ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି । ତେବେ କୋଭିଡ-19 ଯୋଗୁଁ ସର୍ବସାଧାରଣରେ ହୋଲି ଖେଳିବା ମନା କରାଯାଇଛି । ନିଜ ନିଜ ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର।ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଲାଗିଛି କଟକଣା ବହୁତ ସ୍ଥାନରେ ପାରମ୍ପରିକ ରଙ୍ଗର ୟୁସେ କରି ହୋଲି ଖେଳା ଯାଇଛି।
କଳାହାଣ୍ଡି ଜିଲ୍ଲାରେ ହୋଲି ପାଳନ ବେଳେ ଲୋକମାଙ୍କର ମଧ୍ୟରେ ସେତେଟା ଖୁସି ଦେଖିବାକୁ ମିଳିନି । ତଥାବି ଘରେ ଘରେ ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ପୂଜାର୍ଚ୍ଚନା କରିବା ସହ ଘରେ ଘରେ ରଙ୍ଗ ଖେଳୁଛନ୍ତି ଜିଲ୍ଲା ବାସିନ୍ଦା ।
ସେହିପରି ଝାରସୁଗୁଡାରେ ପରସ୍ପରକୁ ମିଠା ଖୁଆଇ ଓ organic ରଙ୍ଗ ଲଗାଇ ହୋଲି ପାଳନ ହେଉଥିବାର ଦେଖିବାକୁ ମିଳିଛି।
ସେପଟେ ଅନୁଗୁଳ ମାରୁଆଡ଼ି ସମାଜ ମଧ୍ୟରେ ହୋଲିକା ଦହନ ଉତ୍ସବ ପାଳନ ହୋଇଛି। ଏହି ଉତ୍ସବ ପ୍ରତି ବର୍ଷ ଧୁମଧାମରେ ପାଳନ କରାଯାଏ, କିନ୍ତୁ ଏ ବର୍ଷ କରନା ଗାଇଡ଼ଲାଇନ ଅନୁସାରେ କମ ଲୋକ ରେ ମାରୁଆଡ଼ି ପଞ୍ଚାୟତ ସାମ୍ନା ରେ ପାଳନ ହୋଇଛି ଏହି ଉତ୍ସବ।ପ୍ରତି ଘରୁ ଜଣେ କିମ୍ବା ୨ ଜଣ ସଦସ୍ୟ ପୂଜା ସାମଗ୍ରୀ ଧରି ଉତ୍ସବ ସ୍ଥାନ କୁ ଯାଇଥିଲେ । ପ୍ରଥମେ ପୂଜାର୍ଚ୍ଚନା ହୋଇଥିଲା ଓ ଘରେ ହୋଲିକା ଦହନ ରେ ଅଗ୍ନି ସଂଯୋଗ ହୋଇଥିଲା।
ନବରଙ୍ଗପୁର ଜିଲ୍ଲା ଉମରକୋର୍ଟ ଜଗନ୍ନାଥ ମନ୍ଦିରରେ ନିରାଡ଼ମ୍ବରରେ ପାଳିତ ହୋଇଛି ହୋଲି ପର୍ବ। କେବଳ ମନ୍ଦିରର ପୂଜକ ଓ କିଛି ବୁଦ୍ଧିଜୀବୀ ସେଥିରେ ସାମିଲ ହୋଇଛନ୍ତି।
ଭୁବନେଶ୍ୱରରେ କୋଭିଡ କଟକଣା ଯୋଗୁଁ କମିଶନରେଟ ପୋଲିସ ପକ୍ଷରୁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ରିପୋର୍ଟ: ପାୟଲ
କୋଭିଡ-19 ଯୋଗୁ ଓଡ଼ିଶାରେ ଫିକା ପଡ଼ିଛି ହୋଲି
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

