କାଲିଠୁ ୨ଦିନ ଯାଏ ଓଡିଶାରେ ବର୍ଷା ସହ ବଜ୍ରପାତ ଆଶଙ୍କା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: କାଲିଠୁ ୨ଦିନ ଯାଏ ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

ଆସନ୍ତା କାଲି ପାଇଁ ୮ଜିଲ୍ଲାକୁ ୟେଲୋ ୱର୍ନିଙ୍ଗ ଜାରି କରାଯାଇଛି। 

ସୁନ୍ଦରଗଡ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଝାଡସୁଗୁଡା, ସମ୍ବଲପୁର, ବୌଦ୍ଧ ଓ ମୟୂରଭଞ୍ଜ। ଏହି ସବୁ ଜିଲ୍ଲା ଗୁଡିକରେ ବଜ୍ରପାତ ହେବାର ସମ୍ଭାବନା ରହିଛି। 

ସେହିଭଳି ମାର୍ଚ୍ଚ ୨୦ ତାରିଖ ପାଇଁ ରାଜ୍ୟର ୬ ଜିଲ୍ଲାକୁ ୟେଲୋ ୱର୍ନିଙ୍ଗ ଦିଆଯାଇଛି।

୬ ଜିଲ୍ଲା- କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା ଓ ଯାଜପୁର ରେ ବର୍ଷା ସହ ବଜ୍ରପାତର ଆଶଂକା ମଧ୍ୟ ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

powered by social2s