ସରକାରୀ ବିମା କମ୍ପାନୀ ଗୁଡ଼ିକର ଘରୋଇକରଣ ପ୍ରତିବାଦ ଓ ବିଭିନ୍ନ ବକେୟା ଦାବିରେ ଦେଶବ୍ୟାପି ହରତାଳ ଏଵଂ ପ୍ରଦର୍ଶନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ବ୍ୟାଙ୍କ କର୍ମଚାରୀଙ୍କ ହରତାଳ ପରେ ଏବେ ବୀମା କମ୍ପାନୀ ମାନଙ୍କରେ କାର୍ଯ୍ୟରତ କର୍ମଚାରୀ ସଂଗଠନ ସବୁ ଗତ ବୁଧବାର ଦିନ ଦେଶବ୍ୟାପି କାର୍ଯ୍ୟବନ୍ଦ ହରତାଳ ସହିତ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିଛନ୍ତି ଏଵଂ ସେମାନଙ୍କର ବିଭିନ୍ନ ବକେୟା ଦାବି ଗୁଡ଼ିକର ଯଥାଶୀଘ୍ର ସମାଧାନ ପାଇଁ ଆନ୍ଦୋଳନ କୁ ଆହୁରି ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି।

ଜେନେରାଲ ଇନ୍ସୁରାନ୍ସ କର୍ମଚାରୀ ସଙ୍ଗଠନ ସବୁ ଯୌଥ ମଞ୍ଚ ରେ ଏକତ୍ର ହୋଇ ବହୁତ ଦିନରୁ ବାକି ଥିବା ନିଜର ଦାବି ଗୁଡ଼ିକ ଯେମିତି କି;

(୧) ଘରୋଇକରଣ ପ୍ରସ୍ତାବ ତୁରନ୍ତ ବନ୍ଦ କରିବା,

(୨) ବହୁତ ଦିନରୁ ବକେୟା ବେତନ ସଂଶୋଧନ ପାଇଁ ତୁରନ୍ତ ପଦକ୍ଷେପ ନେବା,

(୩) ୧୯୯୫ ପେନସନ ଯୋଜନା ସମସ୍ତଙ୍କ ପାଇଁ ଲାଗୁ କରିବା,

(୪) ୩୦ ପ୍ରତିଶତ ଫାମିଲି ପେନସନ ଲାଗୁ କରିବା,

(୫) NPS ku ଉଚ୍ଛେଦ କରିବା ଏବଂ ଉଚ୍ଛେଦ ନହେବା ଯାଏଁ ୧୪ ପ୍ରତିଶତ କୁ ବୃଦ୍ଧି କରିବା।

 

ଏହି ସବୁ ଦାବି ଗୁଡ଼ିକର ଯଥାଶୀଘ୍ର ସମାଧାନ ଏବଂ ସରକାର ଙ୍କ କାଳକ୍ଷେପଣ ନୀତି ବିରୁଦ୍ଧରେ ହରତାଳ ଓ ପ୍ରଦର୍ଶନ କରିଥିଲେ। ଏହି ଅବସର ରେ OCHC କମ୍ପ୍ଲେକ୍ସ, ଜନପଥ ପରିସରରେ ୪ ଟି ସରକାରୀ ବୀମା କମ୍ପାନୀ, ୟୁନାଇଟେଡ ଇଣ୍ଡିଆ ଇଁସୁରାନ୍ସ, ନ୍ୟୁ ଇଣ୍ଡିଆ ଇଁସୁରାନ୍ସ , ନେସନାଲ ଇଁସୁରାନ୍ସ ଏଵଂ ଓରିଏଣ୍ଟାଲ ଇଁସୁରାନ୍ସ କମ୍ପାନୀ ଗୁଡ଼ିକର କର୍ମଚାରୀ ସଂଗଠନ ସମୂହର ପ୍ରତିନିଧିତ୍ଵ କରୁଥିବା ଦୁଷ୍ମନ୍ତ ଦାସ, ଶ୍ୟାସୁନ୍ଦର ମହାପାତ୍ର, ନୀରଦ କାନ୍ତି ଦୀକ୍ଷିତ୍, କବି ଚନ୍ଦ୍ର ଦାସ, ବାମଦେବ ମିଶ୍ର, ରବି ନାରାୟଣ ବାରିକ୍ ନିଜ ନିଜ ମନ୍ତବ୍ୟ ରଖି ଆନ୍ଦୋଳନ କୁ ଆହୁରି ତୀବ୍ର କରିବା ପାଇଁ କର୍ମଚାରୀ ମାନଙ୍କୁ ଆହ୍ବାନ ଦେଇଥିଲେ।

 

powered by social2s