ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ସମ୍ବିତ ଜ୍ୟୋତି ପେଟ୍ରୋଲ ପମ୍ପ ନିକଟରେ କାର ଓ ଟ୍ରକ ଧକ୍କାରେ ପାଞ୍ଚ ଜଣ ଯୁବକ ଆହତ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ ବାଲେଶ୍ଵରରୁ ଭୁବନେଶ୍ୱରକୁ ଯାଉଥିବା ଏକ ସ୍ୱିଫ୍ଟ କାରଟି ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା। ଯାହାଫଳରେ ପାଞ୍ଚ ଜଣ ଯୁବକ ଆହତ ହୋଇଛନ୍ତି। ସେମାନଙ୍କୁ ସିମୁଳିଆ ମେଡିଲଲରେ ଭର୍ତ୍ତି କରଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
powered by social2s

