ମହିଳା ଏସଏଚଜିକୁ ସହାୟତାର ହାତ ବଢ଼ାଇଲା ଓଟିଡିସି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ମହିଳାଙ୍କ ବିକାଶରେ ସମାଜର ଉନ୍ନତି । ମହିଳାଙ୍କ ସଶକ୍ତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗ୍ରାଧିକାର ଦେଉଥିବାବେଳେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ମାଧ୍ୟମରେ ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବା ଦିଗରେ କାର୍ଯ୍ୟ କରୁଛନ୍ତି । ସେହି ଲକ୍ଷ୍ୟ ନେଇ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉଦ୍ଦେଶ୍ୟରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏବେ ମହିଳା ଏସଏଚଜିକୁ ସହାୟତାର ହାତ ବଢ଼ାଇବାକୁ ଆଗେଇ ଆସିଛି ।

ଏହି କ୍ରମରେ ବରମୁଣ୍ଡା ଅଂଚଳର ତ୍ରିଶକ୍ତି ମହିଳା ମହାସଂଘର ସଦସ୍ୟାମାନଙ୍କୁ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ କରାଇବା ଉଦ୍ଦେଶ୍ୟରେ ଓଟିଡିସି ପକ୍ଷରୁ ଏକ ‘ପେପର ପ୍ଲେଟ୍ ତିଆରି ମେସିନ୍‌’ ପ୍ରଦାନ କରାଯାଇଛି । ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ଦୋଳପୂର୍ଣ୍ଣିମୀରେ ଏହି ମେସିନକୁ ଲୋକାର୍ପଣ କରିଛନ୍ତି । ଏହି ମହିଳା ଏସଏଚଜିକୁ ଖୁବଶୀଘ୍ର ଏକ ପାମ୍ପଡ଼ ତିଆରି ମେସିନ୍ ଯୋଗାଇବା ଦିଗରେ ପଦକ୍ଷେପ ନେବେ ବୋଲି ଶ୍ରୀମତୀ ମିଶ୍ର ଘୋଷଣା କରିଥିଲେ । ଏହି ଅବସରରେ ମିଶନ ଶକ୍ତି ଉପଦେଷ୍ଟା ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

 

powered by social2s