ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଲାଗି ସତର୍କ ରହିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜ୍ୟ ସରକାର। ସମସ୍ତ ସ୍କୁଲ ଓ କଲେଜ ରେ  ପହଂଚା ଯିବ ORS ପାଉଡର। ଏ ନେଇ ପ୍ରସ୍ତୁତ ହେଇଛି heatwave action plan । ଜଳାଭାବ ଅଞ୍ଚଳରେ ପାନୀୟ ଜଳର ବ୍ୟବସ୍ଥା କରାଯିବ। ଛାତ୍ର ଛାତ୍ରୀଙ୍କର ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ। କେବଳ ସକାଳ ସମୟରେ ଖୋଲିବ ଅଙ୍ଗନବାଡି କେନ୍ଦ୍ର। ଜନଗହଳି ଅଞ୍ଚଳରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲା ଯିବ। ସଚେତନତା କାର୍ଯ୍ୟକ୍ରମ ରେ ସାମାଜିକ ସଂସ୍ଥା ମାନକୁ ସାମିଲ କରାଯିବ। ସ୍କୁଲ ର ଶ୍ରେଣୀ ଗୃହରେ ଗ୍ରୀଷ୍ମପ୍ରବାହ ନେଇ ସଚେତନ କରାଯିବ। ଯାତ୍ରୀ ପରିବହନ ଯାନ ରେ ପିବା ପାଣି ଓ Ors ପାଉଡର ପ୍ୟାକେଟ ରଖାଯିବା ପାଇଁ ବ୍ୟବସ୍ଥା କରାଯିବ। ଗ୍ରୀଷ୍ମପ୍ରବାହ ବେଳେ ରାଜ୍ୟ ଓ ଜିଲ୍ଲା ସ୍ତରୀୟ କଣ୍ଟ୍ରୋଲ ରୁମ ୨୪ ଘଣ୍ଟା କାର୍ଯ୍ୟ କରିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି।

 

 

powered by social2s