ବାଲିଅନ୍ତା ୪/୩: ରାଜ୍ଯରେ ୩୦ ବର୍ଷ ରୁ ଉର୍ଦ୍ଧ ଶିଶୁ ଅଧିକାର ପାଇଁ କାର୍ଯରତ ଅନ୍ଯତମ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ଦ୍ୱାରା ଆଡପ୍ସନସେଣ୍ଟ୍ରମ୍ ଓ ବାଲିଅନ୍ତା ବ୍ଲକ ପ୍ରଶାସନ ର ସହଯୋଗ ରେ ବାଲ୍ଯ ବିବାହ ଉପରେ ଏକ ବ୍ଲକସ୍ତରୀୟ କର୍ମଶାଳା ର ଆୟୋଜନ କରାଯାଇଥିଲା । ପିକକ୍ ର ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି ଏହି କର୍ମଶାଳା ର ଉଦ୍ଦେଶ୍ଯ ସମ୍ପର୍କ ରେ ସମସ୍ତଙ୍କୁ ଅବଗତ କରାଇଥିଲେ । ବାଲିଅନ୍ତା ବ୍ଲକ କୁ ବାଲ୍ଯ ବିବାହ ମୁକ୍ତ କରିବା ପାଇଁ ସମସ୍ତ ପଞ୍ଚାୟତ ପ୍ରତିନିଧି ମାନେ ନିଜ ସ୍ତରରେ ଉଦ୍ଯମ କରିବା ଓ ସମସ୍ତ ଙ୍କୁ ସଚେତନ କରିବା ଉଚିତ୍ ବୋଲି ନିଜର ମତ ରଖିଥିଲେ। ବାଲିଅନ୍ତା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଆଦିକନ୍ଦ ବେହେରା ଏହି କର୍ମଶାଳା କୁ ଉଦ୍ଘାଟନକରି କହିଥିଲେ ବାଲିଅନ୍ତା ବ୍ଲକରେ ହେଉଥିବା ସବୁ ପ୍ରକାର ବିବାହକୁ ପଞ୍ଜୀକରଣ କରିବା ହେଉଛି ଆମର ଲକ୍ଷ୍ଯ ଓ ବିବାହ ପଞ୍ଜୀକରଣ ମାଧ୍ଯମର ହିଁ ବାଲ୍ଯ ବିବାହ କୁ ରୋକାଯାଇ ପାରିବ । ପିକକ୍ ର କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି ଏହି କର୍ମଶାଳା ରେ ସ୍ୱାଗତ ଭାଷଣ ଦେଇଥିଲେ। ଏହି କର୍ମଶାଳାରେ ବରିଷ୍ଠ ଆଇନ ବିଶାରଦ ପ୍ରଫେସର ଡଃ ପ୍ରବିର କୁମାର ପଟ୍ଟନାୟକ ବାଲ୍ଯ ବିବାହ ଆଇନ ଓ ବିବାହ ପଞ୍ଜୀକରଣ ସମ୍ବନ୍ଧରେ ବିଷଦ ଭାବରେ ଆଲୋଚନା କରିଥିଲେ । ଓଡିଶା ହାଇକୋର୍ଟ ର ଆଇନିଜ୍ଞ ଡଃ ଗଙ୍ଗାଧର ବେହେରା ବିବାହ ପଞ୍ଜୀକରଣ ବ୍ଯବସ୍ଥା ଉପରେ ବିଶେଷ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ଉପସ୍ଥିତ ଅନ୍ଯ ପ୍ରତିନିଧି ମାନେ ମଧ୍ଯ ଏହା ଉପରେ ନିଜର ମତାମତ ରଖିଥିଲେ ଯେପରି ସଚେତନତା ସୃଷ୍ଟି, ପଲ୍ଲୀସଭା ଓ ଗ୍ରାମ ସଭାରେ ଏହି ବିଷୟ ଉପରେ ଆଲୋଚନା ଇତ୍ଯାଦି । ଏହି କାର୍ଯ୍ଯକ୍ରମ ରେ ୬୦ ରୁ ଉର୍ଦ୍ଧ୍ୱ ପ୍ରତିନିଧି ଯଥା ସରପଞ୍ଚ, ନାଏବ ସରପଞ୍ଚ, ଅଙ୍ଗନବାଡି ର କର୍ମକତା, ପଞ୍ଚାୟତ ପ୍ରତିନିଧି, ମହିଳା ଗୃପ୍ ର ସଦସ୍ଯା ଭାଗ ନେଇଥିଲେ । ଶେଷରେ ପିକକ୍ ର ବ୍ଲକ ସଂଯୋଜିକା ଉପମା ମହାନ୍ତି ଧନ୍ଯବାଦ ଦେଇଥିଲେ। ପିକକ୍ ର ଦେବାଶିଷ ମହାପାତ୍ର, ବିଷ୍ଣୁପ୍ରିୟା ମହାପାତ୍ର ଓ ଡଃ ସୁମିତ୍ରା ମହାନ୍ତି ପ୍ରମୁଖ ଏହି କାର୍ଯକ୍ରମ ର ପରିଚାଳନା କରିଥିଲେ।
ବାଲ୍ଯ ବିବାହ ଉପରେ ବ୍ଲକସ୍ତରୀୟ କର୍ମଶାଳା ଆୟୋଜିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

