୪୪.୨ ଡିଗ୍ରୀ ସେଲ୍ସିୟସ ସହ ତାତିରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 


ଭୁବନେଶ୍ୱର: ତାତି ରେ ରେକର୍ଡ କରିଛି ରାଜଧାନୀ ଭୁବନେଶ୍ବର। ଆଜି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।

ସେହିପରି ଆଜି ଭୁବନେଶ୍ୱରକୁ ମିଶାଇ ରାଜ୍ୟର୧୩ଟି ସହର ରେ ତାପମାତ୍ରା ୪୧ ଡିଗ୍ରୀ ସେଲ୍ସିୟସ ଉପରେ ରହିଛି । ଗତକାଲି ବାରିପଦା ସହର ର ତାପମାତ୍ରା ୪୪.୬ ଡିଗ୍ରୀ ସେଲ୍ସିୟସ ରହିଥିବା ବେଳେ ଆଜି ୪୩.୬ ଡିଗ୍ରୀ ରହିଛି ।
ସେହିପରି ବାଲେଶ୍ଵର ରେ ୪୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲି ରେ ୪୨.୬, ତାଳଚେର ରେ ୪୨.୫, ମାଲକାନଗିରି ରେ ୪୨, ଗଜପତି ରେ ୪୨, ବୌଦ୍ଧ ରେ ୪୨, ଅନୁଗୁଳ ରେ ୪୧.୭, ବଲାଙ୍ଗୀର ରେ ୪୧.୫, ଭବାନୀପାଟଣା ରେ ୪୧.୫ , ଟିଟିଲାଗଡ଼ ରେ ୪୧.୨ ଓ ନୟାଗଡ଼ ର ତାପମାତ୍ରା ୪୧.୨ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି ।

powered by social2s