ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହରରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚା।
ସହରକୁ ନିୟମିତ ପାନୀୟ ଜଳଯୋଗାଣ ଦାବିରେ ଏହି ବନ୍ଦ କରାଯାଇଛି।
ସହରର ପ୍ରାୟ ସବୁ ଦୋକାନ ବଜାର ବନ୍ଦ ରହିଛି।
ଯୁବ ମୋର୍ଚ୍ଚାର ସଦସ୍ୟ ମାନେ ପିକେଟିଂ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୋର୍ଚ୍ଚାର ଜଣେ ସଦସ୍ୟଙ୍କ କହିବା ଅନୁଯାୟୀ ଟିଟଲାଗଡ଼ ଏକ ଉତ୍ତପ୍ତ ସହର। ପାନୀୟ ଜଳର ଅଭାବରୁ ମହିଳା ମାନଙ୍କୁ ପ୍ରାୟ ୧ କିଲୋମିଟର ଯାଏ ଚାଲିଚାଲି ଯିବାକୁ ପଡିଥାଏ।
ତେଣୁ ଆସନ୍ତା ୯ ତାରିଖ ସୁଦ୍ଧା ସମସ୍ୟାର ସମାଧାନ ନହେଲେ ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆମରଣ ଅନ୍ନସନ କରାଯିବ ବୋଲି କୁହାଯାଇଛି।
powered by social2s

