ପିକକ୍‍ ପକ୍ଷରୁ ବେଣୁପୁର ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ବାଲିଅନ୍ତା ୮/୩: ନାରୀ ସକଳ ଶକ୍ତିର ଆଧାର । ନାରୀ ଭିତରେ ରହିଛି ଅସିମ ଶକ୍ତି ଓ ବିଭିନ୍ନ କ୍ଷେତ୍ରରେ ବହୁ ମହିଳା ପାରଦର୍ଶିତା ପ୍ରଦର୍ଶନ କରିବାସହ ଦକ୍ଷତା ର ପ୍ରତିପାଦନ କରିପାରିଛନ୍ତି। ସମାଜ ର ବିକାଶ ରେ ନାରୀ ମାନଙ୍କ ର ସକ୍ରିୟ ଭାଗିଦାରୀତା ଓ ନେତୃତ୍ୱ ଅତ୍ଯନ୍ତ ଗୁରୁତ୍ୱପୁର୍ଣ୍ଣ ବୋଲି ବାଲିଅନ୍ତା ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ ଆୟୋଜିତ ହୋଇଥିବା ସଭାରେ ଯୋଗଦେଇ ବିଶିଷ୍ଟ ବକ୍ତା ମାନେ ମତ ଦେଇଥିଲେ । ଏହି କାର୍ଯ୍ଯକ୍ରମର ଆୟୋଜନ ରାଜ୍ଯର ଅନ୍ଯତମ ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ପିପୁଲସ୍‍ କଲଚରାଲ୍‍ ସେଣ୍ଟର (ପିକକ୍‍) ଦ୍ୱାରା ରୋଟାରି କ୍ଳବ ୟୁନିକ୍‍, ବାଲିଅନ୍ତା ବ୍ଲକ ପ୍ରଶାସନ ଓ ଇଡିଜିଏଚ୍ ର ସହାୟତା ରେ ବାଲିଅନ୍ତା ବ୍ଲକର ବେଣୁପୁର ଗ୍ରାମ ପଂଚାୟତର କଲ୍ଯାଣ ମଣ୍ଡପ ଠାରେ ଆୟୋଜନ କରାଯାଇଥିଲା । ପିକକ୍‍ ର ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି ଏହି ସଭାରେ ସ୍ୱାଗତ ଭାଷଣ ଦେଇ ସମସ୍ତ ଙ୍କୁ ମହିଳା ଦିବସ ର ଶୁଭେଛା ଜଣାଇଥିଲେ । ପିକକ୍‍ ର ଅଧ୍ଯକ୍ଷା ଶ୍ରୀମତୀ ମିନାକ୍ଷୀ ପଣ୍ଡା ମଧ୍ଯ ଏହି ସଭାକୁ ସମ୍ବୋଧିତ କରିଥିଲେ । ବାଲିଅନ୍ତା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଆଦିକନ୍ଦ ବେହେରା ଏହି କାର୍ଯ୍ଯକ୍ରମ ର ଉଦ୍‍ଘାଟନ କରିଥିଲେ । ଏହି ସଭାରେ ଅନ୍ଯ ଅତିଥି ମାନେ ଥିଲେ ଭୁବନେଶ୍ୱର ଦୁରଦର୍ଶନ ର ପୁର୍ବତନ ନିର୍ଦ୍ଦେଶିକା ଶ୍ରୀମତୀ ଜୟନ୍ତୀ ମଞ୍ଜରୀ ରଥ, ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ବିଇଓ, ବାଲିଅନ୍ତା, ଶ୍ରୀଯୁକ୍ତ ପ୍ରଦିପ୍ତ କୁମାର ସାହୁ, ଆଇଆଇସି, ବାଲିଅନ୍ତା ଥାନା,  ଶ୍ରୀମତୀ ଅରୁନ୍ଧତୀ ସାହୁ, ଜିଲ୍ଲା ପରିଷଦ ସଦସ୍ଯା, ଶ୍ରୀମତୀ ଲିଲିମା ସେଠୀ, ବିଏଲସି, ଓଏଲଏମ୍ ଓ ଶ୍ରୀମତୀ ରଶ୍ମୀତା ପାତ୍ର ସରପଞ୍ଚ, ବେଣୁପୁରୁ । ପିକକ୍‍ ର କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି ଏହି କାର୍ଯ୍ଯକ୍ରମ ର ସଂଯୋଜନା କରିଥିଲେ ।

 ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ବାଲିଅନ୍ତା ବ୍ଲକ ର ବହୁ ମହିଳା ଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇ ଥିଲା । ସେମାନେ ହେଲେ ଶ୍ରୀମତୀ ରଶ୍ମିତା ପାତ୍ର, ସରପଞ୍ଚ ବେଣୁପୁର; ଶ୍ରୀମତୀ ମାମିନା ଓଝା, ସହକାରୀ ଶିକ୍ଷକ, ନୂଆପାଟଣା ପ୍ରାଥମିକ ବିଦ୍ୟାଳୟ, ପ୍ରତାପଶାସନ; ଶ୍ରୀମତୀ ସୁଜାତା କରଣ, ଆଶା କର୍ମୀ, ବ୍ରାହ୍ମଣଷଢଙ୍ଗି, ବେଣ୍ଟପୁର, ବାଲିଅନ୍ତା; ଶ୍ରୀମତୀ ବିନୋଦିନୀ ପ୍ରଧାନ, ସୁପରଭାଇଜର, ଆଇସିଡ଼ିଏସ, ବାଲିଅନ୍ତା;  ଭିଙ୍ଗାରପୁର ପଂଚାୟତ ମହିଳା ମହାସଂଘ,  ର ସଭାନେତ୍ରୀ ଝିନାରାଣୀ ପୃଷ୍ଟ, ସମ୍ପାଦିକା ବିଦୁଲତା ବାରିକ  ଓ ଏମ୍‍ବିକେ  ରୋଜାଲିନ୍‍ ସାହୁ । ଏହି କାର୍ଯ୍ଯକ୍ରମ ରେ ବାଲିଅନ୍ତା ବ୍ଲକର ୨୦୦ ରୁ ଅଧିକ ମହିଳା ଯୋଗ ଦେଇଥିଲେ । ସେମାନଙ୍କ ମଧ୍ଯରେ ଥିଲେ ମହିଳା ପଞ୍ଚାୟତ ପ୍ରତିନିଧି, ମହିଳା ଏସଏଚଜି ଗୃପ ର ସଦସ୍ଯା, ମହିଳା ସାମୁଖ୍ଯ ର ସଦସ୍ଯା ପ୍ରମୁଖ ।  ସର୍ବଶେଷରେ ପିକକ୍‍ ର ବ୍ଲକ ସଂଯୋଜିକା ଉପମା ମହାନ୍ତି ଧନ୍ଯବାଦ ଅର୍ପଣ କରିଥିଲେ।  ପିକକ୍‍ ର ଦେବାଶିଷ ମହାପାତ୍ର, ବିଷ୍ନୁପ୍ରିୟା ମହାପାତ୍ର ପ୍ରମୁଖ ଏହି କାର୍ଯ୍ଯକ୍ରମ ର ପରିଚାଳନା କରିଥିଲେ ।

 

 

powered by social2s