ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ମହାପ୍ରଭୁଙ୍କ ଜମାଲାଗି ବେଶ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣକୁ ସମସ୍ତଙ୍କ ମନରେ ଉଦଜୀବିତ କରିବା ଓ ମହାପ୍ରଭୁଙ୍କ ସଂସ୍କୃତି ଆମ ସଂସ୍କୃତି କୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ମାର୍ଚ୍ଚ ତା ୭.୩.୨୧ ସନ୍ଧ୍ୟା ୬ ଟା ରେ ଭୁବନେଶ୍ୱର  ବିଷ୍ଣୁ ମନ୍ଦିର ଶହୀଦନଗର ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜାମାଲାଗି ବେଶ, ଭଜନ ଓ ୧୬୩ ତମ କଥାମୃତ କାର୍ଯ୍ୟକ୍ରମ କରାଯାଇଛି।

ସ୍ୱଳ୍ପ ଶୀତ ରେ ମହାପ୍ରଭୁଙ୍କ ଜାମାଲାଗି ବେଶ: ଶୀତର  ଆସିଲେ ଲୋକ ଯେପରି ମୋଟା କମ୍ବଳ, ସ୍ବେଟର ବ୍ୟବହାର ନ କରି ପତଳା ଚାଦର ଓ ଜାମା ପରିଧାନ କରିଥାନ୍ତି, ଠିକ ସେହିପରି ରତ୍ନସିଂହାସନସ୍ଥ ଶ୍ରୀଜୀଉ (ବସନ୍ତ ପଞ୍ଚମୀ ଠାରୁ ଫଗୁ ଦଶମୀ) ମଧ୍ୟରେ ଜାମା ପରିଧାନ କରିଥାନ୍ତି। 

 

କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ପରିଷଦର ଆଜୀବନ ସଦସ୍ୟ_/ସିଲା. ଜଗନ୍ନାଥ ରାଓଙ୍କ ଗତ ୬.୩.୨୦୨୧ ଦିନ ବିୟୋଗ ଘଟିଥିବାରୁ ତାଙ୍କର ଆତ୍ମାର ସଦଗତି ନିମନ୍ତେ ୧ ମିନିଟ ର ନିରବ ପ୍ରାଥନା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା, ମହାପ୍ରଭୁ ତାଙ୍କର ପରିବାରକୁ ଏହି କଠିନ ପରିସ୍ଥିତିରୁ ମୁକୁଳିବା ନିମନ୍ତେ ଶକ୍ତି ଓ ସାମର୍ଥ୍ୟ ଦେବାକୁ କାମନା କରାଯାଇଥିଲା।

 

ଭଜନ କାର୍ଯକ୍ରମକୁ ଶ୍ରୀ ପ୍ରଶାନ୍ତ ବେହେରା, ଦାମୋଦର ସେନାପତି ଓ ବିପିନ ସ୍ୱାଇଁ ପରିଚାଳନା କରିଥିଲେ। ପଣ୍ଡିତ କାଶୀନାଥ ମିଶ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜାମାଲାଗି ବେଶ ଓ ତାଙ୍କର ବିଭିନ୍ନ ଲୀଳା ମାହାତ୍ମ୍ୟ ସମସ୍ତଙ୍କୁ ଅବଗତ କରାଇଥିଲେ।

ଉପଦେଷ୍ଟା ରବିନାରାୟଣ ମିଶ୍ର, ସମ୍ପାଦକ ଶ୍ରୀ ନାରାୟଣ ମହାପାତ୍ର, ଉପ ସଭାପତି ରବିନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ଅଜୟ ହରିଚନ୍ଦନ, କୋଷାଧ୍ୟକ୍ଷ ଶ୍ରୀ ଅଖିଳ କୁମାର ସାହୁ, ଲଲିତ ମୋହନ ପଣ୍ଡା, ଗିରିଜା ଶଙ୍କର ମହାପାତ୍ର, ରମାକାନ୍ତ ମିଶ୍ର, ଏ କାମେଶ୍ଵର ରାଓ, ଶ୍ରୀନିବାସ ରାଓ, ବାବାଜୀ ବିଶ୍ଵାଳ, ମଧୁମାଧବ ଜେନା, ବଂଶୀଧର ନାୟକ, ହରପ୍ରିୟା ବେହେରା, ରବୀନ୍ଦ୍ରରାଉତ, ମଧୁସ୍ମିତା ବିଶ୍ଵାଳ,ଅଚୂତ ବେହେରା, ଅକ୍ଷୟ ଉପାଧ୍ୟାୟ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଓ ପରିଷଦର ବହୁ ସଦସ୍ୟ ଓ ସଦସ୍ୟା  ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

 

 

powered by social2s