ଭୁବନେଶ୍ୱର : ଯାନ୍ତ୍ରିକ ତ୍ରୁଟି ଯୋଗୁଁ କେନ୍ଦ୍ରାପଡ଼ାରେ ଅଟକିଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହେଲିକପ୍ଟର। ସୋମବାର କେନ୍ଦ୍ରାପଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ହେଲିକପ୍ଟର ଯୋଗେ ଯାଇଥିଲେ ମୁଖ୍ୟମନ୍ତ୍ରୀ। ତେବେ ପ୍ରତିକୂଳ ପାଗ ଯୋଗୁଁ କାର୍ ରେ ଭୁବନେଶ୍ୱର ଫେରିଥିଲେ ମୁଖ୍ୟମନ୍ତ୍ରୀ। ପରେ ବଜ୍ରପାତ ଘଟି ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। କେନ୍ଦ୍ରାପଡ଼ାରେ ମରାମତି ପାଇଁ ଅଟକିଥିବା ହେଲିକପ୍ଟରକୁ ଜଗିରହିଥିଲେ ସୁରକ୍ଷା କର୍ମୀ।
powered by social2s