ନୟାଗଡ: ନୟାଗଡ଼ ଜିଲ୍ଲା ଶରଣକୁଳ ଜଗନ୍ନାଥପୁର ରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକା ହେବା ଫଳରେ ତିନି ଜଣ ଙ୍କର ମୃତ୍ୟୁ ଘଟିଛି ଏବଂ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ କୃଷ୍ଣଚନ୍ଦ୍ର ନାୟକ ଙ୍କର ମୃତ୍ୟୁ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୁନା ନାୟକ ଙ୍କର ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ଶ୍ୟାମସୁନ୍ଦର ସେଠୀଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ହେଲେ ସେଠି ତାଙ୍କର ମୃତ୍ୟ ହୋଇଥିଲା। ଅନ୍ୟ ଦୁଇଜଣ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି।
powered by social2s

