ଭୁବନେଶ୍ୱର: ଓଡ଼ିଶା ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧକ୍ଷତାର ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ର ବୈଠକରେ ୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି ଯେ ସଂଗ୍ରାହଳ ୟଗୁଡ଼ିକର ସୁପରିଚାଳନା ପାଇଁ ହେବ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ। ସମବାୟ ବିଭାଗ ପକ୍ଷରୁ ୩୮ଟି ମଣ୍ଡିକୁ ମଡେଲ ମଣ୍ଡି କରାଯିବ। ଆଉ ୮ଟି ସରକାରୀ ନର୍ସିଂ କଲେଜ ପ୍ରତିଷ୍ଠା ହେବ। ଓଡ଼ିଶା ନର୍ସିଂ ଏଜୁକେସନ ସର୍ଭିସ୍ ରୁଲ୍ ୨୦୨୫କୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି। ସମ୍ବଲପୁରରେ ୨୪ ଘଣ୍ଟିଆ ପାଣି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ୧୧୦ଟି ସହରାଞ୍ଚଳରେ LED ସାର୍ବଜନୀନ ଷ୍ଟ୍ରିଟ୍ ଲାଇଟକୁ ମଞ୍ଜୁରୀ ମିଳିଥିବା ସୂଚନା। LED ସାର୍ବଜନୀନ ଷ୍ଟ୍ରିଟ୍ ଲାଇଟ ପାଇଁ ବ୍ୟୟ ହେବ ୩୫୦.୦୪ କୋଟି ଟଙ୍କା। ସେହିପରି, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଶ୍ବସ୍ତରୀୟ MRO ସୁବିଧାକୁ ଅନୁମୋଦନ ମିଳିଛି।
powered by social2s

