ଡବ୍ଲୁଏଚ୍ଆରସି ପକ୍ଷରୁ ଭୁବନେଶ୍ୱର ବିର୍ସାମୁଣ୍ଡା ବସ୍ତିରେ ମହିଳା ଦିବସ ଓ ସ୍ୱଛତା କିଟ ବଣ୍ଟନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଗତକାଲି ବିଶ୍ୱ ମହିଳା ଦିବସ ଅବସରରେ ୱାଲର୍ଡ ହ୍ୟୁମାନ ରାଇଟ୍ସ କମିଶନ( ଡବ୍ଲୁଏଚ୍ଆରସି) ପକ୍ଷରୁ ବିର୍ସାମୁଣ୍ଡା ବସ୍ତିରେ ଶତାଧିକ ମହିଳାଙ୍କୁ ଏକତ୍ରିତ କରାଯାଇ ମହିଳାଙ୍କ ଅଧିକାର ସମ୍ପର୍କିତ ଏକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା । ଡବ୍ଲୁଏଚ୍ଆରସିର ଓଡିଶା ଶାଖା ସଭାପତି
ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବତନ କର୍ପୋରେଟର ଶାସ୍ୱତୀ ମିଶ୍ର ଯୋଗଦେଇ ବିଶ୍ୱର ସର୍ବଶ୍ରେଷ୍ଟ ଶକ୍ତି ହେଉଛି ମହିଳା ଶକ୍ତି ବୋଲି କହିଥିଲେ ।

ଆଦିମ କାଳରୁ ସମାଜରେ ବ୍ୟକ୍ତିଗତ ଏବଂ ସାମୂହିକ ବିକାଶର ଅନ୍ତରାଳରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ତେଣୁ ଆମ ସମାଜରେ ମହିଳ।ମାନଙ୍କୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଥାଏ । ସମାଜରେ ଲୁଚି ରହିଥିବା କୁ ସଂସ୍କାର ଓ କୁ ପ୍ରଥା ମହିଳାଙ୍କ ବିକାଶର ପ୍ରମୁଖ ପ୍ରାଚିର ଭାବେ ଠିଆ ହୋଇଛି । ଏକ ସମ୍ମିଳିତ ପ୍ରୟାସ ମାଧ୍ୟମରେ ଏହାର ମୁଳତ୍ପାଟନ କରିବାକୁ ସେ ମହିଳାମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଡବ୍ଲୁଏଚ୍ଆରସି ପକ୍ଷରୁ ମହିାଳାଙ୍କ ଅଧିକାର ସମ୍ପର୍କିତ ଏକ ସଚେତନତା ଶିବିର
ଅନୁଷ୍ଠିତ ହୋଇଥିଲା ଏଥିରେ ବସ୍ତିର ବହୁ ମହିଳା ଭାଗ ନେଇ ନିଜ ମତ ପ୍ରଦାନ କରିଥିଲେ। ପରିଶେଷରେ ଡବ୍ଲୁଏଚ୍ଆରସି ଓ ଟ୍ରୀନିଟି ହସ୍ପିଟାଲ୍ର ମିଳିତ ସହଯୋଗରେ ବସ୍ତିରେ ମହିଳା ଦିବସ ଅବସରରେ କେକ୍ କଟାଯାଇ ମହିଳାମାନଙ୍କୁ ସାନିଟାରି କିଟ୍ ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଡବ୍ଲୁଏଚ୍ଆରସିର ସମ୍ପାଦକ ଊମାନାଥ ମିଶ୍ର, ପ୍ରୋଜେକ୍ଟ ଆଡମିନଷ୍ଟ୍ରେଟର ଲଳିତ ମୋହନ ପଣ୍ଡା ଓ ସସାଧାରଣ ସମ୍ପାଦକ ନିରୋଦ ବରଣ ମହାପାତ୍ର ଓ ଭିକେ କୁମାର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

powered by social2s