ଭୁବନେଶ୍ୱର: ମଣ୍ଡିରୁ ଧାନ ଉଠିବା ପ୍ରସଙ୍ଗ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇ ଗତ ୬ ଦିନ ଧରି ବିଧାନସଭା ମୁଲତବୀ ରହିବା ପରେ ଆଜି ଏକ ନୂଆ ଘଟଣା ଦେଖିବାକୁ ମିଳିଛି।
ବାରମ୍ବାର ଗୃହ ମୁଲତବୀ ରହିବା କାରଣରୁ ଗୃହକୁ ଆଗକୁ ବଢ଼ାଇବା ପାଇଁ ବିଜେପି ବିଧାୟକମାନେ ନବୀନ ନିବାସ ଘେରାଉ କରିଥିଲେ। ପରେ ବିଜେଡିର ନେତାମାନେ ସେମାନଙ୍କୁ ଶଂଙ୍ଖ ଧ୍ୱନି ତଥା ଚନ୍ଦନ ସିନ୍ଦୂର ଦେଇ ନବୀନ ନିବାସକୁ ସ୍ୱାଗତ କରିଥିଲେ। କିନ୍ତୁ ନିବାସର ମୂଖ୍ୟ ଫାଟକ ବନ୍ଦ ରହିଥିବା କାରଣରୁ ବିଜେପି ବିଧାୟକମାନେ ବାହାରେ ବସିରହିଥିଲେ।
ଶେଷରେ ନବୀନ ପଟ୍ଟନାୟକ ନିଜେ ଆସି ବିଧାୟକମାନଙ୍କୁ ଭିତରକୁ ଡାକି ଆଲୋଚନା ପାଇଁ ନେଇଥିଲେ।
powered by social2s

