ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ସୋର ଥାନା ନଦିଗାଁରେ ଗତକାଲି ବିଳମ୍ବିତ ରାିରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୧୩ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଥିବା ସୂଚନା ମିଳିଛି। ଖବର ନେବାରୁ ଜଣାପଡିଛି ଯେ ସୋର ଥାନା ନଦିଗାଁ ଗ୍ରାମର ରମାକାନ୍ତ ମିଶ୍ର ,ବସନ୍ତ ମିଶ୍ର, ସୁଶାନ୍ତ ମିଶ୍ର, ପ୍ରଶାନ୍ତ ମିଶ୍ର, ହେମନ୍ତ ମିଶ୍ର, ରମାକାନ୍ତ ମିଶ୍ର, ଲମ୍ବୋଦର ପଣ୍ଡାଙ୍କର ଘର ବିଳମ୍ବିତ ରାତିରେ କୌଣସି କାରଣ ବସତଃ ନିଆଁ ଲାଗିଯାଇଥିଲା ନିଆଁ ର ପ୍ରକୋପ ଏତେ ଥିଲା ଯେ ନିମିସେକେ ଘରକୁ ଘର ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକ ସୋର ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଧାନ,ଚାଉଳ ଓ ଘରର ସମସ୍ତ ଆସବାବ ପତ୍ର ପୋଡ଼ି ନଷ୍ଟ ହୋଇଯିବା ସହ ଘର ନିର୍ମାଣ ପାଇଁ ରମାକାନ୍ତ ରଖିଥିବା ୩୦ ହଜାର ଟଙ୍କା ପୋଡି ପାଉଁଶ ହୋଇଯାଇଛି l ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡି ନାହିଁ ।
powered by social2s

