ଭୁବନେଶ୍ୱର: ଆଜି ଓଡିଶାର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ସହିଦ ସ୍ପୋର୍ଟିଂ କ୍ଲବ ତରଫରୁ 2020-21 ବର୍ଷ ପାଇଁ ଅଷ୍ଟମ କମାଲ ଗାଙ୍ଗୁଲୀ କ୍ରୀଡା ପୁରସ୍କାର କ୍ଲବ ପ୍ରାଙ୍ଗଣରେ ବିତରଣ କରା ଯାଇଛି।
ଏହି କ୍ରୀଡା ପୁରସ୍କାର 2012 ମସିହାରୁ ଆରମ୍ଭ କରା ଯାଇଛି ଯାହାର ପ୍ରୟୋଜକ ଅଛନ୍ତି ମାରୁତି ଇଷ୍ଟେଟ ଇଣ୍ଡିଆ ପ୍ରା ଲିମିଟେଡ଼। ରାଜ୍ୟ ର ସମସ୍ତ ନାମୀ କ୍ରୀଡା ସାମ୍ବାଦିକ, ମାରୁତି ଇଣ୍ଡିଆ ପ୍ରା ଲିମିଟେଡ଼ ର ଏମ.ଡି ଜିତେନ୍ଦ୍ର ପ୍ରସାଦ ସିଂ ଓ ସହିଦ ସ୍ପୋଟିଂ ର ସମ୍ପାଦକ ପଙ୍କଜ ପଟ୍ଟନାୟକ ଙ୍କୁ ନେଇ ଗଠିତ ଚୟନ କମିଟି ଶ୍ରେଷ୍ଟ କୋଚ ପାଇଁ କରାଟେ କୋଚ ହରି ପ୍ରସାଦ ପଟନାୟକ ଏବଂ ଲାଇଫ ଟାଇମ ଅଚିଭିମେଂଟ ପାଇଁ ପୂର୍ବତନ ହକି ଖେଳାଳୀ ପିଟର ତିର୍କୀ ଙ୍କୁ ମନୋନୀତ କରଥିଲେ।
ଆଜି ଅପରାହ୍ନ ରେ ସହିଦ ସ୍ପୋର୍ଟିଂ ପ୍ରାଙ୍ଗଣରେ ଏହି ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବ ରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଏବଂ ଓ ସି ଏ ର ସମ୍ପାଦକ ସଞ୍ଜୟ ବେହେରା ଓ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡା.ବିଶ୍ୱଜିତ ମିଶ୍ର ଅତିଥି ଭାବରେ ଯୋଗଦେଇ ଥିଲେ। କରାଟେ କୋଚ ହରିପ୍ରସାଦ ପଟନାୟକ ଙ୍କୁ ଶ୍ରେଷ୍ଟ କୋଚ ଏବଂ ପିଟର ତିର୍କୀ ଙ୍କୁ ଲାଇଫ ଟାଇମ ଅଚିଭିମେଂଟ ପୁରସ୍କାର ବାବଦରେ ମାନପତ୍ର ସହିତ ନାଗଦ ଅର୍ଥ ପୁରସ୍କାର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ବିଗତ ବର୍ଷ ମାନଙ୍କରେ ସଫଳତା ପାଇଁ କ୍ଲବ ର ଖେଳାଳି ମାନକୁ ପୁରସ୍କୃତ କରା ଯାଇଥିଲା।ଦେବାଶିଷ ମହାନ୍ତି,ରଶ୍ମି ରଞ୍ଜନ ପରିଡା,ପି.ଜୟଚନ୍ଦ୍ର ଙ୍କ ପରି ବିଗତ ଦିନର ଖେଳାଳି ତଥା କ୍ଲବ ର ବାରିଷ୍ଟ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। କ୍ଲବ ର ସମ୍ପାଦକ ପଙ୍କଜ ପଟନାୟକ ଙ୍କ ସହିତ କ୍ଲବ କୋଷଧକ୍ୟ ନିକୁଞ୍ଜ ମହାନ୍ତି ଏହି ପୁରସ୍କାର ଉତ୍ସବ କୁ ପରିଚାଳନା କରିଥିଲେ।
ସହିଦ ସ୍ପୋର୍ଟିଂ କ୍ଲବ ତରଫରୁ ଅଷ୍ଟମ କମାଲ ଗାଙ୍ଗୁଲୀ କ୍ରୀଡା ପୁରସ୍କାର ବିତରଣ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

