ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ସମାରୋହ ଆଜି ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।
ଦଳୀୟ ନେତା ଓ କର୍ମୀ ମାନଙ୍କୁ ସମ୍ବୋଧନ କରି ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଯେ ସେବା ଓ ସ୍ୱାଭିମାନ ଥିଲା ବିଜୁ ବାବୁଙ୍କ ଆଦର୍ଶ।
ଆସନ୍ତୁ ୪କୋଟି ଓଡିଆ ଶପଥ ନେବା ଓ ଓଡ଼ିଶାର ସ୍ୱାଭିମାନ ପାଇଁ ଲଢେଇ ଜାରି ରଖିବା।
ରାଜ୍ୟର ବିକାଶ ପାଇଁ ସମ୍ମିଳିତ ଶପଥ ନେବା ଆବଶ୍ୟକ।
ବିଜୁ ବାବୁଙ୍କ ନୀତି ଓ ଆଦର୍ଶ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ପ୍ରତିଫଳିତ ବୋଲି ସେ କହିଛନ୍ତି।
ନବୀନ କହିଛନ୍ତି ଯେ ଗାଁର ବିକାଶ ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର।।
ଏହି ଅବସରରେ ଏକ ସାଇକେଲ ଶୋଭାଯାତ୍ରା କଟକ ଆନନ୍ଦ ଭବନରୁ ବାହାରି ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ପହଞ୍ଚିଥିଲା।
ଶୋଭାଯାତ୍ରାରେ ମନ୍ତ୍ରୀ, ବିଧାୟକ, ସାସଂଦ, ଦଳୀୟ କର୍ମୀ ତଥା ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ।
ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ କୁ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ରୂପେ ପାଳନ କରୁଛନ୍ତି।
ସେବା ଓ ସ୍ୱାଭିମାନ ଥିଲା ବିଜୁବାବୁଙ୍କ ଆଦର୍ଶ: ଓଡିଶା ମୁଖ୍ୟମନ୍ତ୍ରୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

