ଶୈଳବାଳା କଲେଜ ଅଫ୍ ନର୍ସିଙ୍ଗ ଏବଂ ମେଡିକାଲ ସାଇନସରେ ୭୯ତମ ସ୍ୱାଧୀନତା ଦିବସ ନିଆରଡମ୍ବର ଭାବରେ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ : କୋରାପୁଟ ଜିଲ୍ଲାର ପ୍ରତିଷ୍ଠିତ ନର୍ସିଙ୍ଗ କଲେଜ ଶୈଳବାଳା କଲେଜ ଅଫ୍ ନର୍ସିଙ୍ଗ ଏବଂ ମେଡିକାଲ ସାଇନସରେ ପବିତ୍ରତମ ୭୯ତମ ସ୍ୱାଧୀନତା ଦିବସ ସୁରୁଖୁରୁରେ ପାଳିତ ହୋଇଯାଇଅଛି l ଏହି ଅବସରରେ କଲେଜର ଅଧ୍ୟାପକ ଶ୍ରୀଯୁକ୍ତ ଶିଶିର ସାର୍ ପତାକା ଉତ୍ତୋଳନ କରିଥିଲେ l ପ୍ରାରମ୍ଭରୁ ଛାତ୍ରଛାତ୍ରୀମାନେ ସ୍ୱାଧୀନତା ଦିବସର ଜନଗଣମନ ଗାନ କରିଥିବା ସହ ସ୍ୱାଧୀନତା ଦିବସରେ ବୀରପୁରୁଷମାନଙ୍କର ଜୟଗାନ କରିଥିବା ଦେଖିବାକୁ ମିଳିଥିଲା l ଏଇ ଅବସରରେ ଅନ୍ୟାନ୍ୟ ଅଧ୍ୟାପକ ତଥା ଅଧ୍ୟାପିକାମାନଙ୍କ ମଧ୍ୟରେ ଶିଶିର ସାର୍, ଇଂରାଜୀ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ, ଯେମିମା ମିସ୍, ବାସନ୍ତୀ ମିସ୍ ଙ୍କ ସହ ଅନ୍ୟାନ୍ୟ ଅଧ୍ୟାପକ ତଥା ଅଧ୍ୟାପିକା ଯୋଗ ଦେଇଥିବା ସହ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହିଥିବା ଦେଖାଦେଇଅଛି l

powered by social2s