ଥୀଙ୍କ ମାନବାଧିକାର ସଂଗଠନ ଓଡ଼ିଆ ଶାଖା ପକ୍ଷରୁ ସାଙ୍ଗଠନିକ ବୈଠକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଥୀଙ୍କ ମାନବାଧିକାର ସଂଗଠନ ଓଡ଼ିଆ ଶାଖା ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ରାଜ୍ୟ ମହିଳା ସଭାନେତ୍ରୀ ସୁଜାତା ରାଣୀ କରଙ୍କ ନେତୃତ୍ୱରେ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି |ଏହି ଅବସରରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସମ୍ପାଦିକା ଡ଼ଃ ସୌଦାମିନୀ ଚୌଧୁରୀ ଯୋଗ ଦେଇ ସଂଗଠନ ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିବା ସହ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯେପରି ମହିଳା ସଂଗଠନ ସୁଦୃଢ କରାଯିବ ସେଥି ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଥିଲା |ନୂତନ ଭାବେ ଯୋଗ ଦେଇଥିବା କର୍ମକର୍ତ୍ତାଙ୍କୁ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାଗତ କରାଯାଇ ଥିଲା |ଏଥିରେ ମିନା ସାହୁ,ଇତିଶ୍ରୀ ସାହୁ,ତନ୍ଦ୍ରା ମହାନ୍ତି,ଜ୍ୟୋତି ସ୍ୱାଇଁ,ଦମୟନ୍ତୀ ଦେବୀ,ଋତୁପର୍ଣ୍ଣା ଷାଠିଏ, ସୁଜାତା ସାହୁ,ଜଟି କୃଷ୍ଣ,ସୌମେନ୍ଦ୍ର ପ୍ରତାପ ଦାସ, କୈଷ୍ୟାପ କୁମାର ତାନ୍ତି ପ୍ରମୁଖ ଉପସ୍ଥିତ ଥିଲେ |

 

ରିପୋର୍ଟ :ଦେବାଶିଷ ମହାରଣା

 

powered by social2s