ଭୁବନେଶ୍ବର: ଆଜି ଜୟ ମା ଭବାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ବର ଉତ୍କଳ ରଙ୍ଗମଞ୍ଚରେ ରଜ ସଂକ୍ରାନ୍ତି ଉତ୍ସବ ପାଳନ କରାଯାଇଛି। ଟ୍ରଷ୍ଟ ର ସଦସ୍ୟ ସଦସ୍ୟା ଓ ଶୁଭଚିନ୍ତକ ମାନେ ଅହମଦାବାଦ ବିମାନ ଦୁର୍ଘଟଣାରେ ବିୟୋଗ ଘଟିଥିବା ଲୋକ ମାନଙ୍କ ଆତ୍ମା ର ସଦଗତି ନିମନ୍ତେ ସମୁହ ପ୍ରାର୍ଥନା କରିଥିଲେ। ପରେ ପରେ ଟ୍ରଷ୍ଟ ପକ୍ଷରୁ ଅଷ୍ଟମ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଆମ ଉତ୍କଳୀୟ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ହେଉଛି ଆମ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରମୁଖ କର୍ତ୍ତବ୍ୟ । ମା ଭବାନୀଙ୍କ କୃପାରୁ ଟ୍ରଷ୍ଟ ପକ୍ଷରୁ ପ୍ରତେକ ମାସରେ କିଛି ନା କିଛି ସେବାମୂଳକ କାର୍ଯ୍ୟକ୍ରମ କରାଯାଇଥାଏ। ଅବହେଳିତ ବରିଷ୍ଠ ଗୁରୁଜନ ଓ ଛୋଟ ପିଲା ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ବିଭିନ୍ନ ପ୍ରକାର ସେବାମୂଳକ କାର୍ଯ୍ୟକ୍ରମ କରାଯାଇଥାଏ। ଅବହେଳିତ ବ୍ୟକ୍ତି ଓ ଛୋଟ ପିଲା ମାନଙ୍କ ସଙ୍ଗେ କିଛି ଖୁସି ସମୟ ବିତାଇଥାନ୍ତି ଏହାର ସଦସ୍ୟ ମାନେ। ଆମେ ଓଡ଼ିଆ ସଂସ୍କୃତିର ସେହି ପାରମ୍ପରିକ ରଜ ପ୍ରଚାର ଓ ପ୍ରସାର ନିମନ୍ତେ ମହୋତ୍ସବକୁ ପାଳନ କରିବା ଅବସରରେ ରଜ ଉତ୍ସବ ପାଳନ କରାଯାଇ ଓଡ଼ିଶାର ଦୁଇ ଜଣ ବରପୁତ୍ର ଶ୍ରୀଯୁକ୍ତ ଶଙ୍କର୍ଷଣ ମଙ୍ଗରାଜ ଦାଶ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣେ ଅନନ୍ୟ କଥା ବାଚକ ଓ ଓଡ଼ିଶାରେ ମା ଆଦିଶକ୍ତି ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ମହାପାତ୍ର, ମୁଖ୍ୟ ବାଡ଼ଗ୍ରାହୀ ମା ସୁଭଦ୍ରା ପୁରୀ ଙ୍କୁ ସମ୍ମାନଜନକ "ଉତ୍କଳ ଶ୍ରୀ" ସମ୍ମାନରେ ସମ୍ମାନିତ କରାଯାଇଛି ଲ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଥବା ଓ ନିଜକୁ ପ୍ରତିଷ୍ଠିତ କରିଥିବା ଡାକ୍ତର ଓ ଅନ୍ୟ ବ୍ୟକ୍ତି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଟ୍ରଷ୍ଟ ପକ୍ଷରୁ ଅବହେଳିତ ବରିଷ୍ଠ ନାଗରିକ ଓ ଛୋଟ ପିଲା ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥାଏ। ଚଳିତ ବର୍ଷ ଭୁବନେଶ୍ୱର ସ୍ଥିତ ରାମକୃଷ୍ଣ ବାଳାଶ୍ରମର ଛୋଟ ପିଲା ମାନେ ଏହି ରଜ ଉତ୍ସବରେ ଯୋଗ ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ରକ୍ତ କଣିକା ସଂଗ୍ରହ ନିମନ୍ତେ ବର୍ଷର ବିଭିନ୍ନ ସମୟରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥାଏ। ଉପଦେଷ୍ଟା ନିଶିକାନ୍ତ ମିଶ୍ର,ଡ଼ ନାରାୟଣ ମହାପାତ୍ର, ଉମାନାଥ ମିଶ୍ର, ମନୋଜ କୁମାର ରାଉଳ, ଅଭିନନ୍ଦନ ଦାସ, ଶାଶ୍ଵତୀ ମିଶ୍ର, ଦିଲ୍ଲୀପ ପଟ୍ଟନାୟକ, ବିପିନ ବିହାରୀ ସାହୁ, ପ୍ରମୋଦିନୀ ପଣ୍ଡା ଓ ମଳୟ ମହାପାତ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ରଜ ଉତ୍ସବ କାର୍ଯ୍ୟକ୍ରମ ରେ ପଦ୍ମଶ୍ରୀ ଦୁର୍ଗା ପ୍ରସାଦ ରାଣବୀର, ମୁଖ୍ୟ ବକ୍ତା ଭାବେ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ଦେବପ୍ରସାଦ ଦାଶ ଉଦଘାଟକ ଭାବେ, ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ଦେଶକ ହିମାଂଶୁ ଖଟୁଆ ସଂମ୍ମାନିୟ ଅତିଥି ଭାବେ, ରିକି ବିଜ୍ଞାନର ଶ୍ରୀ ସନ୍ଥ ପ୍ରିୟଦର୍ଶି ମିଶ୍ର, ଜଗନ୍ନାଥ ପ୍ରଧାନ ଓ ନିରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଓଡ଼ିଆ ସଂସ୍କୃତି ସମ୍ବଦ୍ଧରେ ନିଜର ଆଶ୍ରିବଚନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ସୁରେଶ ମିଶ୍ର, ତ୍ରିଲୋଚନ ନାୟକ, ବିଜୟ ପଣ୍ଡା, ବଂଶୀଧର ନାୟକ, ଅକ୍ଷୟ ସାହୁ, ଶ୍ରୀନିବାସ ରାଓ ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ସମସ୍ତେ ପରସ୍ପର ହାତ ଧରି କିଛି ଭଲ କାମ କରିବା ହିଁ ଅନୁଷ୍ଠାନର ମୂଳ ଲକ୍ଷ୍ୟ।
ଜୟ ମା ଭବାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ରଜ ସଂକ୍ରାନ୍ତି ଉତ୍ସବ ପାଳନ; ବିଶିଷ୍ଟ ବ୍ୟକ୍ତି ସମ୍ବର୍ଦ୍ଧିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s