ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଚିଠି ପରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କରୋନା ଟିକା ଦେବା ପାଇଁ ରାଜ୍ୟ ପ୍ରସ୍ତୁତି ଆରମ୍ଭ କରିଛି।
ଏନେଇ ସମସ୍ତ ଜିଲ୍ଲାପାଳ ଓ ଅଧିକାରୀ ଙ୍କୁ ଏସିଏସ୍ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି।
ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ସପ୍ତାହର ୫ଦିନ ହେବ ଟିକାକରଣ।
ପ୍ରତି ବ୍ଲକ ଓ ପୈରାଞ୍ଚଳରେ ୬ରୁ ୭ଟି ଭ୍ୟାକସିନେସନ ଟିମ ରହିବେ।
ଟିକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ତେବେ ଦେଶରେ ମାର୍ଚ୍ଚ ୧ ରୁ ଆଉ ଏକ ପର୍ଯ୍ୟାୟରେ ଟିକାକରଣ ହେବ।
୬୦ ବର୍ଷ ରୁ ଅଧିକ ବୟସ ଲୋକଙ୍କୁ ଏଥିରେ ମାଗଣା କରୋନା ଟିକାକରଣ କରାଯିବ।
୪୫ ବର୍ଷ ରୁ ଅଧିକ ଥିବା ଗୁରୁତର ଲୋକଙ୍କୁ ମଧ୍ୟ ଟିକା ଦିଆଯିବ।
ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସାରା ଦେଶରେ ୧୦ ହଜାର ସରକାରୀ କେନ୍ଦ୍ର ଓ ୨୦ ହଜାର ଘରୋଇ ଟିକା କେନ୍ଦ୍ରରେ ଟିକା ଦିଆଯିବ।
powered by social2s

