ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ରେ ଓଡିଶା ସରକାର ଗତ ଜୁନ ମାସରେ ଲାଗୁ ହୋଇଥିବା କଟକଣା କୁ ପୁନଃ ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗାଇଡ଼ଲାଇନ ଅନୁଯାୟୀ ଅଫିସ ର କର୍ମଚାରୀ ମାନେ ନିୟମିତ ୨୦ ସେକେଣ୍ଡରେ ହାତ ଧୋଇବାକୁ ନିର୍ଦ୍ଦେଶ ରହିଛି। ଅଫିସିଆଲ ମିଟିଂ ପାଇଁ ଭିଡ଼ିଓ କନଫରେନସିଂ କୁ ଗୁରୁତ୍ୱ ଦିଆଯିବ। ଯଦି ବୈଠକ ଜରୁରୀ ପଡେ କର୍ମଚାରୀ ଙ୍କର ମଧ୍ୟରେ ୨ ମିଟର ଦୂରତା ବାଧ୍ୟତାମୂଳକ। ଅଫିସ ର ସବୁ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ନିୟମିତ ବ୍ୟବଧାନରେ ଅଫିସ କୁ ସାନିଟାଇଜ କରାଯିବ।
powered by social2s

