ଆଜିଠୁ ୧୯ ଯାଏଁ ଓଡ଼ିଶାରେ ଘଡଘଡି ସହ ବର୍ଷା ଆଶଙ୍କା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଭୁବନେଶ୍ୱର: ଆଜିଠୁ ୧୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଅଂଚଳରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।
 
ପାଣିପାଗ ବିଭାଗ ରିପୋର୍ଟ ପରେ ୧୭ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିଶନର।
 
ବିଦର୍ଭ ଓ ଆଖପାଖ ଅଂଚଳରେ ଏକ ଘୁର୍ଣ୍ଣିବଳୟ ପ୍ରଭାବରେ ଅନୁଗୁଳ, ବାଲେଶ୍ୱର, ବରଗଡ଼, ବୌଦ୍ଧ, ଭଦ୍ରକ, ବଲାଙ୍ଗୀର, କଟକ, ଦେବଗଡ଼, ଯାଜପୁର, ଢେଙ୍କାନାଳ, ଝାରସୁଗୁଡା, କନ୍ଧମାଳ, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ସତର୍କତା ଜାରି ହୋଇଛି।
 
 
 
 
 
powered by social2s