ବିଶ୍ୱ ମାତୃ ଦିବସ ଅବସରରେ ସମାଜକୁ ବାର୍ତ୍ତା ପ୍ରଦାନ କଲେ ଯୁବ ଅଧ୍ୟାପକ ତ୍ରିନାଥ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ : ଆଜି ମାତୃ ଦିବସ l ସାରା ବିଶ୍ୱ ପାଳୁଛି ମାତୃ ଦିବସ l ସେ ଜନନୀ, ସେ ଜଗଦ୍ଧାତ୍ରୀ l ମାଆଠୁ ବଳି ଦୁନିଆରେ କିଛି ବି ନାହିଁ l ମାଁ ପଣତରେ ଥରେ ପୋଛି ହୋଇଗଲେ ସବୁ ଦୁଃଖ ପାଶୋରି ହୋଇଯାଏ l ତାର ଲାଳନ ପାଳନରେ ଥାଏ ଅନାବିଳ ସ୍ନେହ l ସେ ଅତୁଳନୀୟ l 'ମାଆ' ଶବ୍ଦରେ ବ୍ୟାଖ୍ୟା କରିବା ଅସମ୍ଭବ l ମାଆ ଶବ୍ଦରେ ଅଛି ସଂସାରର ସବୁ ସୁଖ ଆଉ ଶାନ୍ତି l ସଂସାରର ଯେତେ ଶ୍ରଦ୍ଧା ମା'ଠୁ ଆରମ୍ଭ, ମାଁରେ ଶେଷ l ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ମାଆ ଆଗରେ ସବୁ ତୁଚ୍ଛ ହୋଇଯାଏ l ମାଆର ପ୍ରାର୍ଥନାରେ ଏତେ ଯେ ତାର ସନ୍ତାନ ନିକଟରେ ମୃତ୍ୟୁ ବି ଆସିବାକୁ ଭୟ କରେ l ମାଆ ଥିଲେ ସଂସାରରେ ସବୁକିଛି ଥିଲା ପରି ଲାଗେ l କୁହାଯାଏ ଦୁନିଆରେ ସଭିଙ୍କ ଋଣ ସୁଝି ହେବ l କିନ୍ତୁ ମାଆର ଋଣ ମରିବା ଯାଏ କେବେ କେହି ଶୁଝି ପାରିବେ ନାହିଁ l ସେ ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ ମାଁକୁ ପୃଥିବୀ ସହିତ ବି ତୁଳନା କରାଯାଇଥାଏ l ତେବେ ଆଜିର ଏଇ ପବିତ୍ର ଦିନରେ ଏଇ ଅବସରରେ ଯୁବ ଅଧ୍ୟାପକ ତ୍ରିନାଥ ନିଜ ମାଁଙ୍କୁ ପ୍ରଣାମ କରି ଆଶୀର୍ବାଦ ଗ୍ରହଣ କରିବା ସହ ଦୁନିଆଁର ସମସ୍ତ ମାଆଙ୍କୁ ମାତୃ ଦିବସର ଶୁଭେଚ୍ଛା ଜଣାଇଅଛନ୍ତି l ତତ୍ ସହ ତ୍ରିନାଥଙ୍କ ଧର୍ମପତ୍ନୀ ନିତୁ(ଗେଲି) ମଧ୍ୟ ମାତୃ ଦିବସର ଶୁଭେଚ୍ଛା ଜଣାଇଅଛନ୍ତି l

powered by social2s