ଭୁବନେଶ୍ୱର: ଗୁଜରାଟର ଅହମ୍ମଦାବାଦ ବିମାନବନ୍ଦର ନିକଟରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଡାକ୍ତରଙ୍କ ହଷ୍ଟେଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର ୨-୩ ମିନିଟ୍ ମଧ୍ୟରେ ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚିଥିଲ। ଦୁର୍ଘଟଣାଗ୍ରସ୍ତ ଏଆଇ-୧୭୧ ଟେକ୍ ଅଫ୍ କରିବା ପରେ ଖସି ପଡି କ୍ରାସ ହୋଇଥିଲା। ଏୟାର ଇଣ୍ଡିଆର ଲଣ୍ଡନ ଯାଉଥିବା ବିମାନ ଦୁର୍ଘଟଣାରେ ୧୩୩ ଜଣଙ୍କ ମୃତ୍ୟୁ ହୋଇଛି। ବିମାନର ଥିଲେ ୫୨ ବ୍ରିଟିଶ ପାସେଞ୍ଜରଙ୍କ ସମେତ ୨୪୨ ଯାତ୍ରୀ। ବିମାନବନ୍ଦରରେ ଥିବା ଲୋକଙ୍କୁ ବାହାର କରାଯାଇ ବନ୍ଦେ ଭାରତ ଏକ୍ସପ୍ରେସ ଦ୍ବାରା ପଠାଯିବା ବ୍ୟବସ୍ଥା ହୋଇଛି। ଦୁର୍ଘଟଣା ବେଳେ ବିମାନରେ ଥିଲେ ଭାରତର ୧୬୯ ଯାତ୍ରୀ ବ୍ରିଟେନର ୫୩, ପର୍ତ୍ତୁଗାଲର ୭, କାନାଡ଼ାର ଜଣେ ନାଗରିକ ଥିଲେ।
powered by social2s