ଓଡିଶା ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ପୁରୀ ଜିଲ୍ଲା ସ୍କୁଲ ଗସ୍ତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ପୁରୀ: ଓଡିଶା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ଅଚାନକ ପୁରୀ ଜିଲ୍ଲା ସ୍କୁଲ ପରିଦର୍ଶନ କରିଛନ୍ତି।

 

ଶିକ୍ଷାଦାନ ପ୍ରସଙ୍ଗରେ ପିଲାମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି। ସ୍କୁଲରେ BSE ପ୍ରଣାଳୀରେ ପରୀକ୍ଷା ହେଉନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

 

ବିନା ଅନୁମତିରେ ଅନୁପସ୍ଥିତ ଥିବା ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିନା ଅନୁମତି ରେ ଅନୁପସ୍ଥିତ ଥିବା ଶିକ୍ଷକ/ଶିକ୍ଷୟତ୍ରୀଙ୍କର ଦିନକର ଦରମା କଟାଯିବ କହିଛନ୍ତି।

 

powered by social2s