ଓଡ଼ିଶାର ଏପ୍ରିଲ ମାସ ପାଇଁ କୋଭିଡ ଗାଇଡଲାଇନ୍ ଜାରି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର : ରାଜ୍ୟ ପାଇଁ ଏପ୍ରିଲ ମାସର କୋଭିଡ ଗାଇଡଲାଇନ୍ ଜାରି କରିଛନ୍ତି ଏସ୍ଆରସି ପ୍ରଦୀପ ଜେନା।

 

ବଢୁଥିବା କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥିର ଟେଷ୍ଟିଙ୍ଗ, ଟ୍ରାକିଙ୍ଗ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। 

ଘରକୁ ଘର ବୁଲି ସର୍ଭିଲାନ୍ସ ମଧ୍ୟ କରାଯିବ। 

 

ଆବଶ୍ୟକ ପଡିଲେ ମାଇକ୍ରୋ କନଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ।

କନଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିପାରିବେ ଜିଲ୍ଲାପାଳ ଓ ମୁନିସିପାଲ କମିଶନର।

 

ଆବଧ୍ୟ ଜାଗାରେ କେବଳ ୫୦% ଲୋକଙ୍କୁ ନେଇ ସଭାସମିତି କରାଯିବାକୁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି। 

 

ନିୟମ ମାନି ରାଜନୈତିକ ଦଳ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ରାଲି କରିପାରିବେ। 

ସେହିଭଳି ଖୋଲା ପଡିଆକୁ ସଭାସମିତି ପାଇଁ ଜାଗାର ଆକାର ଦେଖି କେତେ ଲୋକଙ୍କୁ ଅନୁମତି ଦେବାକୁ ମିଳିବ, ଏହାର ନିଷ୍ପତ୍ତି ନେବେ ଜିଲ୍ଲାପାଳ। 

 

ସ୍କୁଲ ଖୋଲିବ କି ନାହିଁ ନିଷ୍ପତ୍ତି ନେବେ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ।

 

powered by social2s