ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସ୍ୱତନ୍ତ୍ର ଭିଡିଓ ଲୋକାର୍ପଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ନାରୀ ଏବେ ଆଉ ଅସୂର୍ଯ୍ୟଂପଶ୍ୟା, ଅବଳା-ଦୁର୍ବଳା ହୋଇ ରହିନାହିଁ । ଏରୁଣ୍ଡି ବନ୍ଧ ଡେଇଁ ସମାଜର ପ୍ରତିଟି କ୍ଷେତ୍ରରେ ନିଜର ଉତ୍କର୍ଷତାକୁ ପ୍ରମାଣିତ କଲାଣି। ପରିବାରଠୁ ଆରମ୍ଭ କରି ପେଷା ପର୍ଯ୍ୟନ୍ତ, ସମୟ ସହ ତାଳଦେଇ ନାରୀ ନିଜ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛିି। ତା’ସତ୍ତ୍ୱେ ବି ତା’ର ନାରୀପଣର ମୌଳିକତାରେ ମଳିନତା ଆଣିବାକୁ ଦେଇନି ଓ ସର୍ବଂସହାର ସାର୍ଥକତାକୁ ପ୍ରତିପାଦନ କରିଛି। ସ୍ୱାମୀ-ସନ୍ତାନ-ସଂସାରକୁ ସମୟ ଦେଉଛି, ମନଭରି ଗଢ଼ୁଛି ସାଂସାରିକ ପରିବେଶକୁ। 

 

ରାଜ୍ୟର ଏଭଳି କିଛି ଆଦର୍ଶସ୍ଥାନୀୟା ଓ ସ୍ୱାବଲମ୍ବୀ ମହିଳାଙ୍କର ସନ୍ଦେଶକୁ ଧରି ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ୫ମିନିଟ୍ ୧୪ ସେକେଣ୍ଡର ଏକ ସ୍ୱତନ୍ତ୍ର ଭିଡିଓକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ପ୍ରସ୍ତୁତ କରିଛନ୍ତି । ଏହି ଭିଡିଓରେ ଥିବା ‘ଜୟ ଜାଗୃତି, ନାରୀ ଜାଗୃତି ଜୟ... ଗୀତକୁ ଉଭୟ ଶ୍ରମତୀ ମିଶ୍ର ଓ ଶ୍ରୀମତୀ ଧଳ କଣ୍ଠଦାନ କରିଛନ୍ତି ।

 

ଏହି ଭିଡ଼ିଓ ପ୍ରସ୍ତୁତିରେ ବିଶିଷ୍ଟ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ସରୋଜିନୀ ଷଡ଼ଙ୍ଗୀ, ସାହିତ୍ୟିକା ଡକ୍ଟର ସୁଲୋଚନା ଦାସ, ଆରକ୍ଷୀ ଅଧିକାରୀ ବନିତା ମହାରଣା, ସାମ୍ବାଦିକା ପଲ୍ଲବୀ ହୋତା, ସିନେ ତାରକା, ମିଶନ ଶକ୍ତି ମା’ମାନେ ଓ କଳାକାରମାନେ ସହଯୋଗ କରିଛନ୍ତି । ଏହି ଗୀତକୁ ଗୀତିକାର ଚନ୍ଦ୍ରଭାନୁ କର ସ୍ୱର ଦେଇଥିବାବେଳେ ଭିଡ଼ିଓରେ ନୃତ୍ୟ ସଂଯୋଜନା ଗୁରୁ ଗୌରୀଶଙ୍କର ଓ ଚିତ୍ର ଉତ୍ତୋଳନ ଗୋପାଳକୃଷ୍ଣ ସାହୁ ଏବଂ ନିର୍ଦ୍ଦେଶନା ଅମ୍ବିକା ପ୍ରସାଦ ମହାନ୍ତି ଦେଇଛନ୍ତି ।ସମାଜ ରେ ନାରୀମାନେ ଆଗକୁ ଆସିବା ପାଇଁ  ଶ୍ରୀମୟୀ ମିଶ୍ର ଏବଂ ଜୟଶ୍ରୀ ଧଳ ଙ୍କ ଏହି ପଦକ୍ଷେପ  ନିଶ୍ଚିତ ସ୍ଵାଗତ ଯୋଗ୍ୟ।।

 

 

powered by social2s