ସମସ୍ତ ଘରୋଇ ହସ୍ପିଟାଲରେ କୋଭିଡ଼ ଟିକାକରଣ ପାଇଁ କରାଯିବ ବ୍ୟବସ୍ଥା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ବର: ଓଡ଼ିଶାର ସମସ୍ତ ଘରୋଇ ମେଡିକାଲରେ କୋଭିଡ଼ ଟିକାକରଣ ପାଇଁ ବ୍ୟବସ୍ଥା କରାଯିବ। ଏନେଇ ସବୁ ଜିଲ୍ଲାପାଳ ଓ ମୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। 

ପୂର୍ବରୁ BSKYରେ ପଞ୍ଜିକୃତ ମେଡିକାଲରେ ଟିକାକରଣ ପାଇଁ ଅନୁମତି ଦିଆଯାଇଥିଲା। 

ଉଦ୍ଦିଷ୍ଟ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଭିତ୍ତିଭୂମି ଅନୂଧ୍ୟାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ଟିକାକରଣ ନିମିତ୍ତ ଆବଶ୍ୟକ ସରଞ୍ଜାମ ଠିକ୍ ଅଛି କି ନାହିଁ ଦେଖିବାକୁ କୁହାଯାଇଛି। 

ଟିକାକରଣ ବେଳେ କୋଭିଡ଼ ଗାଇଡଲାଇନ ର ପାଳନକୁ ଗୁରୁତ୍ୱପୂର୍ଣ୍ଣ ଦିଆଯିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

 

powered by social2s