ଉତ୍କଳ ଦିବସ ଅବସରରେ ଗରିବ ଉଠାଦୋକାନୀଙ୍କୁ ରାସନ ବଣ୍ଟନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର(୦୧.୦୪.୨୦୨୧): ପବିତ୍ର ଉତ୍କଳ ଦିବସରେ ନିଖିଲ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ସଂଘ ଓଡ଼ିଶା ର ତତ୍ତ୍ଵାବଧାନରେ ସହୀଦ ନଗର ର ସହୀଦ ସ୍ପୋଟିଙ୍ଗି କ୍ଲବ ଠାରେ ନାସିଭି (NASIV) ଭାରତର ସହାୟତାରେ ମା ଖଣ୍ଡୁଆଳୀ ଉଠା ଦୋକାନୀ ବ୍ୟବସାୟୀ ସଂଘ ଦ୍ୱାରା ଭୁବନେଶ୍ୱର ମଧ୍ୟ ନିର୍ଵାଚନ ମଣ୍ଡଳୀର ଗରିବ ଶ୍ରେଣୀର ଉଠା ଦୋକାନୀ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଗଲା। ଆଜିର କାର୍ଯ୍ୟକ୍ରମକୁ ସଭାପତି ଶ୍ରୀ ମହେଶ୍ୱର ବଳ ପରିଚାଳନା କରି ଉଠା ଦୋକାନୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ, ଓ ସମସ୍ତଙ୍କୁ ଏକଜୁଟ ହୋଇ ରହିବାକୁ ପରାମର୍ଶ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ୱାଲ୍ଡ ହ୍ୟୁମାନ ରାଇଟ, ଓଡ଼ିଶା ଶାଖାର ଚେଆରମ୍ୟାନ ଶ୍ରୀ ନାରାୟଣ ମହାପାତ୍ର, ଶହୀଦ ସ୍ପୋର୍ଟଇଙ୍ଗର ସମ୍ପାଦକ ଶ୍ରୀ ପଙ୍କଜ ପଟ୍ଟନାୟକ, ସ୍ଥାନୀୟ କର୍ପୋରେଟର ଶ୍ରୀମତି ଶାଶ୍ଵତୀ ମିଶ୍ର, ନରେନ ସାହୁ, ନିଖିଲ ଉତ୍କଳ ବ୍ୟବସାୟୀ ସଂଘ ର କାର୍ଯ୍ୟ କାରୀ ସଭାପତି ପ୍ରମୋଦ ମହାପାତ୍ର, ଧୀରେନ୍ଦ୍ର ସ୍ୱାଇଁ, ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ସଂଘ ର ଉପଦେଷ୍ଟା ଶ୍ରୀ ଉମାନାଥ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଙ୍ଗ ର ସମସ୍ୟା  ଓ ତାର ନିରାକରଣ ଉପରେ ଆଲୋଚନା କରିଥିଲେ, ପ୍ରାରମ୍ଭରେ ସଙ୍ଘ ର ସମ୍ପାଦିକା ସୁଜାତା ସାହୁ ସ୍ବାଗତ ଭାଷଣ ଦେଇ ଥିଲେ। ମନମୋହନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମ ଦିବସରେ ପ୍ରାୟ ୩୦୦ ଜଣଙ୍କୁ ୧୫ ଦିନ ଚଳିବା ନିମନ୍ତେ ରେସନ୍ ସାମଗ୍ରୀ ଦିଆ ଯାଇଥିଲା।
powered by social2s