ଭଦ୍ରକ: ଭଦ୍ରକ ଜିଲ୍ଲା ଚରମ୍ପା ନିକଟ ବେଲମାଳ ଗାଁ ରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ ଟି ପରିବାର ର ୧୦ ବଖରା ପୋଡି ପାଉଁଶ ହୋଇଯାଇଛି। ସର୍ଟ ସର୍କିଟ ଯୋଗୁଁ ଏହି ଘଟଣା ଟି ଘଟିଛି। ନିଆଁ ଲାଗିଥିବା ଦେଖି ପରିବାର ଲୋକେ ଜୀବନବିକଳରେ ବାହାରକୁ ପଳାଇଥିଲେ। ଖବର ପାଇ ଦମକଳ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ ହେଲେ ଗୌରହରି ବେହେରା , ପ୍ରହ୍ଲାଦ ବେହେରା, ନିର୍ମଳ ବେହେରା ଓ ଦିନେଶ ବେହେରା ଙ୍କର ଧାନ ଚାଉଳ ଓ ଆସବାବପତ୍ର ସେତେବେଳକୁ ଜଳିସାରିଥିଲା। ପରିବାର ଲୋକେ ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।
powered by social2s

