ଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ସାରା ଦେଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାକୁ ମିଳିଛି ଦଶନ୍ଧିର ଶ୍ରେଷ୍ଠ ପୁରସ୍କାର।
ଭୁବନେଶ୍ୱର ସ୍ଥିତ ଲୋକସଭା ଭବନରେ ସ୍ପୋଟ୍ ଷ୍ଟାର ACES ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଏଥିରେ କ୍ରୀଡା କ୍ଷେତ୍ରରେ ଓଡିଶାକୁ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି।
ପୁରସ୍କାର ଟିକୁ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହି ଅବସରରେ ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ପୁରସ୍କାର ଉତ୍ସର୍ଗ କରି କହିଛନ୍ତି ଯେ, କ୍ରୀଡା କ୍ଷେତ୍ରରେ ଓଡିଶା ବହୁ ଆଗକୁ ଯାଇଛି।
ତେବେ ଯୁବପିଢ଼ି ଙ୍କୁ ସଠିକ ମାର୍ଗ ଦେଖାଇଲେ ସେମାନେ ଆଗକୁ ବଢିପାରିବେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପୁରସ୍କାର ପାଇବା ରାଜ୍ୟ ପାଇଁ ଗର୍ବର ବିଷୟ। ରାଜ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ସୁନାମ ଅର୍ଜନ କରିଛି।
ସୁନ୍ଦରଗଡ ଜିଲ୍ଲାରେ ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମ ନିର୍ମିତ ହୋଇଛି।
ଏହି ଅବସରରେ ରାଜ୍ୟ ପାଇଁ ନୂଆ କିର୍ତ୍ତିମାନ ସୃଷ୍ଟି କରିବାକୁ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।
ରାଜ୍ୟକୁ ମିଳିଲା ଦଶନ୍ଧିର ଶ୍ରେଷ୍ଠ କ୍ରୀଡା ପୁରସ୍କାର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

