ଆଜି ସାବିତ୍ରୀ ବ୍ରତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଆଜି ପବିତ୍ର ସାବିତ୍ରୀ ବ୍ରତ। ସାବିତ୍ରୀ ବ୍ରତ ପାଇଁ ଓଡ଼ିଶାର ବିଭିନ୍ନ ମନ୍ଦିରରେ ଭିଡ଼ ପୂଜାର୍ଚନା ପାଇଁ ମହିଳାଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପରମ୍ପରା ଅନୁଯାୟୀ, ୨୧ ପ୍ରକାର ଫଳମୂଳରେ ମହିଳା ମାନେ ସାବିତ୍ରୀ ବ୍ରତ କରିଥାନ୍ତି। ତେବେ ଆକାଶ ଛୁଆଁ ଫଳ ଦର ଯୋଗୁଁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି। ଭୁବନେଶ୍ୱର ଓ କଟକରେ ଆମ୍ବ କିଲୋ ପ୍ରତି ୭୦ ରୁ ୧୦୦ ଟଙ୍କା ରହିଥିବା ବେଳେ ଅଙ୍ଗୁର କିଲୋ ୧୨୦ ରହିଛି। ସେଓ କିଲୋ ୩୦୦ ଟଙ୍କା ଥିବା ବେଳେ ଲିଚୁ କିଲୋ ପ୍ରତି ୨୦୦ ଟଙ୍କାରୁ ଅଧିକରେ ବିକ୍ରି ହେଉଛି। ସେହିପରି ଡାଳିମ୍ବ କିଲୋ ପ୍ରତି ୩୦୦ ଟଙ୍କା ରହିଛି ଓ ପଣସ ଗୋଟା ୧୦୦ ରୁ ୨୦୦ ଥିବା ଜଣାପଡ଼ିଛି। ପାଚିଲା କଦଳୀ ୧୨ଟାକୁ ୧୨୦ ଟଙ୍କା ରହିଛି। ସପୁରି ଗୋଟେ ୭୦ ରୁ ୧୦୦ ଟଙ୍କାରେ ବିକ୍ରି କରାଯାଉଛି।

powered by social2s