ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ତିଥିରେ ଦୁର୍ଗା ମା ଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଉଦ୍ଦେଶ୍ୟରେ ମୂର୍ତ୍ତିକା ଅନୁକୂଳ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ବର ର ସବୁଠାରୁ ପୁରାତନ ଓ ପ୍ରସିଦ୍ଧ ଦୁର୍ଗା ପୂଜା ସମିତି ସହିଦନଗର ପକ୍ଷରୁ ଶ୍ରୀ କୃଷ୍ଣ* ଜନ୍ମାଷ୍ଟମୀ ତିଥିରେ ଜଗତଜନନୀ ଦୁର୍ଗା ମା ଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଉଦ୍ଦେଶ୍ୟରେ ମୂର୍ତ୍ତିକା ଅନୁକୂଳ ଅନୁଷ୍ଠିତ ହୋଇଯାଇଅଛି । ସମିତି ର କର୍ମକର୍ତ୍ତା ଓ ସଦସ୍ୟ ମାନେ କୁଆଖାଇ ନଦୀ ପଠାରେ ପୂଜାର୍ଚନା କରି ମାଟି ଉଠାଇ ଥିଲେ। ପୂଜା ର କର୍ତ୍ତା ଥିଲେ ଶ୍ରୀ ଗିରୀଶ ପ୍ରସାଦ ରଥ। ଆଜି ସକାଳ ୮.୩୦ ଘଟିକା ସମୟରେ ପ୍ରଥମେ ସ୍ଵାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା I ଦିବା ୧୦ ଘଟିକା ସମୟରେ ସମିତି ପ୍ରାଙ୍ଗଣ ରୁ ଏକ ଶୋଭାଯାତ୍ରା ବାହାରି ମାଟି ଅନୁକୂଳ ପାଇଁ କୁଆଖାଇର ନଦୀ ଯାତ୍ରା କରିଥିଲେ I ଘଣ୍ଟା, ମୃଦଙ୍ଗ, ଢୋଲ,ଶଙ୍ଖ, ମହୂରୀ ଓ କୀର୍ତ୍ତନ ରେ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। ଏହି ଦୁଇଟି କାର୍ଯ୍ୟକ୍ରମରେ ସମିତିର ସଭାପତି ଶ୍ରୀ ହେମନ୍ତ କୁମାର ପରିଡା, କାର୍ଯକାରୀ ସଭାପତି ଶ୍ରୀ ସରୋଜା କୁମାର ପାତ୍ର, ଉପସଭାପତି ଶ୍ରୀ ଚନ୍ଦନ ପାଲିତ, ଯୁଗ୍ମସଂପାଦକ ଶ୍ରୀ ବିଶ୍ଵପ୍ରସାଦ ମହାନ୍ତି, ଶ୍ରୀ ରଞ୍ଜନ କୁମାର ମହାପାତ୍ର, କୋଷାଧକ୍ଷ ଶ୍ରୀ ସ୍ମୃତି ରଞ୍ଜନ ଜେନା, କାର୍ଯ୍ୟ କାରୀ ସଦସ୍ୟ ଶ୍ରୀ ଦିଲୀପ ମଲ୍ଲିକ,ଶ୍ରୀ ସରତ ବେହେରା,ଶ୍ରୀ ବିଦ୍ୟାନତ ସିଂହ, ଶ୍ରୀ ମନୋରଞ୍ଜନ ମିଶ୍ର, ଶ୍ରୀ ବିଶ୍ନୁ ପ୍ରସାଦ ଦାସ, ଶ୍ରୀ ଅଶୋକ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦାସ,ଲଳିତ ଖୁଣ୍ଟିଆ, ଅଭିଷେକ ପ୍ରଧାନ, ସିଦ୍ଧେଶ୍ଵର ମହାରଣା,ସନ୍ଦୀପ ବେହେରା,ଶକ୍ତି ପ୍ରସାଦ ଜି, ଆଦର୍ଶ ପଟ୍ଟନାୟକ, ହେମନ୍ତ ମଲ୍ଲିଆ, ମନୋରଞ୍ଜନ ପଲେଇ,ଅମିତ, ରଞ୍ଜନ ବାରିକ, ସୁବ୍ରତ ସିଂହ, ସୁନୀଲ ସେଠି ,ଗୁଡ଼ୁ,ଆଶୁତୋଷ,ଜିତେନ୍ଦ୍ର ରାଓ,ଲିଙ୍ଗରାଜ ଓ ଅନେକ ସଭ୍ୟ ମାନଙ୍କ ଗହଣରେ ଏହି ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଆଜି ରାତି ରେ ଏହି ବର୍ଷ ପ୍ରଥମ ଥର ପାଇଁ ସମିତି ପକ୍ଷରୁ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପୂଜା ଅନୁଷ୍ଠିତ ହେବ I ଏହି ସବୁ କାର୍ଯ୍ୟକ୍ରମ କୁ ସମିତି ର ସମ୍ପାଦକ ଶ୍ରୀ ସଚି ନନ୍ଦନ ନାୟକ ପରିଚାଳନା କରୁଥିଲେ ଓ ସେ ଆହୁରି ମଧ୍ୟ କହିଛନ୍ତି ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ତୋରଣ କାର୍ଯ୍ୟ ରାକ୍ଷୀ ପୂର୍ଣ୍ଣିମା ରୁ ଆରମ୍ଭ କରାଯାଇଛି ।

powered by social2s