ଭୁବନେଶ୍ୱର:ରାଜଧାନୀ ବିଜେବି କଲେଜ ବାଣିଜ୍ୟ ବିଭାଗର ଛାତ୍ରୀ କରୋନା ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଛାତ୍ରୀ ଙ୍କ ସହ ମିଶିଥିବା ଅନ୍ୟମାନଙ୍କୁ ମଧ କରୋନା ପରୀକ୍ଷା କରିବାକୁ କଲେଜ ପକ୍ଷରୁ ପରାମର୍ଶ ଦିଆଯାଇଛି। ଟେଷ୍ଟ ସହ ଆଇସୋଲେସନରେ ରହିବାକୁ କଲଜ କତ୍ତୃପକ୍ଷ କହିଛନ୍ତି। ସେହିଭଳି ଭୁବନେଶ୍ୱର ଜୟଦେବ ବିହାର ରେ ଥିବା ଏକ ଘରୋଇ କୋଚିଂ ସେଣ୍ଟର କୁ ବିଏମସି ସିଲ୍ କରିଛି। କୋଭିଡ ଗାଇଡଲାଇନ ଉଲଂଘନ ଅଭିଯୋଗ ରେ କୋଚିଂ ସେଣ୍ଟରକୁ ସିଲ୍ କରାଯାଇଥିବା ବିଏମସି ପକ୍ଷରୁ କୁହାଯାଇଛି। ଆଜି ରାଜଧାନୀର ୩ ଟି ଯୋନର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ବିଏମସି ପକ୍ଷରୁ ଚଢାଉ ଜାରି ରହିଛି।
powered by social2s

