୋଇ ରହିବ। ଏଥିରେ ଚାଷୀ ନିଜକୁ ପଞ୍ଜିକୃତ କରିବା ଦ୍ୱାରା ନିଜର ଏକ ଅନନ୍ୟ ଫାର୍ମର ଆଇଡି ପାଇବେ। ସରକାରଙ୍କ ତରଫରୁ ଚାଷୀଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧାର ଲାଭ ସୁଗମ ରୂପେ ପାଇପାରିବେ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୬ ଲକ୍ଷ ଚାଷୀ ଏହି ଅଧୀନରେ ନିଜକୁ ପଞ୍ଜିକୃତ କରାଇ ସାରିଛନ୍ତି। ସେହିପରି ଭାଗଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତି ଚାଲିଛି। ସମ୍ଭାବ୍ୟ ସମସ୍ୟା ଓ ଏହାର ନିଖୁଣ ସମାଧାନ କରିବା ପାଇଁ ସରକାର ଚେଷ୍ଟାରତ ଅଛନ୍ତି। ରବି ଋତୁ୨୦୨୫-୨୬ର ସମୀକ୍ଷା ଅନୁଯାୟୀ ଗତ ରବି ଋତୁରେ ମୋଟ ୩,୬୩,୫୫୩ ଜଣ ଚାଷୀଙ୍କଠାରୁ ୨୦,୪୬,୧୮୫ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି। ପୂର୍ବ ବର୍ଷ (୨୦୨୪-୨୫)ରେ ୧୯,୧୮,୫୨୮ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିବା ବେଳେ ଏଥର ସଂଗ୍ରହ ପରିମାଣରେ ବୃଦ୍ଧି ଘଟିଛି। ରବି ଋତୁରେ ଆଜି ସୁଦ୍ଧା ୩ ଲକ୍ଷ ୬୩ ହଜାର ୧୪୯ ଚାଷୀଙ୍କୁ ୪ ହଜାର ୮୪୪ କୋଟି ଟଙ୍କା ଏମଏସପି ଓ ଇନପୁଟ ସହାୟତା ବାବଦରେ ପ୍ରଦାନ କରାଯାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ ଅନ୍ତତଃ ୫୦% ଚାଷୀଙ୍କୁ ପଞ୍ଜୀକୃତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମିଳିତ ଭାବେ କାର୍ଯ୍ୟାଳୟ ସ୍ତରରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ। ରାଜସ୍ବ ବିଭାଗ ଏଥିନିମନ୍ତେ ଆବଶ୍ୟକୀୟ ସହାୟତା ପ୍ରଦାନ କରିବ। ପଞ୍ଜିକରଣ ନିକଟସ୍ଥ ପାକ୍ସ କେନ୍ଦ୍ର, କମନ ସର୍ଭିସ ସେଣ୍ଟର ଓ ସହାୟକ ମୋଡ଼ରେ କରାଯାଉଛି। ଆଜି ସୁଦ୍ଧା ଖରିଫ ୨୬-୨୭ ପାଇଁ ୯୪,୬୫୭ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିସାରିଛନ୍ତି। ଏଥିରେ ସର୍ବାଧିକ ପଞ୍ଜିକରଣ ବାଲେଶ୍ୱର ଜିଲ୍ଲାର ହୋଇଛି। ପଞ୍ଜିକରଣ ଓ ଧାନ ବିକ୍ରି ନେଇ ଚାଲୁଥିବା ଭୁଲ ତଥ୍ୟକୁ ରୋକିବା ପାଇଁ ପ୍ରତ୍ୟେକ ସବ-ଡିଭିଜନ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏଥିପାଇଁ ଭିଏଡବ୍ଲୁ ମାନେ ଚାଷୀମାନଙ୍କୁ ଆବେଦନ ପାଇଁ ସହଯୋଗ କରିବେ। ଆବେଦନ ପରେ ସମ୍ପୃକ୍ତ ଚାଷୀଙ୍କୁ ପଞ୍ଜିକରଣ ରସିଦ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଦୁଇପ୍ରକାର ଚାଷୀ ପଞ୍ଜିକରଣ ପ୍ରାପ୍ତି ପତ୍ର ପ୍ରଦାନ କରାଯାଉଛି। ଆଗ୍ରିଷ୍ଟାକ ପଞ୍ଜିକୃତ ଚାଷୀ ପଞ୍ଜିକରଣ ପ୍ରାପ୍ତି ପତ୍ର ଓ ବିନା ଆଗ୍ରିଷ୍ଟାକ ପଞ୍ଜିକୃତ ପ୍ରାପ୍ତି ପତ୍ର। ଉଭୟ ପଞ୍ଜିକରଣ ପ୍ରାପ୍ତି ପତ୍ର ବୈଧ ଅଟେ। ରାଜ୍ୟର କୌଣସି ବି ଚାଷୀ ଯେପରି ଧାନ ବିକ୍ରିରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ଅଛନ୍ତି।

powered by social2s

ଅଗଷ୍ଟ ୧୩ ବେଳକୁ ଲଘୁଚାପ

Details
Odia Ray Admin
ଓଡିଶା
10 August 2026

ଭୁବନେଶ୍ୱର : ଅଗଷ୍ଟ ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଖପାଖରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ପ୍ରଭାବରେ ୧୩ ଅଗଷ୍ଟ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହଛି । ଏହା ପରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି।

powered by social2s

More Articles ...

  1. ଓଡ଼ିଶା ବିଧାନସଭା ସମ୍ମୁଖରେ ଦୁର୍ଘଟଣା ପରେ ଉତ୍ତେଜନା
  2. "ନିଶାମୁକ୍ତ ଓଡ଼ିଶା ଅଭିଯାନ"ରେ ସୋନପୁର ପୋଲିସର ବଡ଼ ସଫଳତା: ୧୨.୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
  3. ବଜ୍ରାଘାତରେ ଚାଷୀ ମୃତ, ୩ ଗୁରୁତର
Page 87 of 2251
  • Start
  • Prev
  • 82
  • 83
  • 84
  • 85
  • 86
  • 87
  • 88
  • 89
  • 90
  • 91
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.