ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୫ ତମ ଜୟନ୍ତୀ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଉପଲକ୍ଷେ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। 

ରାଲି ଟି କଟକ ଆନନ୍ଦ ଭବନରୁ ବାହାରି ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ପହଞ୍ଚିଥିଲା। ପରେ  ଏୟାରପୋର୍ଟ  ପାଖରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। 

ଏହି ସାଇକେଲ ଶୋଭାଯାତ୍ରାରେ ମନ୍ତ୍ରୀ, ବିଧାୟକ, ସାଂସଦ, ଦଳୀୟ କର୍ମୀ ତଥା ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। 

ବିଜୁବାବୁଙ୍କ ଜୟନ୍ତୀକୁ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ଭାବେ ପାଳନ କରୁଥିଵାରୁ ଆଜି ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିଛି।

 

powered by social2s