ବାରିପଦା: ଆଜି ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି ଭଞ୍ଜସେନା।
ସିମିଳିପାଳ ଜଙ୍ଗଲରେ ନିଆଁ ଲାଗିଥିବା ପ୍ରତିବାଦରେ ୯ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି।
ଜିଲ୍ଲାର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି।
ସେନାର କର୍ମକର୍ତ୍ତାଙ୍କ ଦ୍ୱାରା କରାଯାଇଥିବା ରାସ୍ତା ରୋକ ଯୋଗୁଁ ଗାଡି ଚଳାଚଳ ପ୍ରଭାବିତ ହୋଇଛି।
ଜିଲ୍ଲାରେ ଦୋକାନ, ବଜାର, ଅଫିସ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।
ସୂଚନାଯୋଗ୍ୟ ସିମିଳିପାଳ ଉତ୍ତର ଜୋନରେ ୯୩ ସ୍ଥାନରେ ନିଆଁ ଲାଗିଛି।
powered by social2s

