ଆଜି ଶ୍ରୀଜୀଉଙ୍କ ସୁନାବେଶ, ଭିଡ଼କୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ସତର୍କତା ଜାରି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଆଜି ଶ୍ରୀଜୀଉଙ୍କ ସୁନାବେଶ। ଅପରାହ୍ନ ୫ଟାରୁ ରାତି ୧୧ ଯାଏଁ ସୁନାବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ। ବଡ଼ଦାଣ୍ଡରେ ମହଣ ମହଣ ସୁନାରେ ସୁସଜ୍ଜିତ ହେବେ ଚତୁର୍ଦ୍ଧାବିଗ୍ରହ। ମହାପ୍ରଭୁଙ୍କୁ ଲାଗି ହେବ ୧୩୮ ପ୍ରକାରର ଅଳଙ୍କାର। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ରାତି ସାରା ଅଧିକ ଭକ୍ତ ପୁରୀକୁ ଆଗମନ ଯୋଗୁଁ ସହରରେ ଥିବା ପାର୍କିଂ ସ୍ଥାନଗୁଡ଼ିକ ପ୍ରାୟ ଭର୍ତ୍ତି ହୋଇସାରିଛି। ପାର୍କିଂ ସ୍ଥାନଗୁଡ଼ିକର ଉପଲବ୍ଧତା ଅନୁସାରେ ତାଲବଣିଆ ଏବଂ ଷ୍ଟର୍ଲିଂ ଆଡକୁ ଗତି କରାଯାଉଛି। ବାଟଗାଁ/ମାଳତୀପାଟପୁରରେ ଅପେକ୍ଷା ସମୟ ଅଧିକ ହୋଇପାରେ। ଭକ୍ତମାନେ ଏହି ସୂଚନାକୁ ଧ୍ୟାନରେ ରଖନ୍ତୁ ଏବଂ ନିଜର ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ଓଡ଼ିଶା ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

powered by social2s