ଆଇ ସି ଏ ଆଇ ର ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ କାଉନ୍ସିଲ୍ ତରଫରୁ ଦୁଇ ଦିନିଆ ସବ୍ ରିଜିଓନାଲ କନଫରେନ୍ସ 'ସକ୍ଷମ'

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଦି ଇନଷ୍ଟିଚ୍ୟୁଟ ଅଫ୍ ଚାଟାର୍ଡ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ ( ଆଇ ସି ଏ ଆଇ) ର ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ କାଉନ୍ସିଲ୍ ତରଫରୁ ଦୁଇ ଦିନିଆ ସବ୍ ରିଜିଓନାଲ କନଫରେନ୍ସ 'ସକ୍ଷମ' ର ଆଜି ସମ୍ବଲପୁର ର ଆଇ ଆଇ ଏମ୍ ଅଡିଟୋରିୟମ ଠାରେ ଉଦଘାଟିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ଆଇସିଏଆଇ ର ସମ୍ବଲପୁର ,ଝାରସୁଗୁଡା ଓ ରାଉରକେଲା ଶାଖା ମିଳିତ ସହଭାଗିତା କରିଛନ୍ତି | ଆଜିର ଉଦଘାଟନୀ ଉତ୍ସବ କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ସମ୍ମାନନୀୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାଏକ , ଝାରସୁଗୁଡ଼ା ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ, , ଆଇ ଆଇ ଏମ୍ ସମ୍ବଲପୁର ର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସ୍ଵାଲ୍ ଓ ଏମସିଏଲ ର ସିଏମଡ଼ି ଶ୍ରୀଯୁକ୍ତ ଉଦୟ ଏ କାଓଲେ ପ୍ରମୁଖ ଯୋଗ ଦେଇଛନ୍ତି | ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସିଏ ରବି କୁମାର ପଟବା, ସିଏ ସଞ୍ଜୀବ ସଂଘି, ସିଏ ବିଷ୍ଣୁ କୁମାର ତୁଲସୀୟନ୍, ସିଏ ମୟୂର ଅଗ୍ରୱାଲ୍, ସିଏ ହରିରାମ ଅଗ୍ରୱାଲ, ସିଏ ଆଦିତ୍ଯ କୁମାର ମାହେଶ୍ଵରୀ ଓ ସିଏ ବିଶ୍ୱରଞ୍ଜନ ସୁତାର ପ୍ରମୁଖ ଯୋଗ ଦେଇଛନ୍ତି | ଏହି କାର୍ଯ୍ୟକ୍ରମ ର ପରିଚାଳନା ଦାୟିତ୍ୱ ରେ ସିଏ ନବୀନ ଲାଠ, ସିଏ ଅଙ୍କିତ ଅଗ୍ରୱାଲ, ସିଏ ସଞ୍ଜୟ ସରାଓଗି , ସିଏ ଅନିଲ ଶର୍ମା ରହିଛନ୍ତି | ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି କନଫରେନ୍ସ ରେ ସାତୋଟି ଟେକ୍ନିକାଲ ସେସନ ରହିଛି | ଏହି ସବୁ ସେସନ ରେ ଆଇସିଏଆଇ ର ପ୍ରାକ୍ତନ ସଭାପତି ସିଏ ଡାଃ ଦେବାଶିଷ ମିତ୍ର, ସିଏ ଭେନୁଗୋପାଳ ଗେଲା, ସିଏ ଜେକେ ମିତ୍ତଲ, ସିଏ ଗିରିଶ ଆହୁଜା, ସିଏ ମନୋଜ କୁମାର, ସିଏ ରୋଶନ କୁମାର ବଜାଜ, ଶ୍ରୀଯୁକ୍ତ କେଶବ ଜୈନ ପ୍ରମୁଖ ବକ୍ତା ଭାବେ ରହିଛନ୍ତି | ଏଥିସହ ପ୍ରଥମ ଦିବସ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜିତ ହୋଇଯାଇଛି | ୨୫ ତାରିଖ ସନ୍ଧ୍ୟାରେ ଉଦଯାପନୀ ଉତ୍ସବ ଆୟୋଜିତ ହେବ | ଉଦଯାପନୀ ଉତ୍ସବ ରେ ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ | ସେହିପରି ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ଷଡ଼ଙ୍ଗୀ, ସମ୍ବଲପୁର ମୁଖ୍ୟ ଆୟକର କମିଶନ ଶ୍ରୀଯୁକ୍ତ ସରୋଜ କୁମାର ମହାପାତ୍ର, ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ବଲପୁର ଡିଜିଏମ ଶ୍ରୀଯୁକ୍ତ ସଞ୍ଜୟ କୁମାର ଝା ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି |

powered by social2s