ପୁରୀ: ପୁରୀ ଜିଲ୍ଲା ପ୍ରଶାସନର ମୋ ଧର୍ମ ମୋ ଗର୍ବ ଅଭିଯାନରେ ଆଜି ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସକାଳ ୬.୩୦ ରୁ ଆରମ୍ଭ ହୋଇ ୮.୩୦ ପର୍ଯ୍ୟନ୍ତ ଚାଲିଥିଲା ବଡ଼ଦାଣ୍ଡ ସେବା।
ପୁରୀ ସହର ଓ ବଡ଼ଦାଣ୍ଡ କୁ ସଫାସୁତୁରା ରଖିବା ପାଇଁ ପ୍ରତି ଶନିବାର ବଡ଼ଦାଣ୍ଡ ସେବା କରାଯିବ। ଆଜିର କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ପର୍ଯ୍ୟଟକ ଓ ପୁରୀବାସୀ ସାମିଲ ହୋଇଥିଲେ। ମରିଚିକୋଟ ଛକରୁ ମାର୍କେଟ ଛକ, ମାର୍କେଟ ଛକରୁ ହସ୍ପିଟାଲ ଛକ ଯାଏଁ ସଫେଇ କରାଯାଇଥିଲା। ହସ୍ପିଟାଲ ଛକରୁ ବଡ଼ଶଙ୍ଖ, ବଡ଼ଶଙ୍ଖ ରୁ ଗୁଣ୍ଡିଚା ମନ୍ଦିର ଯାଏଁ ହୋଇଥିଲା ବଡ଼ଦାଣ୍ଡ ସେବା।
powered by social2s

