Warning: getimagesize(/home/odiaray/public_html/images/IMG-20240402-WA0112.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

Warning: getimagesize(/home/odiaray/public_html/images/IMG-20240402-WA0112.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ "ଜନ ମଙ୍ଗଳ" ରାସୋଳ ତରଫରୁ ଅସ୍ପୃଶ୍ୟ ଅସହାୟ ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ରସୋଳ: ରୋଗ କୁ ଘୃଣା କର।ରୋଗ ର ଉପଚାର କର। ରୋଗ ଠାରୁ ଦୁରେଇ ରହିବା ପରିବର୍ତ୍ତେ ରୋଗୀ କୁ ଘୃଣା କରି ତାକୁ ଅସ୍ପୃଶ୍ୟ ସଜେଇ ଜୀଅନ୍ତା ଶବ କରି ରୋଗ କୁ ପାଳିବାର ଏକ ଅଜବ ଚିନ୍ତା ଧାରା ସତରେ ଆଜି ଭଳି ଆଧୁନିକ ସମାଜରେ ଏତାଦୃଶ ମାନସିକତା ଯେ ସମାଜ ରେ ଏକ ବଡ଼ ସାମାଜିକ ବ୍ୟାଧି କହିଲେ ଅତ୍ୟୁକ୍ତି ହେବ ନାହିଁ।ଯୁଗ ଆସି କେଉଁଠି ହେଲାଣି ମଣିଷ ଚନ୍ଦ୍ର ପୃଷ୍ଠରେ ମାଟି ଛୁଇଁ ଲାଣି। କିନ୍ତୁ ମଣିଷ ଏଠି ମଣିଷ କୁ ଛୁଇଁବାକୁ ନାରାଜ। ସମାଜ ଯେତିକି ବିକଶିତ ହେଉଛି ବୋଧେ ସେତିକି ମାନବିକତା ର ମୂଲ୍ୟ ବୋଧ ଲୋକ ମାନଙ୍କ ପାଖରେ କ୍ଷୀଣ ହେବାକୁ ଲାଗିଛି। ଏମିତି ଏକ ଅଭାବନୀୟ ଦୃଶ୍ୟ ଆଜିର ସଭ୍ୟ ସମାଜ ପାଇଁ କୁଠାରାଘାତ ସଦୃଶ।ସୂଚନା କ୍ରମେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ନଗାରୀ ଗ୍ରାମ ର ୭୫ ବର୍ଷୀୟ ବୃଦ୍ଧ ମଲିଆ ନାଏକ ଙ୍କର କିଛି ମାସ ତଳେ ଡାହାଣ ଗୋଡ଼ ଏକ ବିଷାକ୍ତ କୀଟଘାତ ରେ ଚିକିତ୍ସା ଅଭାବ ଜନିତ କ୍ଷତ ଭୟଙ୍କର ରୂପ ଧାରଣ କରି ସେଥିରେ କୀଟ ଲାଗି ଯାଇଥିବାରୁ ସେ ସମ୍ପୂର୍ଣ ଚାଲିବାକୁ ଅକ୍ଷମ। ଅତି ମୂମୁର୍ଷୁ ଅବସ୍ଥାରେ ମୃତବତ ପଡିରହିଥିଵା ବେଳେ ସାହି ଭାଇ ତଥା ପରିବାର ବର୍ଗ କେହି ସ୍ପର୍ଶ କରୁନଥିଲେ। ଉକ୍ତ ଗ୍ରାମର ଜନୈକା ମହିଳା ସଂଗଠନ ର ଆଜୀବନ ସେବକ ପ୍ରଶାନ୍ତ ଦାସ ଭାଇ ଙ୍କୁ ଅବଗତ କରାଇବା ପରେ ଏତାଦୃଶ ପରିସ୍ଥିତି ର ସମ୍ବେଦନଶୀଳତା କୁ ଆଖି ଆଗରେ ରଖି ସଂଗଠନ ତରଫ ରୁ ତ୍ଵରିତ ପଦକ୍ଷେପ ପୂର୍ବକ ପ୍ରଶାନ୍ତ ଦାସ ଭାଇ ଙ୍କର ପ୍ରତ୍ୟକ୍ଷ ତତ୍ବାବଧାନ ତଥା ଉପସ୍ଥିତି ରେ ପ୍ରତିଷ୍ଠାତା ବିଭୁ ଶତପଥୀ, ଆଜୀବନ ସେବିକା ମମତା ବେହେରା ଭଉଣୀ,ସେବକ ନିରାକାର ବୈଦ୍ୟ ଭାଇ ଙ୍କର ଏକ ମିଳିତ ଟିମ ଜନମଙ୍ଗଳ(ରାସୋଳ)ସଂଗଠନ ଦାୟିତ୍ୱ ରେ ଥିବା ଢେଙ୍କାନାଳ ଆଗେଇବା ପରିବାର ପ୍ରଦତ୍ତ ପଣ୍ଡିତ ନୀଳକଣ୍ଠ ସ୍ଵାସ୍ଥ୍ୟ ସେବା ଯାନ ରେ ଅଦ୍ୟ ୦୧/୦୪/୨୦୨୪ରିଖ ଅପରାହ୍ନ ୧୨:୩୦ ମିନିଟ ସମୟ ରେ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେଵା ନିମିତ୍ତ ଔଷଧ ଓ ଉପକରଣ ସହିତ ରୋଗୀ ମଲିଆ ନାଏକ ଙ୍କ ଘରେ ପହଞ୍ଚିଵା ପରେ ସେଵିକା ମମତା ବେହେରା ଭଉଣୀ ଙ୍କ ଦ୍ଵାରା ମଲିଆ ନାଏକ ଙ୍କ ର କ୍ଷତ କୁ ପରିଷ୍କାର କରାଯିବା ସହିତ କ୍ଷତ କୁ ବ୍ୟାଣ୍ଡେଜ କରାଯାଇ ଥିଲା।କ୍ଷତ ପୁରାତନ ହୋଇଥିବା ବେଳେ ଉନ୍ନତ ଚିକିତ୍ସା ନିମିତ୍ତ ରୋଗୀଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରିବା ନିହାତି ଆବଶ୍ୟକ। ଅତୈବ ସଂଗଠନ ତରଫରୁ ମାଗଣା ଆମ୍ବୁଲାନ୍ସ ସେବା ପ୍ରଦାନ କରାଯାଇ ସ୍ଥାନାନ୍ତରିତ କରାଯିବ ବୋଲି କହିବା ପରେ ଓ ପ୍ରତିଷ୍ଠାତା ବିଭୁ ଶତପଥୀ ଯେତେ ଅନୁରୋଧ କରିଲେ ମଧ୍ୟ ନା ପରିବାର ରୁ ନା ପାଖ ପଡେ଼ାଶୀ ନା ଗ୍ରାମବାସୀ କେହି ବି ସାଥିରେ ଯିବା ପାଇଁ ଆଗ୍ରହ ପ୍ରକାଶ କରି ନଥିଲେ।ସଂଗଠନ ତରଫ ରୁ ରୋଗୀ ସହିତ ରହି ସେବା ପ୍ରଦାନ କରାଯିବାର ପ୍ରାବଧାନ ନଥିବା ବେଳେ ଆଗାମୀ ଦିନ ରେ ରୋଗୀଙ୍କ ଉପଚାର ନିମିତ୍ତ ପ୍ରଶାସନ ସ୍ତର ରେ ଅବଗତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବାର ନିର୍ଭର ପ୍ରତିଶ୍ରୁତି ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ। ସ୍ବତଃ ପ୍ରଶ୍ନ ଉଠେ ମଣିଷ ସତରେ କଣ ସର୍ବଶ୍ରେଷ୍ଠ ସାମାଜିକ ପ୍ରାଣୀ,ସତରେ କଣ ମଣିଷ ପାଖରେ ଆଉ ମଣିଷ ପଣିଆ ନାହିଁ।ସତରେ କଣ ମଣିଷ ଗୁଡା ଏତେ ସ୍ଵାର୍ଥପର। ଯେଉଁ ବୃଦ୍ଧ ମଣିଷ ପାଇଁ ପରିବାର ଦିନେ ହସୁଥିଲା ତାର ଏତାଦୃଶ ବିପଦ ସମୟ ରେ ପୁଅ ବୋହୁ ନାତି ନାତୁଣୀ ମାନଙ୍କ ପାଇଁ ଅସ୍ପୃଶ୍ୟ ହୋଇଗଲା। ସାମାଜିକ ବାସନ୍ଦ ର ଶୀକାର ହେଲା।ଧନ୍ୟ ଧନ୍ୟ ରେ ମଣିଷ ଧନ୍ୟ ତୁମ ସମାଜ।ଅନ୍ଧ ବିଶ୍ବାସ କୁସଂସ୍କାର ର ବଶବର୍ତ୍ତୀ ହୋଇ ନିଜ ପାଇଁ ବିପଦ ର ବୀଜ ବପନ ଯେ ଭବିଷ୍ୟତ କୁ ଅନ୍ଧକାର ମୟ କରିଵ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ବୋଲି ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ପକ୍ଷରୁ କୁହାଯାଇଛି।

powered by social2s